ଆଠମଲ୍ଲିକ ବ୍ଲକ୍ ପାଇକ ସାହି ପଞ୍ଚାୟତର ପୋକଣ୍ଡା , ବିଡ଼ିସିଂଘ ଗାଁ ର ଆମ୍ବ ରାଜ୍ଯ ତଥା ରାଜ୍ଯ ବାହାରେ ଅଧିକ ଚାହିଦା ଥିବାରୁ ଗତ ୧୦ଦିନ ହେବ ବାହାର ରାଜ୍ୟ ର ବ୍ୟବସାୟ ଆସି ଆମ୍ବ କିଣି ନେଉଥିବା ଚାଷୀ ସିପୁନ କୁମାର କହିଛନ୍ତି।
ଏହି ଅଂଚଳ ରୁ ଉତ୍ପାଦିତ ଦସୁରି, ଆମ୍ରପାଲି, ବାଇଗଣ ପଲେଇ , ଲେଙ୍ଗେଡା ଆଦି ଆମ୍ବ ଆନ୍ଧ୍ର ପ୍ରଦେଶ , ମହାରାଷ୍ଟ୍ର, କେରଳମ୍ , ଛତିଶଗଡ ଆଦି ରାଜ୍ୟକୁ ଯାଉଛି।
ପ୍ରତିଦିନ ୪/୫ଟି ଟ୍ରକ ଆମ୍ବ ରାଜ୍ୟ ବାହରକୁ ଯାଉଛି। ଆହୁରି ଏକ ମାସ ଧରି ବ୍ୟବସାୟୀ ଆସି ଆମ୍ବ ନେବେ ବୋଲି ସ୍ଥାନୀୟ ଚାଷୀମାନେ କହିଛନ୍ତି।
ସରକାର ଏହି ଅଂଚଳର ଚାଷୀଙ୍କୁ ପ୍ରୋତ୍ସାହନ ଦେଲେ ଲୋକେ ଘର କାମ କରିବା ସହ ଆମ୍ବ ଚାଷ କରି ଅଧିକ ରୋଜଗାର କରିପାରିବେ ବୋଲି ଚାଷୀ କହିଛନ୍ତି।
