ତାଳଚେର ସରକାରଖାନା ତୁରନ୍ତ କାମ ସାରିବାକୁ ଦାବି କଲେ ସାଂସଦ ରୁଦ୍ର ନାରାୟଣ

ସଂସଦର ଶୀତକାଳୀନ ଅଧିବେଶନରେ ଉଠିଛି ତାଳଚେର ସାର କାରଖାନା ପ୍ରସଙ୍ଗ। କାରଖାନା କାମ ଶୀଘ୍ର ଶେଷ କରିବା ସହିତ କ୍ଷତି ଗ୍ରସ୍ତଙ୍କୁ ତୁରନ୍ତ ନିଯୁକ୍ତି ଦେବାକୁ ସଂସଦରେ ଦାବି ଉସ୍ଥାପନ କରିଛନ୍ତି ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି। ତାଳଚେର ସାର କାରଖାନା ୭୦ ଦଶକରୁ ପ୍ରତିଷ୍ଠା ହୋଇ ପରିଚାଳନା ଗତ ତ୍ରୁଟି ଯୋଗୁଁ ବନ୍ଦ ହୋଇଥିଲା।

୨୦୦୪ ମସିହାରେ ସେ ରାଜ୍ୟସଭା ସଦସ୍ୟ ଥିବା ବେଳେ ପାର୍ଲିଆମେଣ୍ଟ ରେ ମାଡ୍ରାସ ଫର୍ଟିଲାଇଜର ପ୍ରସଙ୍ଗରେ ଆଲୋଚନା ବେଳେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ପ୍ରସଙ୍ଗରେ ଦାବି ଉପସ୍ଥାପନ କରିଥିଲେ ସାଂସଦ ଶ୍ରୀ ପାଣି। ପରେ ଅନେକବାର ତାଳଚେର ସାର କାରଖାନା ପୁନଃ ସ୍ଥାପନ ନେଇ ସଂସଦରେ ଦାବି ଉପସ୍ଥାପନ କରିଥିଲେ।ପରବର୍ତ୍ତୀ ସମୟର କେନ୍ଦ୍ରର ମୋଦି ସରକାର ଆସିବା ପରେ କେନ୍ଦ୍ର ସରକାରଙ୍କ ରାଷ୍ଟ୍ରୀୟ ଉଦ୍ୟୋଗ କୋଲ ଇଣ୍ଡିଆ, ଆର୍ସିଏଫ ଓ ଗେଲ ର ମିଳିତ ସହଯୋଗରେ ତାଳଚେର ଫର୍ଟି ଲାଇଜର ଲିମିଟେଡ଼ ନାମରେ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସ ରେ ଚିନ୍ତନ କରାଯାଇଥିଲା ।

ତତ୍କାଳୀନ ସାର କାରଖାନା ରସାୟନ ମନ୍ତ୍ରୀ ଅନନ୍ତ କୁମାର ଥିବାବେଳେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୨୦୨୮ ସେପ୍ଟେମ୍ବର ୨୨ରେ ଟିଏଫଲ ପ୍ଲାଣ୍ଟ ର ଶିଳାନ୍ୟାସ କରିଥିଲେ। ୨୦୨୧ -୨୨ ରେ ଉକ୍ତ ପ୍ଲାଣ୍ଟ କାର୍ଯ୍ୟକ୍ଷମ ହେବା ପାଇଁ ସେ ସମୟ ରେ କୁହାଯାଇଥିଲା । ତେବେ ଭିନ୍ନ ଭିନ୍ନ କାରଣ ନେଇ କାରଖାନା କାର୍ଯ୍ୟକ୍ଷମ ହେବାର ବିଳମ୍ୱ ହେଉଛି। ବର୍ଷକ ମଧ୍ୟରେ ଟିଏଫଲ୍ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ପାଣି ଦାବି ଉପସ୍ଥାପନ କରିଛନ୍ତି। ତାଳଚେର ସାର କାରଖାନାରେ ପୂର୍ବରୁ କାର୍ଯ୍ୟରତ ଥିବା କର୍ମଚାରୀଙ୍କର ପରିବାର ସଦସ୍ୟ ତଥା କ୍ଷତି ଗ୍ରସ୍ତ ଙ୍କୁ ଟି ଏ ଫଲ ନିଯୁକ୍ତିରେ ଅଗ୍ରାଧିକାର ଦିଆଯିବ ସହ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି କ୍ଷେତ୍ର ରେ ଅଗ୍ରାଧିକାର ଦେବାକୁ ସାଂସଦ ଦାବି କରିଛନ୍ତି।

Leave a Reply