ରାଜନୈତିକ ମହଲରେ ଚର୍ଚ୍ଚା,ଦିଲ୍ଲୀପ ହେବେ କେନ୍ଦ୍ରମନ୍ତ୍ରୀ!

ଧର୍ମେନ୍ଦ୍ରଙ୍କ ସ୍ଥାନ ନେଇ ପାରନ୍ତି ଦିଲ୍ଲୀପ ?
ଦିଲ୍ଲୀପଙ୍କୁ ନେଇ କେନ୍ଦ୍ର ବିଜେପିର ବଡ ପ୍ଲାନ !
ଓଡ଼ିଶା କୋଟାରୁ ଦିଲ୍ଲୀପଙ୍କୁ ମିଳିପାରେ ମନ୍ତ୍ରୀପଦ ଦେଇ ଅଧିକ ପାୱାରଫୁଲ କରାଇପାରନ୍ତି କେନ୍ଦ୍ର ନେତୃତ୍ଵ !

ଦର୍ଶକବନ୍ଧୁ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା। ରାଜ୍ୟସଭା ନିର୍ବାଚନ ଲଢ଼ିବା ନେଇ ଘୋଷଣା ଦିନ ଠୁ ଏପର୍ଯ୍ୟନ୍ତ ଅନେକ ସମୟରେ ତାଙ୍କୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଜାରି ରହିଛି। ଏବେ ଶୁଣିବାକୁ ମିଳୁଛି କି ଆଗକୁ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀରେ ବଡ ଭୂମିକାରେ ଦେଖିବାକୁ ମିଳିପାରେ। ବର୍ତ୍ତମାନ ତାଙ୍କର ରାଜନୀତିକ ଗତି ବିଧି ବି ଏଭଳି କିଛି ସଙ୍କେତ ଦେଉଛି।ତାଙ୍କର କିଛି ରାଜନୀତିକ କାର୍ଯ୍ୟକଳାପ କୁ ନେଇ ରାଜନୀତିକ ସମୀକ୍ଷକ ମାନେ ବି ଏଭଳି କିଛି ଆକଳନ ଲଗାଉଛନ୍ତି। ଏମିତିରେ ବି ବିଜେପିର ଦିଲ୍ଲୀ ନେତୃତ୍ୱଙ୍କ ସହ ଦିଲୀପଙ୍କ ବେଶ ଭଲ ସମ୍ପର୍କ ରହି ଆସିଛି। ରାଜ୍ୟ ସଭା ନିର୍ବାଚନ ରେ ଦିଲ୍ଲୀପ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ ବି ବିଜେପି ସମର୍ଥନ ଜଣାଇଥିଲା।ଏପରିକି କି ରାଜ୍ୟସଭା ନିର୍ବାଚନ ଲଢ଼ିବା ପୂର୍ବରୁ ବିଜେପିର କେନ୍ଦ୍ର ନେତୃତ୍ୱଙ୍କ ସହ ଆଲୋଚନା ହୋଇଥିବା ନେଇ ବି ଖୋଦ୍ ସ୍ୱୀକାର କରିଥିଲେ ଦିଲ୍ଲୀପ।

ଏବେ ଦିଲ୍ଲୀପଙ୍କୁ ନେଇ ଓଡ଼ିଶାରୁ ଦିଲ୍ଲୀ ରାଜନୀତି ପର୍ଯ୍ୟନ୍ତ ବେଶ୍ ଚର୍ଚ୍ଚା। କାରଣ ଏହି ନିକଟ ଅତୀତରେ ଦିଲ୍ଲୀପ ରାୟଙ୍କ ହାଇ ପ୍ରୋଫାଇଲ୍ ଭେଟଘାଟ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି। କିଛି ଦିନ ପୂର୍ବରୁ ଦିଲ୍ଲୀପ ରାୟ ପ୍ରଧାନ ମନ୍ତ୍ରୀଙ୍କୁ ସାକ୍ଷାତ୍ କରିଥିବା ବେଳେ ନିକଟରେ ଦିଲ୍ଲୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ଓ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରିଛନ୍ତି। ଅବଶ୍ୟ ଶାହଙ୍କ ସହ ଭେଟ ଘାଟ ସମୟରେ ସାଙ୍ଗରେ ଥିଲେ ନିକଟରେ ବିଜେପିରେ ସାମିଲ ହୋଇଥିବା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା। ଦିଲ୍ଲୀପଙ୍କ ଏଭଳି ଭେଟ ଘାଟ କୁ ନେଇ ଆରମ୍ଭରୁ ଚର୍ଚ୍ଚା ଚାଲିଥିଲେ ବି ସାଂପ୍ରତିକ ରାଜନୀତିକ ସ୍ଥିତିରେ ବେଶ ଗୁରୁତ୍ୱ ରଖୁଛି।

ଶୁଣିବାକୁ ମିଳୁଛି କି ଆଗକୁ ଦିଲ୍ଲୀପଙ୍କୁ କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ସ୍ଥାନ ମିଳିପାରେ। ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଓଡ଼ିଶା କୋଟାରୁ ଏବେ ବି ଗୋଟିଏ ଆସନ ଖାଲି ରହିଛି ବୋଲି କୁହାଯାଇ ପାରିବ। ଏମିତିରେ ବି ଓଡ଼ିଶାକୁ ଆଉ ଗୋଟିଏ ମନ୍ତ୍ରୀପଦ ମିଳିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଧର୍ମେନ୍ଦ୍ରଙ୍କ ଇସ୍ତଫା ପରେ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। କୁହାଯାଉଛି କି ଦିଲ୍ଲୀପଙ୍କୁ ଅଧିକ ପାୱାର ଫୁଲ କରିପାରେ ବିଜେପି। ଗୋଟିଏ ଗୁଳିରେ ଦୁଇଟି ଶିକାର କରିପାରନ୍ତି କେନ୍ଦ୍ର ନେତୃତ୍ଵ। ଓଡ଼ିଶାରେ ସବୁ ନେତାଙ୍କ ସହ ଦିଲୀପଙ୍କ ଭଲ ସମ୍ପର୍କ ଥିବାରୁ ତାଙ୍କୁ ପ୍ରମୋସନ ଦେଇ ସମସ୍ତଙ୍କୁ ମ୍ୟାନେଜ କରିବାକୁ ଉଦ୍ୟମ କରିପାରେ ବିଜେପି। ଏପରିକି ବିଜେଡି ନେତାଙ୍କ ସହ ବି ତାଙ୍କର ଭଲ ସମ୍ପର୍କ ଥିବାରୁ ଭବିଷ୍ୟତ କୁ ବି ଦୃଷ୍ଟିରେ ରଖି ବିଜେପି କିଛି ପ୍ଲାନ୍ ପ୍ରସ୍ତୁତ କରିପାରେ। ତେବେ ଦେଖିବାର କଥା ଏଭଳି ଚର୍ଚ୍ଚା ଚର୍ଚ୍ଚାରେ ରହୁଛି ନା ଆଗକୁ କିଛି ହେବାକୁ ଯାଉଛି।

Leave a Reply