ତାଳଚେର ଉପଖଣ୍ଡ ଚିକିତ୍ସାଳୟ ଅବହେଳିତ

ତାଳଚେର ଉପଖଣ୍ଡ ଚିକିତ୍ସଳୟ ଦିନକୁ ଦିନ ଅବହେଳିତ ହେବାରେ ଲାଗିଛି। କେତେବେଳେ ରୋଗୀଙ୍କୁ ଉପଯୁକ୍ତ ଔଷଧ ମିଳୁନାହିଁ ତ ପୁଣି କେତେବେଳେ ରୋଗୀଙ୍କ ପାଇଁ ଉଦ୍ଧିଷ୍ଟ ରହିଥିବା କ୍ୟାବିନ ଉପଖଣ୍ଡ ଚିକିତ୍ସାଧିକାରିଙ୍କ ଦଖଲରେ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏବେ ଅନ୍ଯ ଏକ ସମସ୍ୟା ଚିକିତ୍ସାରେ ବାଧା ସୃଷ୍ଟି କରୁଛି। ଟେଣ୍ଡର ସରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ୧୫କୋଟି ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଓପିଡି ର କାର୍ଯ୍ୟ ଆରମ୍ଭ ହୋଇନାହିଁ। ଫଳରେ ଏଠାରୁ ଆସୁଥିବା ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସୂଚନା ମୁତାବକ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ସଧାରଣ ରୋଗୀ ସେବା ଵିଭାଗକୁ ଗତ ବର୍ଷ ପୂର୍ତ୍ତ ଵିଭାଗ ପକ୍ଷରୁ ଅବ୍ୟବହୃତ କୋଠା ଭାବେ ଘୋଷଣା କରାଯାଇଛି। ଘୋଷଣା ପରେ ଉକ୍ତ କୋଠାକୁ ଡାକ୍ତଖାନା ପକ୍ଷରୁ ପ୍ରାୟ ଦୁଇ ମାସ ପରେ ଡାକ୍ତରଖାନା ପରିସରରେ ଥିବା ଟ୍ରମାକେୟାର ଵିଭାଗକୁ ରୋଗୀକୁ ସ୍ଥାନାନ୍ତର କରିଥିଲେ।

ରୋଗୀ ସ୍ଥାନାନ୍ତର ହେବାର ପ୍ରାୟ ଏକ ବର୍ଷ ହୋଇଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ନୂତନ କୋଠା ନିର୍ମାଣ ଆରମ୍ଭ ହୋଇପାରି ନାହିଁ। କେବଳ ପୂର୍ତ୍ତ ଵିଭାଗ ନିଜର ଦୋଷ ଛଡ଼ାଇବା ପାଇଁ ଟେଣ୍ଡର ଆହ୍ବାନ କରି ଚୁପ୍ ବସି ରହିଛି।
ଉକ୍ତ କୋଠା ନିର୍ମାଣ ପାଇଁ ୧୫କୋଟି ଟଙ୍କା ବ୍ୟୟର ୪ମହଲା ବିଶିଷ୍ଟ କୋଠା ହେବାର ମାଷ୍ଟର ପ୍ଲାନ୍ କରାଯାଉଛି। ହେଲେ ଏହି ମାଷ୍ଟର୍ ପ୍ଲାନକୁ ପୂର୍ତ୍ତ ବିଭାଗ କାର୍ଯ୍ୟ କାରି କରୁ ନଥିବାରୁ ଟେଣ୍ଡର ଖୋଲା ହୋଇପାରୁ ନାହିଁ। ଫଳରେ ମାସ ପରେ ମାସ ବିତୁଥିଲେ ସୁଦ୍ଧା ତାହାର ନିର୍ମାଣ କାର୍ଯ୍ୟ ହୋଇପାରୁନାହିଁ।

ଯାହାଫଳରେ ଦିନକୁ ଦିନ ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ଯ ରୋଗୀମାନେ ବାଧ୍ୟ ହୋଇ କିଏ ତଳେ ଶୋଇଛି ତ ପୁଣି କିଏ ବାରଣ୍ଡାରେ ଗଡୁଥିବା ଭଳି ଦୃଶ୍ୟ ପଦାକୁ ଆସୁଛି।

ଅପରପକ୍ଷେ ତାଳଚେରବାସୀ କୋଇଲା ଖଣି ଦ୍ୱାରା ବିସ୍ଥାପିତ ହୋଇ ଧୂଳି ଧୂଆଁରେ ରୋଗାକ୍ରାନ୍ତ ହୋଇଥିଲେ ମଧ୍ଯ ସେମାନଙ୍କ ପାଇଁ ରୋଗୀ ଚିକିତ୍ସାରେ ଅବହେଳିତ କରାଯାଉଥିବା ତାଳଚେର ବାସୀ କହିଛନ୍ତି। ଏ ନେଇ ପୂର୍ତ୍ତ ଵିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ୪ମହଲା ଵିଶିଷ୍ଟ କୋଠା ନିର୍ମାଣ ହେବାର ସମ୍ଭାବନା ରହିଛି।

ଏପରିକି ୧୫କୋଟି ଟଙ୍କାର ଟେଣ୍ଡର ଡକା ଯାଇଛି। କିନ୍ତୁ ଉକ୍ତ କାମ କେବେଠାରୁ ଆରମ୍ଭ ହେବ ତାହା କାମ ଆରମ୍ଭ ହେଲା ପରେ ହିଁ ଜଣା ପଡ଼ିବ।

Leave a Reply