ଦୁଇ ଯୁବତୀଙ୍କୁ ନିଶା ଦେଇ ଗଣ ଦୁଷ୍କର୍ମ କରାଯିବା ମାମଲାରେ ୪ଜଣ ଯୁବକଙ୍କୁ ଦୋଷୀ ସାବ୍ୟସ୍ତ କରିଛି ଅଦାଲତ। ସେମାନଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଅଧିକ ୧ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ
ସୂଚନା ମୁତାବକ ଅନୁଗୋଳ ଥାନା ପୁଲିସ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗତ ୨୦୨୪ ଅଗଷ୍ଟ ୬ତାରିଖ ରାତିରେ ସଭାଘର ସମ୍ମୁଖରେ ୨ଜଣ ଯୁବତୀଙ୍କୁ ନିଶାସକ୍ତ ଅବସ୍ଥାରେ ପାଇଥିଲା। ସେମାନଙ୍କୁ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଉଭୟ ସୁସ୍ଥ ହେବାପରେ ସେମାନଙ୍କୁ ବୁଲିବା ପାଇଁ ଡାକି ଦେରେଜଙ୍ଗ ଡ୍ୟାମ ଆଡ଼କୁ ନେଇଥିଲେ। ସେଠାରେ ମଦ୍ୟପାନ କରିବା ସହ ଦୁଇ ଯୁବତୀଙ୍କୁ ଜୋର୍ କରି ମଦ ପିଆଇ ଦେଇଥିଲେ।ପରେ ନିଶା ଥାନା ଅଞ୍ଚଳରେ ଏକ ନିଛାଟିଆ ସ୍ଥାନକୁ ନେଇ ଯୁବତୀଙ୍କ ସହ ଗଣଦୁଷ୍କର୍ମ କରିବା ପରେ ସଭଘର ସମ୍ମୁଖରେ ଚାଲିଯାଇଥିବା କହିଥିଲେ।
ଏହି ଯୁବତୀଙ୍କ ଭିତରେ ଜଣେ ନାବାଳିକା ମଧ୍ୟ ଥିଲେ। ଅନୁଗୁଳ ଥାନା ପୁଲିସ୍ ୬୪୨/୨୪ରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତତକାଳିନ ଅନୁଗୋଳ ଥାନା ଅଧିକାରୀ ଧୀରେଶ ଦାସଙ୍କ ନେତୃତ୍ୱରେ ଏକାଧିକ ଟିମ୍ ଗଠନ କରାଯାଇ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନସ୍ଥାନରେ ଚଢ଼ଉ କରିଥିଲା।ଏହି ମାମଲାରେ ପୁଲିସ୍ ଟାଇଁସି ଅଞ୍ଚଳ ର ଜିତୁ ସାହୁ , କଣିହାଁ ଥାନା ବଡ଼ହାର ଗାଁର ହୃଦୟ ଚନ୍ଦ୍ର ପ୍ରଧାନ,କୁଜଙ୍ଗ ଥାନା ପାଟପୁର ଗାଁ ର ଅସିତ୍ ସାହୁ ଓ ଖିଲାରୀ ଗୋଡ଼ି ସାହିର ଦିବ୍ୟରଞ୍ଜନ ଅମାନ୍ତ ଙ୍କୁ ଗିରଫ କରିଥିଲା। ଏହି ମାମଲାର ବିଚାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ଫାଷ୍ଟ ଟ୍ରାକ କୋର୍ଟରେ ଚାଲିଥିଲା. ସମସ୍ତ ଶାଖ୍ୟ ପ୍ରମାଣକୁ ଭିତ୍ତି କରି ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ରାୟ ଶୁଣାଇଛନ୍ତି। ୪ଅଭିଯୁକ୍ତଙ୍କୁ ୨୦ବର୍ଷ ଲେଖାଏଁ ଜେଲ୍ ଦଣ୍ଡ ଏବଂ ଉଭୟ ପୀଡ଼ିତାଙ୍କୁ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱାତନ୍ତ୍ର୍ୟ ପିପି ରଞ୍ଜନ କୁମାର ପାତ୍ର ମାମଲା ପରିଚାଳନା କରୁଥିଲେ। ପରବର୍ତ୍ତୀ ସମୟରେ ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ଲିଙ୍ଗରା ଯୋଡ଼ିର ଆଦିତ୍ୟ ସାହୁ ଆତ୍ମ ସମର୍ପଣ କରିଥିଲେ। ଟଙ୍କା ମାମଲା ଏବେ ବିଚାରାଧୀନ ରହିଛି
