ବନ୍ୟା ପଲିଟିକ୍ସ,ନବୀନଙ୍କ ଭୟରେଜିଲ୍ଲା ଛାଡୁନାହାନ୍ତି ବିଜେପି ନେତା!

ନବୀନଙ୍କ ଭୟରେ ଜିଲ୍ଳା ଛାଡୁ ନାହାନ୍ତି ନେତା !
ରଣନୀତି ବଦଳାଇଲେ ମୋହନ – ମନମୋହନ !
ଲୋକଙ୍କ ପାଖରୁ ଫିଡବ୍ୟାକ ନେଉଛନ୍ତି ନବୀନ ପଟ୍ଟନାୟକ!
ଗ୍ରାଉଣ୍ଡ ଜିରୋରେ ପଲିଟିକାଲ ଫାଇଟ , ରାଜଧାନୀରେ ଚର୍ଚ୍ଚା !

ଦର୍ଶକବନ୍ଧୁ ପ୍ରଥମ ପର୍ଯ୍ୟାୟ ବନ୍ୟାର ଦୁଃଖ ନ ସରୁଣୁ ଏବେ ଦ୍ୱିତୀୟ ପର୍ଯ୍ୟାୟ ବନ୍ୟା ଲୋକଙ୍କ ଦୁର୍ଦ୍ଦଶା ବଢ଼ାଇଛି। ବିଶେଷ କରି ଭଦ୍ରକ,ଯାଜପୁର ଓ ବାଲେଶ୍ୱର ଜିଲ୍ଲା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ରାଜ୍ୟ ସରକାର ବି ବନ୍ୟା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। କିନ୍ତୁ ବନ୍ୟା ଦୁର୍ଦ୍ଦଶା ଭିତରେ ଗ୍ରାଉଣ୍ଡ ଜିରୋରେ ପଲିଟିକାଲ ଫାଇଟ କୁ ନେଇ ରାଜନୀତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। କାରଣ ବନ୍ୟା ସ୍ଥିତି କୁ ନେଇ ବିଜେଡି – ବିଜେପି ଭିତରେ ମୁହାଁ ମୁହିଁ ସ୍ଥିତି ସୃଷ୍ଟି ହୋଇଛି।

ଭଦ୍ରକ ଓ ଯାଜପୁରରେ ବନ୍ୟାର ବ୍ୟାପକ ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ଏବେ ରାଜନେତାଙ୍କୁ ଗ୍ରାଉଣ୍ଡ ଜିରୋରେ ଦେଖିବାକୁ ମିଳିଛି। ନେତା ମାନେ ହେଡକ୍ୱାର୍ଟର ଛାଡ଼ି ଏବେ ଜିଲାରେ ଡେରା ପକାଇଛନ୍ତି। ଯାଜପୁର ଓ ଭଦ୍ରକରେ ବଡ ପଲିଟିକାଲ ଫାଇଟ ଦେଖିବାକୁ ମିଳିଛି। ୧୫ ଦିନରୁ ଅଧିକ ସମୟ ହେବ ନେତା ମାନେ ଜିଲ୍ଲା ଛାଡୁ ନାହାନ୍ତି। ଯାଜପୁର କଥା ଦେଖିଲେ ବିଜେଡିର ବବି ଦାସ,ପ୍ରମିଳା ମଲ୍ଲିକ,ପ୍ରୀତି ରଞ୍ଜନ ଘଡ଼େଇଙ୍କ ପରି ପ୍ରମୁଖ ନେତା ବନ୍ୟାଞ୍ଚଳ ବୁଲିବାର ଚିତ୍ର ଦେଖିବାକୁ ମିଳୁଛି। ଲୋକଙ୍କ ପାଖକୁ ଯିବା ସହ ଜିଲ୍ଲା ପ୍ରଶାସନର ଗତିବିଧି ଉପରେ ବି କଡ଼ା ନଜର ରଖୁଥିବା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନ କରି ସ୍ଥିତି ବୁଝିବାକୁ ନବୀନ ତିନି ଜିଲ୍ଲା ପାଇଁ ତିନି ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବା ଦେଖିବାକୁ ମିଳିଛି। ଏହି ନେତା ମାନେ ଲୋକଙ୍କ ପାଖରୁ ଫିଡବ୍ୟାକ ନେଇ ନବୀନଙ୍କୁ ସିଧାସଳଖ ରିପୋର୍ଟ ଦେଉଥିବା କୁହାଯାଉଛି।

ଅନ୍ୟପଟେ ବିଜେପି ନେତା ମାନେ ଗ୍ରାଉଣ୍ଡରେ ଥିଲେ ବି ବିଜେଡିକୁ ଚେକ୍ ଦେବାକୁ ବିଜେପି ରଣନୀତି ବଦଳାଇଥିବା କୁହାଯାଉଛି। କାରଣ ପ୍ରଥମ ପର୍ଯ୍ୟାୟ ବନ୍ୟା ପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀ ଆକାଶ ମାର୍ଗରୁ ସ୍ଥିତି ପରଖିଥିବା ବେଳେ ଏଥର ଗ୍ରାଉଣ୍ଡ ଜିରୋରୁ ସ୍ଥିତି ପରଖିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ,ରାଜସ୍ୱ ମନ୍ତ୍ରୀଙ୍କ ସହ ରାଜ୍ୟସଭା ସାଂସଦ,ମନ୍ତ୍ରୀ ଓ ଦଳୀୟ ବିଧାୟକଙ୍କୁ ଏକାଠି ଦେଖିବାକୁ ମିଳିଛି। ରିଲିଫ ସେଣ୍ଟର ବୁଲିବା ସହ ବୋଟରେ ବନ୍ୟାଞ୍ଚଳ ପରିଦର୍ଶନ କରି ଲୋକଙ୍କ ସମସ୍ୟା ବୁଝିଛନ୍ତି।

ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ଦୁଇ ଦଳ ଭିତରେ ଛକା ପଞ୍ଝା ଲାଗି ରହିଛି। ଏହି ଦୁଇ ଜିଲ୍ଲାରେ ବିଜେପି ଅପରେସନ ଲୋଟସ ଜରିଆରେ ଅନେକ ନେତାଙ୍କୁ ନିଜ କ୍ୟାମ୍ପ ରେ ସାମିଲ କରିଥିଲେ ବି ତୃଣମୂଳ ସଂଗଠନ କୁ ଭାଙ୍ଗିବାରେ ବିଜେପି ବିଫଳ ହୋଇଛି। ଏପଟେ ବିଜେଡି ନିଜ ସଂଗଠନ କୁ ସଜାଡ଼ିବାକୁ ନିୟମିତ କସରତ ଚଳାଇଛି। ଏଭଳି ସ୍ଥିତିରେ ବନ୍ୟା ସ୍ଥିତି ନେତାଙ୍କ ପାଇଁ ଅଗ୍ନି ପରୀକ୍ଷା ପାଲଟିଛି। କାରଣ ଲୋକେ ସବୁ ଦେଖୁଛନ୍ତି ସବୁ ବୁଝୁଛନ୍ତି। ତେଣୁ ନିଜ ନିଜ ତରିକାରେ ଅପରେସନ ଆରମ୍ଭ କରିଛନ୍ତି ଦୁଇ ଦଳ।

Leave a Reply