ବିଳମ୍ବିତ ରାତିରେ ଶିକାର କରିବା ପାଇଁ ବସିଥିଲେ। ମାଡ଼ି ବସିଲା ଛେଣ୍ଡିପଦା ବନ ବିଭାଗ । ଜଣକୁ ଗିରଫ କରିବା ସହିତ ଅନେକ ମାରଣାସ୍ତ୍ର ସାମଗ୍ରୀ ଜବତ କରିଛି ବନ ବିଭାଗ ସୂଚନା ଅନୁଯାୟୀ କଣ ଲୋଇ ବିଟ୍ ପକ୍ଷ ରୁ ବାନ ବିଭାଗ କର୍ମଚାରୀ ମାନେ ବିଳମ୍ବିତ ରାତିରେ ମାରୁଢିପ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ନିକଟରେ ପେଟ୍ରୋଲିଂ କରୁଥିଲେ ।
ସେହି ସମୟ ରେ କିଛି ଯୁବକ ପାଖରେ ଥିବା କାଜୁ ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ୧୧କେଭି ଜିଆଇ ତାର ବିଛାଇଥିବା ଦେଖି ବନ କର୍ମଚାରୀ ଚଢ଼ାଉ କରିଥିଲେ । ବନ କର୍ମଚାରୀଙ୍କୁ ଦେଖି ୩ ଜଣ ଯୁବକ ଦୌଡ଼ି ପଳାଉଥିବା ସମୟରେ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଗିରଫ ଜଣକ ହେଲେ କଣଲୋଇ ଗ୍ରାମର ଗଜପତି ନାଏକ। ଜିଆଇ ତାର, ବାଡି ଓ କାଚ ବୋତଲ ଜବତ କରିଛି। ଏ ନେଇ ବନ ବିଭାଗ ଏକ ମାମଲା ରୁଜୁ କରି ଗଜପତିଙ୍କୁ କୋର୍ଟ ଚାଲାଣ କରିଛି ।
