ହାତୀ ଆକ୍ରମଣରେ ଜଣେ ଗୁରୁତର

ଅନୁଗୋଳ ଜିଲା ବନ୍ତଳା ବନାଞ୍ଚଳରେ ବୁଧବାର ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ସ୍ଥାନୀୟ ଲୋକେ ଓ ବନବିଭାଗ ପକ୍ଷରୁ ଗୁରୁତର ଅବସ୍ଥାରେ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଓ ପରେ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

ବନ୍ତଳା ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ନୁଆଖେତା ଗ୍ରାମର ବଶିଷ୍ଠ ସାହୁ(୫୪) ଗ୍ରାମ ନିକଟରେ ଥିବା ଅନ୍ଧାରୀ ନାଳ ପାଖରେ କରିଥିବା ଧାନ ଫସଲ ଜଗିବା ପାଇଁ ଯାଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ବାରଟା ବେଳେ ଆମ୍ୱ ତୋଟାକୁ ଆମ୍ୱ ଗୋଟାଇ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇଥିଲେ ।

ହାତୀର ଗୋଟିଏ ଦାନ୍ତ ତାଙ୍କ ପେଟ ଓ ପିଠିର ମଧ୍ୟବର୍ତ୍ତୀ ସ୍ଥାନରେ ପଶି ଯାଇଥିବା ବେଳେ ଗଭୀର କ୍ଷତ ସୃଷ୍ଟି ହୋଇ ଗୁରୁତର ହୋଇ ପଡିଥିଲେ। ଫଳରେ ସ୍ଥାନୀୟ ଲୋକମାନେ ଓ ବନ ବିଭାଗ ପକ୍ଷରୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲ ସ୍ଥାନାନ୍ତର କରା ଯାଇ ଚିକିତ୍ସା କରା ଯାଉଥିବା ସୂଚନା ମିଳିଛି।

Leave a Reply