ତାଳଚେର ମାଳରଗୁଡ଼ୀ ଆଶ୍ରମରେ ସରକାରୀ ଟଙ୍କା ବିନିଯୋଗ ସହ ବିଧାୟକ ଜମି ମାଡ଼ି ବସିଥିବା ଅଭିଯୋଗକୁ ଖଣ୍ଡନ କଲେ ବଡ଼ସିଂହଡ଼ା ଗ୍ରାମବାସୀ। ଆଜି ଗ୍ରାମବାସୀମାନେ ଉପଜିଲ୍ଲାପାଳଙ୍କ ନିକଟରେ ବିଧାୟକଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ହେବା ସହ ମାଳରଗୁଡ଼ି ଆଶ୍ରମକୁ ଅପପ୍ରଚାର ଓ ବଦନାମ କରାଯାଉଥିବା ବ୍ୟକ୍ତିଙ୍କ ବିରୁଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବିପତ୍ର ପ୍ରଦାନ କରିଥିଲେ।
ସୂଚନା ମୁତାବକ, ଗତ ୩୦ ବର୍ଷ ହେବ ଗ୍ରାମବାସୀଙ୍କ ସହଯୋଗରେ ଏମ୍ସିଏଲ୍ ଭରତପୁର କୋଇଲା ଖଣି ପାଇଁ ବିପର୍ଯ୍ୟୟ ହୋଇପଡ଼ିଥିବା ଜମିକୁ ନେଇ ଗ୍ରାମବାସୀମାନେ ସେଠାରେ ଏକ ଦୁର୍ଗା ମନ୍ଦିର ସ୍ଥାପନ କରିଥିଲେ। ପରବର୍ତ୍ତି ସମୟରେ ଗ୍ରାମବାସୀଙ୍କ ସହଯୋଗରେ ସେଠାରେ ଗୋସେବା ଏବଂ ଦେବୀ ଦୁର୍ଗା ମନ୍ଦିର ସରକାରଙ୍କ ସହଯୋଗରେ ନିର୍ମାଣ କରାଯାଇଛି। ଫଳରେ ମାଳରଗଡ଼ୀ ଉନ୍ନତୀ କରଣ ସହ ଏହା ଏକ ପର୍ଯ୍ୟଟନ ସ୍ଥଳର ଆଖ୍ୟା ପାଇଛି। ପ୍ରତିଦିନ ସେଠାକୁ ଶହ ଶହ ଭକ୍ତ ମାଙ୍କ ଦର୍ଶନ କରିବା ସହିତ ସେଠାରେ ଥିବା ହନୁମାନ ମନ୍ଦିର ସହିତ ଅନ୍ୟାନ୍ୟ ଜୀବଜନ୍ତୁ ଏବଂ ବିଭିନ୍ନ ଔଷଧ୍ୟ ବୃକ୍ଷ ଲଗାଯାଇଛି। ଏ ସମସ୍ତ କାର୍ଯ୍ୟପାଇଁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଗ୍ରାମବାସୀଙ୍କୁ ସର୍ବଦା ସହଯୋଗ କରି ଆସିଛନ୍ତି। ଗ୍ରାମବାସୀ ପକ୍ଷରୁ ଆଜି ମାଳରଗଡ଼ୀ ଆଶ୍ରମକୁ କୌଣସି ରାଜନୈତିକ ନକରି ଆଶ୍ରମର ରକ୍ଷଣା ବେକ୍ଷଣ କରିବା ସହିତ ଏହାକୁ ଏକ ସରକାରୀସ୍ତରରେ ମାନ୍ୟତା ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି।
