ତାଳଚେରରେ ଜବର ଦଖଲ ଉଚ୍ଛେଦ

ତାଳଚେର ନିର୍ବାହୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଠାରୁ ଜବରଦଖଲ ଉଚ୍ଛେଦ ଚାଲିଥିବା ବେଳେ ଆଜି କାର୍ଯ୍ୟ ଦ୍ଵିତୀୟ ଦିନରେ ପହଂଚିଛି।ତାଳଚେର ପୌରପରିଷଦ ଅଞ୍ଚଳରେ ରାସ୍ତାକୁ ଦୀର୍ଘଦିନ ହେବ କିଛି ବ୍ୟବସାୟୀ ଜବରଦଖଲ କରି ରଖିଥିଲେ। ଫଳରେ ସାଧାରଣ ଲୋକଙ୍କ ଚଳପ୍ରଚଳ ସହିତ ଆମ୍ବୁଲାନ୍ସ ଯାତାୟାତରେ ଅନେକ ସମସ୍ୟା ଉପୁଜୁଥିଲା। ଏହାକୁ ନେଇ ଅନେକ ଥର ତାଳଚେରର କିଛି ବ୍ୟକ୍ତି ଉପଜିଲଲାପାଳ ସମୀର କୁମାର ଜେନା ଏବଂ ନିର୍ବାହୀ ଅଧିକାରୀ ପ୍ରତାପ କୁମାର ସାହାଙ୍କୁ ଅବଗତ କରାଇ ଥିଲେ। ଯାହାକୁ ନେଇ ଗତ କାଲିଠାରୁ ତାଳଚେର ନିର୍ବାହୀ ଅଧିକାରୀ ଏହି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଗତକାଲି ତାଳଚେର ଫାଷ୍ଟ ଗେଟ୍ ଠାରୁ ମଙ୍ଗଳା ମନ୍ଦିର ପର୍ଯ୍ୟନ୍ତ ଉଚ୍ଛେଦ ହେଉଥିବା ବେଳେ ଦ୍ଵିତୀୟ ଦିନରେ ମଙ୍ଗଳା ମନ୍ଦିର ଠାରୁ ଆଇଟିଆଇ ଛକ ପର୍ଯ୍ୟନ୍ତ ଉଚ୍ଛେଦ କରାଯାଇଛି।

ଏହି ସମୟରେ ଅଧିକାଂଶ ଦୋକାନ ଘର ଭଙ୍ଗା ଯାଇଥିବା ବେଳେ କେତେକଙ୍କ ଦୋକାନ ଘର ସମ୍ପୂର୍ଣ୍ଣ ଭାବେ ଭଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଅନେକ ସମସ୍ୟା ଦେଖାଦେଇଥିଲା। ହେଲେ ବିରୋଧକୁ ପୌରପରିଷଦ ଖାତିର ନକରି ଜବରଦଖଲ ଜାରି ରଖିଛି।

ଏଥି ସହିତ ଆଗାମୀ ଦିନରେ ଉଚ୍ଛେଦ ଚାଲୁ ରହିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ସାହା କହିଛନ୍ତି। ଆଗାମୀ ଦିନରେ ତାଳଚେର ପୌର ପରିଷଦ ସୋନ୍। ଉପରେ ରାଜ୍ୟରେ ସ୍ଵତନ୍ତ୍ର ସ୍ଥାନ ଗ୍ରହଣ କରିବା ପାଇଁ ଉଦ୍ୟମ ଜାରି ରହିଛି। ପୌର ପରିଷଦ ପକ୍ଷରୁ ୫ଜଣ ଅଧିକାରୀଙ୍କ ଦ୍ବାରା ରାସ୍ତାର ସମ୍ପ୍ରସାରଣ ପାଇଁ ମାପ କରୁଥିବା ଜଣା ପଡ଼ିଛି। ଫଳରେ ପୁଣି ଘରଦ୍ୱାର ଭଙ୍ଗାଯିବାସହିତ ଉଚ୍ଛେଦ ଜାରି ରହିବ ବୋଲି ପୌର ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଉଚ୍ଛେଦରେ ତାଳଚେର ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ସାହାଙ୍କ ସହିତ ମୁଖ୍ୟ ସହାୟକ ଚିତ୍ତରଂଜନ ପ୍ରଧାନଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ। ଏଥିରେ କୋଲିୟରୀ ପୁଲିସ୍ ସମ୍ପୂର୍ଣ ସହଯୋଗ କରିଥିଲେ।

Leave a Reply