ହାତୀ ଆକ୍ରମଣରେ ଜଣେ ମୃତ

ଅନୁଗୁଳ ବନାଞ୍ଚଳରେ ବର୍ଷ ଆରମ୍ଭରୁ ହାତୀ ଲୋକଙ୍କ ଜିବନ ନେଇଛି। ଗତକାଲି ସାହାରାଗୁଡ଼ାରେ ହାତୀ ଜଣେ ମହିଳାଙ୍କୁ ମାରିଥିବା ବେଳେ ପୁଣି ଗୁରଙ୍ଗରେ ଜଣେ ଯୁବକକୁ ହାତୀ ଦଳି ଦେଇଛି।ମୃତ ଯୁବକଙ୍କ ପରିଚୟ ମିଳି ନାହିଁ। ହାତୀ ଦୁଇ ଦିନରେ ଦୁଇ ଜଣଙ୍କ ଜୀବନ ନେଇଥିବା ବେଳେ ବିଭିନ୍ନ ସ୍ଥାନରେ ଲୋକମାନେ ଆତଙ୍କିତ ହୋଇପଡିଛନ୍ତି।

ସୁଚନା ମୁତାବକ ମୃତ ଯୁବକଙ୍କ ମାନସିକ ସ୍ଥିତି ଭଲ ନଥିଲା।ସେହି ଅଞ୍ଚଳରେ ସେ ବିଭିନ୍ନ ସମୟରେ ବୁଲାବୁଲି କରୁଥିଲେ। ବୁଧବାର ରାତିରେ ସେ ବଡ଼କେରା ବନ୍ତଳା ରାସ୍ତାର ଗୁରଙ୍ଗ ଗାଁ ନିକଟରେ ବୁଲୁଥିଲେ। ସେହି ସମୟ ରେ ଏକ ଦନ୍ତା ହାତୀ ରାସ୍ତା ଅତିକ୍ରମ କରୁଥିବା ବେଳେ ଯୁବକ ଜଣଙ୍କ ମୁହାଁମୁହିଁ ହୋଇଯାଇଥିଲେ। ଫଳରେ ଦନ୍ତା ସଂପୃକ୍ତ ଯୁବକଙ୍କୁ କଚାଡି ଦେଇଥିଲେ। ସକାଳୁ ରାସ୍ତା କଡ଼ରେ ମୃତ ଦେହ ପଡ଼ିଥିବା ଦେଖି ଲୋକମାନେ ବନ୍ତଳା ପୋଲିସକୁ ଖବର ଦେଇଥିଲେ।ସେପଟେ ଖବର ପାଇ ବନ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚିଥିଲେ।ପରେ ମୃତ ଦେହକୁ ପୁଲିସ ଜବତ କରିଥିଲା।

ତ ଯୁବକଙ୍କ ପରିଚୟ ମିଳି ନଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ହାତୀ ଆତଙ୍କ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ରହିଛି।ସେପଟେ ବନ ବିଭାଗ ମଧ୍ୟ ବିଭିନ୍ନ ଗାଁରେ ହାତୀ ପାଇଁ ସଚେତନତା କରୁଥିବା ଦେଖିବାକୁ ମିଳିଛି।କିନ୍ତୁ ହାତୀ ଗାଁ ରେ ବୁଲି ଲୋକଙ୍କ ଜୀବନ ନେଉଥିବାରୁ ସଚେତନ କିପରି ରହିବେ ସେନେଇ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

Leave a Reply