ବିଦ୍ୟୁତ୍ ଆଘାତରେ ଜଣେ ମୃତ

ତାଳଚେର,: ତାଳଚେର ଷ୍ଟେସନ ନିକଟ ବଁତୁଲ ରେଲୱେ ଫାଟକ ପାଖରେ ଟ୍ରେନ୍‌ ଚଳାଚଳ ପାଇଁ ବ୍ୟବହୃତ ବିଦ୍ୟୁତ୍ ତାରରେ ଆଘାତ ଲାଗି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ତାଳଚେର ଆନା ଗୋପୀନାଥପୁର ଅଞ୍ଚଳର ଭିକାରୀ ନାଏକ (୪୪) ବିଦ୍ୟୁତ୍ ତାରରେ ଲାଗିଥିବା ମାଲବାହୀ ଟ୍ରେନ୍‌ ଉପରକୁ ଚଢ଼ିଥିଲେ। ମାଲବାହୀ ଟ୍ରେନ୍‌ ଉପରେ ଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ସେ ଆସିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ଘଟିଥିଲା।

ତାଳଚେର ରେଲୱେ ପୁଲିସ ଓ ତାଳଚେର ପୁଲିସ ପକ୍ଷରୁ ମୃତଦେହ ଉଦ୍ଧାର କରିବା ସହିତ ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଖବର ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।

ଅନ୍ୟପକ୍ଷରେ ଉକ୍ତ ରେଲୱେ ଅଞ୍ଚଳରେ ଲୋକଙ୍କ ଅସାବଧାନତା ଯୋଗୁଁ ଏପରି ଘଟଣା ଘଟୁଥିବା କୁହାଯାଇଛି। ରେଲୱେ ଲାଇନ୍‌ ଓ ଟ୍ରେନ୍‌ ଉପରକୁ ଚଢ଼ିବା ଅତ୍ୟନ୍ତ ବିପଦଜନକ ହୋଇଥିବାରୁ ଲୋକମାନେ ସତର୍କ ରହିବା ଆବଶ୍ୟକ। ଏପରି ଘଟଣା ଭବିଷ୍ୟତରେ ନଘଟିବା ପାଇଁ ରେଲୱେ କର୍ତ୍ତୃପକ୍ଷ ସଚେତନତା ସୃଷ୍ଟି କରିବା ସହିତ ଆବଶ୍ୟକ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave a Reply