ଦେଶୀ ବୋମା ବିଛାଇ ବାରହା ଶିକାର, ୨ ଗିରଫ

କଣିହାଁ ବନଵିଭାଗ ପକ୍ଷରୁ ସାନତ୍ରିବିଡ଼ା ଗ୍ରାମର ବଡକାଠିଆ ଜଙ୍ଗଲରେ ଚଢାଉ କରାଯାଇ ଦେଶୀ ବୋମା ବିଛାଇ ଜନ୍ତୁ ଶିକାର କରିବା ବେଳେ ୨ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଗିରଫ ୨ ଅଭିଯୁକ୍ତ ହେଲେ କଣିହାଁ ଥାନା ସାନତ୍ରିବିଡା ଗ୍ରାମର ଖିର ଭୂତିଆ(୫୧) ଓ ଭରତ ସାହୁ (୫୦) । ଚଢାଉ ବେଳେ ସେମାନଙ୍କ ଠାରୁ ଗୋଟିଏ ମୃତ ବାରହା, ୧୨ଟି ଦେଶୀ ବୋମା ଓ ୨ଟି ଟାଙ୍ଗିଆ ଜବତ କରିଛି ବନବିଭାଗ । ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ଦେଶୀ ବୋମା ବିଛାଇଥିବା ଖବର ପାଇ କଣିହାଁ ବନ ବିଭାଗର ରେଞ୍ଜର ସୁଭ୍ରା ସୁଚିସ୍ମିତା ମହାପାତ୍ର , ଫରେଷ୍ଟର ଦୀପକ କୁମାର ସେଠୀ ଓ ଫରେଷ୍ଟ ଗାର୍ଡ ଦୀପକ କୁମାର ସାହୁ ଓ କର୍ମଚାରୀ ମାନେ ଚଢାଉ କରି ଅଭିଯୁକ୍ତ ମାନଙ୍କୁ ଧରିଥିଲେ।

ବନବିଭାଗ ପକ୍ଷରୁ ମୃତ ବାରହା ର ବ୍ୟବଛେଦ କଣିହାଁ ପ୍ରାଣୀ ଚିକିତ୍ସକ ଦ୍ୱାରା କରାଯାଇ ତଦନ୍ତ ଜାରି ରଖିଛି ।

Leave a Reply