ତାଳଚେର ଭୁବନେଶ୍ଵରୀ କୋଇଲା ଖଣି ଦ୍ୱାରା ଅରଖପାଳ ଗାଁକୁ ଏମସିଏଲ ଦ୍ୱାରା ହେବାକୁ ଥିବା ସର୍ଭେ କାର୍ଯ୍ୟକୁ ଗତକାଲି ଗ୍ରାମବାସୀ ବିରୋଧ କରିଛନ୍ତି। ଗାଁ ସପକ୍ଷବାଦୀ ଓ ବିପକ୍ଷବାଦୀ ଦୁଇଟି ଗୋଷ୍ଠୀ ମଧ୍ୟରେ ଖଣି ସର୍ଭେକୁ ନେଇ ଛକାପଞ୍ଝା ଲାଗିରହିଛି। କିଛି ସପକ୍ଷବାଦୀ ଏକତ୍ରିତ ହୋଇ ଖଣି ସର୍ଭେ କାର୍ଯ୍ୟ କରିବାକୁ ମନସ୍ଥ କରିଥିବା ବେଳେ ଗାଁର ଶେଷ ଭାଗରେ ବିପକ୍ଷବାଦୀମାନେ ଧାରଣା ଦେବା ସହିତ ବିକ୍ଷୋଭ ପ୍ରଦର୍ଶନୀ କରିଥିଲେ
ତେବେ ବିପକ୍ଷବାଦୀଙ୍କ କହିବା କଥା, ଏମସିଏଲ ଟାଳଟୁଳ ନୀତି ଅବଲମ୍ବନ କରି ଗାଁର କିଛି ଅଂଶକୁ ସର୍ଭେ କରିବାକୁ ଚାହୁଁଛି। ମାତ୍ର କମ୍ପାନୀ ପକ୍ଷରୁ ସମ୍ପୂର୍ଣ୍ଣ ଗାଁ କୁ ସର୍ଭେ କରିବାକୁ ଦାବୀ କରାଯାଉଛି। କମ୍ପାନୀ କିଛି ଅଞ୍ଚଳ ଅଧିଗ୍ରହଣ କରି କାର୍ଯ୍ୟ ଆରମ୍ଭ କଲେ ଅଞ୍ଚଳରେ ଗ୍ରାମବାସୀ ରହିବା ଅସମ୍ଭବ ହୋଇପଡିବ। ଏପରିକି ପାନୀୟ ଜଳ ଦୂଷିତ, ବ୍ଲାଷ୍ଟିଂ ଯୋଗୁଁ ଘର ଭାଙ୍ଗିବା ସହିତ ଜୀବନ ଦୁର୍ବିସହ ହୋଇପଡିବା ନେଇ ଅଭିଯୋଗ ଆଣିଛନ୍ତି। ଅପର ପକ୍ଷରେ ଖଣି ସପକ୍ଷରେ ରହୁଥିବାରୁ ଘର ଭାଙ୍ଗିବା ସହିତ ପାନୀୟ ଜଳ ଦୂଷିତ ହେବାରୁ ଖୁବ୍ଶୀଘ୍ର ସର୍ଭେ କରି ସ୍ଥାନାନ୍ତର କରିବାକୁ ଦାବୀ କରିଛନ୍ତି
ତେବେ ଗାଁରେ ଅପ୍ରିତିକର ପରିସ୍ଥିତି ସୃଷ୍ଟିକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ପୁଲିସ୍ ମୁତୟନ ହୋଇଛନ୍ତି। ଏଭଳି ଅପ୍ରିତିକର ପରିସ୍ଥିତିରେ ଖଣି କର୍ତୁପକ୍ଷ ସର୍ଭେ କରିବାକୁ ଆସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରି ନଥିଲା।
