ବିଜେଡିକୁ ଚେକ ଦେବାକୁ ପୁରନ୍ଦେସ୍ଵରୀଙ୍କୁ ପୁଣି ଓଡ଼ଶା ଦାୟିତ୍ୱ!
ନେତାଙ୍କ ମୁହଁରେ ହସ ଫୁଟାଇବେ ପୁରନ୍ଦେଶ୍ୱରୀ!
ବଦଳିଯିବ କି ସମୀକରଣ ?
ତୋମାରଙ୍କୁ ମନେ ରଖିବ ରାଜ୍ୟ ବିଜେପି !
ଦର୍ଶକବନ୍ଧୁ ବିଜେପି ସବୁ ରାଜ୍ୟ ପାଇଁ ନୂଆ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ନାଁ ଘୋଷଣା କରିଛି। ଓଡ଼ିଶାରେ ବି ପ୍ରଭାରୀ ବଦଳିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ବିଜେପିର ରାଜ୍ୟ ପ୍ରଭାରୀ ବଦଳିବା ବେଶ ଚର୍ଚ୍ଚାରେ ରହିଛି। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ପ୍ରଥମ ଥର ପାଇଁ ପ୍ରଭାରୀ ବଦଳିଛନ୍ତି। ବିଭିନ୍ନ ରାଜ୍ୟରେ ବିଜେପି ନୂଆ ନେତାଙ୍କୁ ଦାୟିତ୍ୱ ଦେଇଥିଲେ ବି ଓଡ଼ିଶାର ସାମ୍ପ୍ରତିକ ରାଜନୀତିକ ସ୍ଥିତିରେ ପ୍ରଭାରୀ ବଦଳିବା ଚର୍ଚ୍ଚା ସୃଷ୍ଟି କରିଛି। ବର୍ତ୍ତମାନ ନୂଆ ପ୍ରଭାରୀ ଦାୟିତ୍ୱ ନେବା ପରେ ତାଙ୍କ ପାଇଁ ଅନେକ କିଛି ବି ଆହ୍ୱାନ ରହିବ ନିଶ୍ଚୟ।
ପୂର୍ବରୁ ଓଡ଼ିଶାର ପ୍ରଭାରୀ ଦାୟିତ୍ୱରେ ଥିବା ଡି ପୁରନ୍ଦେଶ୍ୱରି ଙ୍କୁ ପୁଣି ଓଡ଼ଶା ଦାୟିତ୍ୱ ମିଳିଛି। ସହ ପ୍ରଭାରୀ ଭାବେ ସ୍ୱଦେଶ ସିଂ ଙ୍କୁ ଦାୟିତ୍ଵ ମିଳିଛି। ନିର୍ବାଚନ ପୂର୍ବରୁ ପ୍ରଭାରୀ ଦାୟିତ୍ୱରେ ଥିଲେ ଏହି ବରିଷ୍ଠ ନେତ୍ରୀ । ବର୍ତ୍ତମାନ ସ୍ଥିତିରେ ଓଡ଼ିଶାରେ ତାଙ୍କୁ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଚାଲିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ। ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଆଗାମୀ ନିର୍ବାଚନ ଦଳ ପାଇଁ ବଡ ପରୀକ୍ଷା। ଏପଟେ ସରକାର ଗଢ଼ିବାର ଅଢ଼େଇ ବର୍ଷ ପୁରିବାକୁ ଯାଉଥିବା ବେଳେ ମନ୍ତ୍ରିମଣ୍ଡଳ ବି ପୂର୍ଣ୍ଣାଙ୍ଗ ରୂପ ନେଇ ନାହିଁ। ବୋର୍ଡ ନିଗମ ଗୁଡ଼ିକ ଖାଲି ପଡ଼ିଛି। ବିଭିନ୍ନ ସ୍ଥାନରେ ନେତାଙ୍କ ଖୋଲା ଅସନ୍ତୋଷ ବି ଦଳ ପାଇଁ ଚିନ୍ତାର କାରଣ ପାଲଟିଛି। ଏଭଳି ସ୍ଥିତିରେ ତାଙ୍କ ଆଗରେ ବଡ ଚ୍ୟାଲେଞ୍ଜ ଥିବା ବେମେ ପ୍ରଭାରୀ ପରିବର୍ତ୍ତନ କିଛି ନେତାଙ୍କ ଭିତରେ ବି ଆଶା ସଞ୍ଚାର କରିଥିବା କୁହାଯାଉଛି। କାରଣ କୌଣସି ନା କୌଣସି କାରଣରୁ ସବୁ ପଦ ପଦବୀ ପୂରଣ ହୋଇ ପାରିନଥିବା ବେଳେ ପ୍ରଭାରୀ ବଦଳିବା ପରେ ନେତାଙ୍କ ଭିତରେ ଆଶା ବଢ଼ିବା ସ୍ୱାଭାବିକ।
ଅନ୍ୟପଟେ ବିଜୟ ପାଲ ସିଂ ତୋମାରଙ୍କୁ ନେଇ ବି ବେଶ୍ ଚର୍ଚ୍ଚା। କାରଣ ରାଜ୍ୟ ବିଜେପି ସବୁବେଳେ ବିଜୟ ପାଲ ସିଂ ତୋମାରଙ୍କୁ ମନେ ରଖିବ। ତାଙ୍କ ସମୟରେ ହିଁ ବିଜେପି କ୍ଷମତାକୁ ଆସିଥିବା ବେଳେ ପ୍ରଭାରୀ ଭାବେ ଦୀର୍ଘ ସମୟ ବିତାଇଛନ୍ତି ଓଡ଼ିଶାରେ। ଅଧିକାଂଶ ସମୟ ତାଙ୍କୁ ଓଡ଼ିଶାରେ ଦେଖିବାକୁ ମିଳେ। ତୋମାରଙ୍କୁ ଓଡ଼ିଶା ଦାୟିତ୍ଵରୁ ଅବ୍ୟାହତି କୁ ନେଇ ବି ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। ବର୍ତ୍ତମାନ ରାଜ୍ୟରେ ବିଜେଡି ଆଗ୍ରେଶିଭ୍ ହେଉଥିବା ବେଳେ ପୁରନ୍ଦେଶ୍ୱରି ଙ୍କୁ ଦାୟିତ୍ଵ ମିଳିବା ଅନେକ କିଛି ଦିଗକୁ ଇସାରା କରୁଛି। ଏପରିକି ସାଂଗଠାନିକ ସ୍ତରରେ କିଛି ନୂଆ ସମିକରଣ ସୃଷ୍ଟି ହୋଇପାରେ ବୋଲି ରାଜନୀତିକ ସମୀକ୍ଷକ ମାନେ ବି ଆଲୋଚନା କଲେଣି।
