ଗଙ୍ଗାଧରପୁର ଗାଁ ରାସ୍ତା ମରଣଯନ୍ତା: ୩୦ବର୍ଷ ହେଲା ମୋରମ ମୁଠାଏ ପଡିନି

କଣିହାଁ ବ୍ଲକ୍ ବୁରୁକୁନା ପଂଚାୟତ ରାଜସ୍ବ ଗାଁ ହେଉଛି ଗଙ୍ଗାଧରପୁର। ବିଡମ୍ବନାର ବିଷୟ ଏହି ରାଜସ୍ବ ଗାଁକୁ ଯିବା ପାଇଁ ସବୁଦିନିଆ ଭଲ ରାସ୍ତାଟିଏ ନାହିଁ। ଖାଲଢିପ ରାସ୍ତାରେ ଗ୍ରାମବାସି ଦୀର୍ଘବର୍ଷ ହେଲା ଦାବୀ କରି ଆସୁଛନ୍ତି। ସରକାରୀ ବାବୁ ଓ ରାଜନେତାମାନେ ରାସ୍ତାକାମ ହେବ ବୋଲି ପ୍ରତିଶ୍ରୁତି ଦେଇ ଆସୁଛନ୍ତି। ପ୍ରତିଶୃତି ସେମିତି ରହି ଯାଉଥିବାବେଳେ ୩୦ବର୍ଷ ହେଲା ରାସ୍ତାରେ ମୋରମ ମୁଠାଏ ପଡି ନଥିବା ଗ୍ରାମବାସୀ କହିଛନ୍ତି।ଗାଁରେ ୪ଶହରୁ ଅଧିକ ଲୋକ ବସବାସ କରୁଛନ୍ତି।

ଗାଁକୁ ଯିବାକୁ ହେଲେ ଏକ ମାତ୍ର ରାସ୍ତା ରହିଛି, ଯାହାକି ୧୪୯ନମ୍ବର ଜାତୀୟ ରାଜପଥକୁ ସଂଯୋଗ କରୁଛି। ଲୋକମାନେ ବସବାସ କରୁ ନଥିବା ସ୍ଥାନକୁ ପକ୍କା ରାସ୍ତା ନିର୍ମାଣ ହେଇଛି। ଏମିତି ବହୁତ ନଜିର ରହିଥିବାବେଳେ ରାଜସ୍ବ ଗାଁ ଗଙ୍ଗାଧରପୁରକୁ ସବୁଦିନିଆ ରାସ୍ତାଟିଏ ନିର୍ମାଣ ନହେବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ ବୋଲି ଗ୍ରାମବାସୀଙ୍କ ପକ୍ଷରୁ କୁହାଯାଇଛି।

ଜିଲ୍ଲାପାଳ ଏ ଦିଗରେ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି। ମାର୍ଚ୍ଚ ପୁର୍ବରୁ ରାସ୍ତା ନିର୍ମାଣ ନ ହେଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଧାରଣା ଦେବାକୁ ବାଧ୍ୟ ହେବେ ବୋଲି ଗ୍ରାମବାସୀ କହିଛନ୍ତି

Leave a Reply