ଟେଲିଗ୍ରାମରେ ଲିଙ୍କ ପଠାଇ ବ୍ୟାଙ୍କ ଖାତା ଖାଲି କରି ଦେଉଥିବା ଏକ ସାଇବର ଠକେଇ ରାକେଟକୁ ଧରିଛି ଅନୁଗୁଳ ପୋଲିସ।ଏହି ଗ୍ୟାଙ୍ଗରୁ ୪ ଜଣଙ୍କୁ ଗିରଫ କରିବା ସହ ସେମାଙ୍କ ପାଖରୁ ୬୯ ହଜାର ତାଙ୍କ ଓ ଠକେଇରେ ବ୍ୟବହୃତ ଅନ୍ୟାନ ସାମଗ୍ରୀ ଜବତ କରିଛି। ପୋଲିସ।ଅନୁଗୁଳ ପୋଲିସ ରାହୁଲ ଜୈନ ଆଜି ଏଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦେଇଥିବା ସୂଚନା ଅନୁସାରେ ବଅଁରପାଳ ଥାନା ଭୋଗବେରୀଣି ଗାଁର ଜମ୍ବେଶ୍ୱର ଦାସଙ୍କୁ ଟେଲିଗ୍ରାମ ଜରିଆରେ ସାଇବର ଠକ ଯୋଗାଯୋଗ କରି ଟଙ୍କା ନିବେଶ କରିବାକୁ କହିଥିଲେ।
ଅଧିକ ଲାଭ ପାଇବାର ଲୋଭ ଦେଖାଇ ସେମାନେ ଜମ୍ବେଶ୍ଵରଙ୍କୁ ଜଳରେ ପକାଇଥିଲେ ତାଙ୍କ କଥାରେ ସେ ଭଳି ଯାଇ ପର୍ଯ୍ୟାୟକ୍ରମେ ଟଙ୍କା ଦେଇଥିଲେ।ଟଙ୍କା ଉଠାଣ ସମୟରେ ଅସୁବିଧା ହେବାର ସେ ଆଉ କିଛି ଟଙ୍କା ଜମା କରିବାକୁ ପ୍ରବର୍ତ୍ତାଇ ଥିଲେ।ଏମିତି ବିଭିନ୍ନ ବାଗରେ ତାଙ୍କ ପାକରୁ ସାଇବର ଠକ ୧୨ ଲକ୍ଷ ୫୬ ହଜାର ଟଙ୍କା ଠକି ନେଇଥିଲେ।
ଏନେଇ ସେ ଗତ ୮ ତାରିଖରେ ଅନୁଗୁଳ ସାଇବର ଥାନାରେ ଏତଲାଦେଇଥିଲେ।ପୋଲିସ ମାମଲାକୁ ଗମ୍ଭୀରାତାର ସହ ନେଇ ଘଟଣାର ଛାନଭିନ ଆରମ୍ଭ କରିଥିଲା ଡିଏସପି ଯୋଗେଶ୍ୱର ବେହେରାଙ୍କ ନେତୃତ୍ୱରେ ଗଠିତ ଟିମ ଡିଜିଟାଲ ପ୍ରମାଣ ଯୋଗାଡ଼ କରି ନୟାଗଡ଼ ଜିଲ୍ଲା ଶରଣକୁଳ ଅଞ୍ଚଳରୁ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସେମାନେ ହେଲେ ଜଗନ୍ନାଥ ପୁରର ଜ୍ୟୋତି ନାୟକ ,ପଠାଣଗଡର ପ୍ରତାପ ନାୟକ ,ହରିହରପୁର ଗାଁର ରାମଚନ୍ଦ୍ର ମୁଦୁଲି ଓ ଦିବ୍ୟ ରଞ୍ଜନ ଜେନା ।
ସେମାନେ ସ୍ଥାନୀୟ ଲୋକଙ୍କର କିଛି ଆଧାର କାର୍ଡ ଓ ପ୍ୟାନ କାର୍ଡ ବ୍ୟବହାର କରି ଏହି ଠକେଇ କରିଥିଲେ।ଜ୍ୟୋତି ଏହାର ମାଷ୍ଟର ମାଇଣ୍ଡ ଥିବା ବେଳେ ଅନ୍ୟମାନେ ତାଙ୍କୁ ସହଯୋଗ କରୁଥିଲେ।ଜ୍ୟୋତି ନାମରେ ଆଗରୁ ଶରଣକୁଳରେ ଏକ ମାମଲା ମଧ୍ୟ ରୁଜୁ ରହିଛି।ଗିରଫ ଅଭିଯୁକ୍ତଙ୍କ ପାଖରୁ ୬୯ ହଜାର ଟଙ୍କା ସହ ,୭ ମୋବାଇଲ ଫୋନ,୧୯ ଡେବିଟି କାର୍ଡ ,ଏକାଧିକ ଆଧାର ଓ ପ୍ୟାନ କାର୍ଡ ,ବ୍ୟାଙ୍କ ପାସ୍ବୁକ ଓ ଚେକ ବୁକ ଜବତ ହୋଇଛି।ରୁଜୁ ହେବାର ୪୮ ଘଣ୍ଟା ମଧ୍ୟରେ ପୋଲିସ ଅଭିଯୁକ୍ତଙ୍କ ପାଖରେ ପହଂଚି ପାରିଛି ବୋଲି ଏସପି କହିଛନ୍ତି।
ସେ କହିଛନ୍ତି ଗତ ୩ ମାସ ଭିତରେ ଅନୁଗୁଳ ପୋଲିସ ୧୫ ଜଣ ସାଇବର ଠକଙ୍କୁ ରାଜସ୍ତାନ ,ଝାଡ଼ଖଣ୍ଡ ,ଉତ୍ତରପ୍ରଦେଶ ,ପଶ୍ଚିମବଙ୍ଗରୁ ଗିରଫ କରିଛି।ସେହିପରି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମଧ୍ୟ ଅଭିଯୁକ୍ତ ଧାରା ପଡିଛନ୍ତି।ତେବେ ଲୋକ ମାନଙ୍କୁ ସତର୍କ ରହିବ ସହ ଲୋଭରେ ଅଜଣା ଜାଗାରେ ନିବେଶ ନକରିବାକୁ ଏସପି ନିର୍ଦେଶ ଦେଇଛନ୍ତି।
