ପାଳଲହଡା ବ୍ଲକ ରଜଡଙ୍ଗ ପଞ୍ଚାୟତ ରେ 10 ଲକ୍ଷ ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଗ୍ରାମ ପଞ୍ଚାୟତ ସୁବିଧା କେନ୍ଦ୍ର, 4 ଲକ୍ଷ 50 ହଜାର ଟଙ୍କା ବିନିମୟରେ ରଜଡ଼ଙ୍ଗ ଗ୍ରାମ ରେ ନିର୍ମିତ ହୋଇଥିବା ଭୋଗ ମଣ୍ଡପ, 1 ଲକ୍ଷ 30 ହଜାର ଟଙ୍କା ବିନିମୟରେ ନିର୍ମିତ ହୋଇଥିବା ଥଣ୍ଡା ପାନୀୟ ଜଳ ଟ୍ୟାବ ର ଉଦଘାଟନ ଏବଂ 6 ଲକ୍ଷ 40 ହଜାର ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ଗୋଷ୍ଠୀ କେନ୍ଦ୍ର ଗୃହ ଓ ବଡ଼ ଗୁଣ୍ଡ ରେ 5 ଲକ୍ଷ 60 ହଜାର ଟଙ୍କା ବିନିମୟରେ ନିର୍ମିତ ହେବାକୁ ଥିବା ପକ୍କା ରାସ୍ତା ର ଭୂମିପୂଜନ କାର୍ଯ୍ୟକ୍ରମ ହୋଇଯାଇଅଛି ।
ଏହି ଭୂମିପୂଜନ ଓ ଉଦ୍ଘାଟନ କାର୍ଯ୍ୟକ୍ରମ ରେ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଳଲହଡ଼ା ର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅଶୋକ ମହାନ୍ତି ମହୋଦୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ପରିପ୍ରେକ୍ଷୀରେ ପଞ୍ଚାୟତ ତଥା ଗ୍ରାମ ର ବିକାଶ ପାଇଁ ଦଳ ମତ ନିର୍ବିଶେଷରେ ସମସ୍ତଙ୍କୁ ଆଗକୁ ଆସି ବାକୁ ଆହ୍ବାନ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପଞ୍ଚାୟତ ର ସରପଞ୍ଚ ଶ୍ରୀମତୀ ଦୀବ୍ୟା ଭାରତୀ ସାମଲ, ସମିତି ସଭ୍ୟ ପ୍ରଦୀପ କୁମାର ବେହେରା , ବିଭାଗୀୟ ଅଧିକାରୀ, ବିଜେପି ଜିଲ୍ଲା ସମ୍ପାଦକ ପ୍ରହ୍ଲାଦ ସାମଲ, ସରୋଜ ସାହୁ, ଡିଲେଶ୍ୱର ବେହେରା , ସୁଭସ୍ମିତା ଜେନା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ
