ରାଜ୍ୟ ରାଜନୀତିରେ ଚର୍ଚ୍ଚା,ଦିଲୀପଙ୍କୁ ମିଳିପାରେ ବଡ଼ ଦାୟିତ୍ୱ!

ଜଣା ପଡ଼ିଲା ଦିଲ୍ଲୀ ମିଟିଂ ପଛର ସତ !
ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟୁଛନ୍ତି ଦିଲ୍ଲୀପଙ୍କୁ ସମର୍ଥନ ଦେଇଥିବା ନେତା ?
କ୍ରସ ଭୋଟିଂ କରିଥିବା ନେତାଙ୍କ ସହିତ ଛିଡ଼ା ହୋଇଛନ୍ତି ଦିଲ୍ଲୀପ !
ଦିଲ୍ଲୀପ ରାୟଙ୍କ କାନ୍ଧରେ ବଡ ଦାୟିତ୍ଵ।

ଦର୍ଶକବନ୍ଧୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କୁ ନେଇ ରାଜନୈତିକ ମହଲରେ ଏବେ ଭିନ୍ନ ଭିନ୍ନ ଚର୍ଚ୍ଚା ଚାଲିଛି। କେହି କେହି କହୁଛନ୍ତି ଦିଲ୍ଲୀପ ରାୟ କେନ୍ଦ୍ରମନ୍ତ୍ରୀ ହେବେ। ଆଉ କେହି କେହି କହୁଛନ୍ତି ଦିଲ୍ଲୀପ ରାୟଙ୍କୁ ବଡ ଦାୟିତ୍ଵ ଦେଇଛନ୍ତି ବିଜେପିର କେନ୍ଦ୍ର ନେତୃତ୍ଵ। ଗତ କିଛି ଦିନ ହେବ ଦିଲ୍ଲୀରେ ଲଗାତାର ଭାବେ ବିଜେପିର ଟପ ଲିଡରଙ୍କ ସହ ଦିଲ୍ଲୀପ ରାୟଙ୍କ ଭେଟ ଘାଟ କୁ ନେଇ ଏଭଳି ଚର୍ଚ୍ଚା ଚାଲିଛି। ବାସ୍ତବିକ କଣ କଣ ଆଲୋଚନା ହେଉଛି ତାହାର ସ୍ପଷ୍ଟ ନଥିଲେ ବି ଦିଲ୍ଲୀପ ରାୟ ଯେ ଦିଲ୍ଲୀରେ ପୱରଫୁଲ ତାହା କହିବା ନିସନ୍ଦେହ। କିନ୍ତୁ ଏହି ସମୟରେ ଦିଲ୍ଲୀପ ରାୟ ବିଜେପିର ବଡ ନେତାଙ୍କୁ ଭେଟୁଛନ୍ତି ଯେତେବେଳେ ରାଜନୀତିକ ଦୃଶ୍ୟପଟ୍ଟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଛି।

ନିକଟରେ ବିଜେପି ନେତା ତଥା ବିଜେଡିର ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଅମିତ ଶାହାଙ୍କୁ ଭେଟିଥିବା ବେଳେ ସାଙ୍ଗରେ ଥିଲେ ସାଂସଦ ଦିଲ୍ଲୀପ ରାୟ। ରବୀନ୍ଦ୍ର ଜେନା ନିଜ ସୋସିଆଲ ମିଡିଆରେ ଏହି ଫଟୋ ବି ପୋଷ୍ଟ କରିଥିଲେ। ଏହି ଭେଟଘାଟ ସୌଜନ୍ୟମୂଳକ ଓ ରାଜ୍ୟର ବିକାଶ ମୂଳକ ପ୍ରସଂଗରେ ଆଲୋଚନା କଥା କୁହାଯାଉଥିଲେ ବି ରାଜନୀତିକ ବିଶ୍ଳେଷକ କିନ୍ତୁ ଏହାକୁ ଭିନ୍ନ ଭାଷାରେ ତର୍ଜମା କରୁଛନ୍ତି। ଶୁଣିବାକୁ ମିଳୁଛି କି ରାଜ୍ୟ ସଭା ନିର୍ବାଚନ ସମୟରେ ଯେଉଁ ଅନ୍ୟ ଦଳର ବିଧାୟକ ମାନେ ଦିଲ୍ଲୀପ ରାୟଙ୍କ ସପକ୍ଷରେ ଭୋଟ ଦେଇଥିଲେ ସେମାନଙ୍କ ସହ ଠିଆ ଠିଆ ହୋଇଛନ୍ତି ଦିଲ୍ଲୀପ ରାୟ। ନିର୍ବାଚନ ପରେ ଅନେକ ନେତାଙ୍କ ସହ ଭେଟ ଘାଟ ହୋଇଥିବା ବେଳେ ଏହି ପ୍ରକ୍ରିୟା ଜାରି ରହିଛି। ସେହି ଭଳି ନିର୍ବାଚନ ସମୟରେ ଯେଉଁ ନେତା ପ୍ରଚ୍ଛଦ ପଟରେ ରହି ତାଙ୍କୁ ସମର୍ଥନ ଦେଇଥିଲେ କିମ୍ବା ତାଙ୍କ ପରିବାର ସଦସ୍ୟ ଭୋଟ ଦେଇଥିଲେ ସେମାନଙ୍କ ସହ ବିଜେପିର କେନ୍ଦ୍ର ନେତୃତ୍ୱଙ୍କୁ ଭେଟ କରାଇ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଛନ୍ତି। ବିଜେପି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କ ସହ ଏହି ଭେଟ ଘାଟ ଏହି ରଣନୀତିର ଅଂଶ ବିଶେଷ ବୋଲି କୁହାଯାଉଛି। ଶୁଣିବାକୁ ମିଳିଛି ଏଭଳି ଆଉ କିଛି ନେତାଙ୍କ ସହ ବି ଏହାରି ଭିତରେ ଭେଟ ଘାଟ ସରିଛି। ଏକଥା ବି ଶୁଣିବାକୁ ମିଳୁଛି କ୍ରସ୍ ଭୋଟିଂ ଯୋଗୁଁ ବିଜେଡି ଓ କଂଗ୍ରେସ ଅନେକ ନେତାଙ୍କୁ ନିଲମ୍ବନ କରିଥିବା ବେଳେ ଆବଶ୍ୟକ ସ୍ଥଳେ କିଛି ନେତା ବିଜେପିରେ ସାମିଲ ହୋଇ ପାରନ୍ତି।

ଅନ୍ୟପଟେ ଦିଲ୍ଲୀପ ରାୟଙ୍କୁ ନେଇ ଆଉ ଏକ ଚର୍ଚ୍ଚା ବି ହେଉଛି କି ଦଳୀୟ ସଂଗଠନରେ ବି ବଢ଼ିପାରେ ଦିଲୀପଙ୍କ ଦବଦବା। ସବୁ ନେତାଙ୍କ ସହ ଦିଲୀପଙ୍କ ଭଲ ସମ୍ପର୍କ ଥିବା ବେଳେ ଅନ୍ୟ ଦଳର ନେତାଙ୍କ ସହ ବି ରହିଛି ତାଙ୍କର ସୁ ସମ୍ପର୍କ। ଆଗକୁ ସମ୍ଭାବ୍ୟ ରାଜନୀତିକ ସମୀକରଣ କୁ ଦୃଷ୍ଟିରେ ରଖି ଦିଲ୍ଲୀପଙ୍କୁ କେନ୍ଦ୍ର ନେତୃତ୍ଵ ଗୁରୁତ୍ୱ ଦେଉଥିବା ଚର୍ଚ୍ଚା ହେଉଛି। ଏମିତିରେ ବି ଏବେ ଓଡ଼ିଶା ରାଜନୀତି କୁ ନେଇ ଦିଲ୍ଲୀରେ ଚର୍ଚ୍ଚା ଚାଲିଛି। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ବର୍ତ୍ତମାନ ଯେଉଁ ଶୁନ୍ୟ ସ୍ଥାନ ସୃଷ୍ଟି ହୋଇଛି ଓ ଓଡ଼ିଶା ବିଜେପି ରାଜନୀତିରେ ଯାହା କିଛି ଚାଲିଛି ସେଭଳି ସ୍ଥିତିରେ ଦିଲ୍ଲୀପ ବଡ ଦାୟିତ୍ଵ ତୁଲାଇ ପାରନ୍ତି ବୋଲି ଚର୍ଚ୍ଚା ଚାଲିଛି। କିନ୍ତୁ ଏ ସବୁ ଚର୍ଚ୍ଚାର କେତେ ସତ୍ୟତା ରହିଛି ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ।

Leave a Reply