ଧର୍ମେନ୍ଦ୍ରଙ୍କୁ ନେଇ ଦିଲ୍ଲୀରୁ ବଡ ସଙ୍କେତ !
ସବୁ ଆକଳନକୁ ଭୁଲ୍ ପ୍ରମାଣିତ କଲେ ନବୀନ !
ଆଗକୁ ଓଡ଼ିଶା ରାଜନୀତିରେ ସୃଷ୍ଟି ହେବ କି ନୂଆ ସମୀକରଣ ?
ଦର୍ଶକବନ୍ଧୁ କେନ୍ଦ୍ର ବିଜେପିର ନୂଆ ଟିମ ଘୋଷଣା ହେବା ପରେ ଏହାର ବିଭିନ୍ନ ଦିଗକୁ ନେଇ ଆଲୋଚନା ଆରମ୍ଭ ହୋଇ ଯାଇଛି। ବିଶେଷ କରି ଓଡ଼ିଶା ପରିପେକ୍ଷୀରେ ନିଷ୍ପତି ଓଡ଼ିଶା ରାଜନୀତି ଉପରେ ଏହାର ଆଗାମୀ ପ୍ରଭାବ କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା। କେନ୍ଦ୍ର ଶିକ୍ଷାମନ୍ତ୍ରୀ ପଦରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେବା ପରେ ତାଙ୍କୁ ନେଇ କେନ୍ଦ୍ର ବିଜେପିର ପ୍ଲାନ୍ ଉପରେ ରହିଥିଲା ସମସ୍ତଙ୍କ ନଜର। ବିଜେପିର କେନ୍ଦ୍ରୀୟ ସଂଗଠନରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ ରହିବ ତାକୁ ନେଇ ଚାଲିଥିଲା ଭିନ୍ନ ଭିନ୍ନ ଚର୍ଚ୍ଚା। କିନ୍ତୁ ସୋମବାର ବିଜେପିର ନୂଆ ଟିମ ଘୋଷଣା ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କୁ ସ୍ଥାନ ନ ମିଳିବା କୁ ନେଇ ଏବେ ଅନେକ କଥା ସାମ୍ନାକୁ ଆସୁଛି। ଏପରିକି ମଙ୍ଗଳବାର ତିନି ରାଜ୍ୟରେ ଇନଚାର୍ଜ ରାଜ୍ୟ ବି ଏହାରି ଭିତରେ ଘୋଷଣା ସରିଛି।
ଆଗାମୀ ଦିନରେ ଧର୍ମେନ୍ଦ୍ରଙ୍କ ପରବର୍ତ୍ତୀ ଭୂମିକାକୁ ନେଇ ଚର୍ଚ୍ଚା ଚାଲିଛି।ଉଭୟ ଜାତୀୟ ରାଜନୀତି ଓ ରାଜ୍ୟ ରାଜନୀତିରେ ଧର୍ମେନ୍ଦ୍ରଙ୍କ ଭୂମିକା କଣ ରହିବ ସେ ନେଇ ଭିନ୍ନ ଭିନ୍ନ ଆକଲନ ପ୍ରକାଶ ପାଇଛି। ଆଗକୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପତିଆରା ବଢ଼ିବ ନା କମିବ ସେ ନେଇ ଚାଲିଛି ଆଲୋଚନା। ବର୍ତ୍ତମାନ ସଙ୍ଗଠନ ନବକଳେବର ପରେ ମନ୍ତ୍ରୀ ମଣ୍ଡଳ ଅଦଳ ବଦଳ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏବେ ପ୍ରଶ୍ନ ପୁନର୍ବାର ମନ୍ତ୍ରୀ ମଣ୍ଡଳକୁ ବ୍ୟାକ କରିବେ କି ଧର୍ମେନ୍ଦ୍ର ? ନା ନିଟ ପରୀକ୍ଷା ବିଭ୍ରାଟକୁ ନେଇ ବିବାଦ କୁ ଆସିଥିବାରୁ ଆଉ କୌଣସି ରିସ୍କ ନେବାକୁ ଚାହିବେନି ଶୀର୍ଷ ନେତୃତ୍ୱ। ଏହା ଉପରେ ବି ସମସ୍ତଙ୍କ ନଜର ଅଟକିଛି।
ଅନ୍ୟପଟେ ରାଜ୍ୟ ରାଜନୀତିରେ ତାଙ୍କର ପ୍ରଭାବ କୁ ନେଇ ଆଲୋଚନା ଚାଲିଛି। ରାଜ୍ୟ ରାଜନୀତିରେ କେଉଁ ଭୂମିକାରେ ଧର୍ମେନ୍ଦ୍ର ପ୍ରଧାନ ରହିବେ ସେ ନେଇ ବି ଚାଲିଛି ଭିନ୍ନ ଭିନ୍ନ ଆଲୋଚନା। କେନ୍ଦ୍ର ଦାୟିତ୍ୱରୁ ମୁକ୍ତ ହେବା ପରେ ରାଜ୍ୟ ସଙ୍ଗଠନ ଉପରେ ଅଧିକ ଫୋକସ କରିବେ କି ଏହି ହାଇ ପ୍ରୋଫାଇଲ୍ ଲିଡର। ନା ଧର୍ମେନ୍ଦ୍ର ଙ୍କୁ ନେଇ ରହିଛି ଅଲଗା କିଛି ପ୍ଲାନ୍। ଏଭଳି ଅନେକ କିଛି ଦିଗକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି। ଏସବୁ ଭିତରେ ଏବେ ନିଜ ଲୋକସଭା କ୍ଷେତ୍ର ଉପରେ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳିଛି। ପୂର୍ବାପେକ୍ଷା ଅଧିକ ସକ୍ରିୟ ହେବା ପରି ମନେ ହେଉଛି। ତେବେ ନଜର ରହିବ ଆଗାମୀ ଦିନରେ ଏହି ନେତାଙ୍କୁ ନେଇ ରାଜ୍ୟ ରାଜନୀତିରେ କଣ ସମୀକରଣ ସୃଷ୍ଟି ହେଉଛି।
