ଖସି ଯାଇଛି ଜଳ ସ୍ଥର ,ଠପ୍ ହୋଇଯିବ ବିଦ୍ୟୁତ୍ ଉତ୍ପାଦନ ?

ଖସି ଯାଇଛି ନଦୀ ର ଜଳସ୍ତର। ଡ୍ୟାମ ରେ ନିର୍ଦ୍ଧାରିତ ଜଳ ସ୍ଥର ଠୁ ଅଧିକ ଖସି ଗଲାଣି । ଫଳରେ ବିଦ୍ୟୁତ୍ ଉତ୍ପାଦନ ମଧ୍ୟ ବାଧାପ୍ରାପ୍ତ ହୋଇଛି । ଜଳସ୍ତର ଖସିବା ଫଳରେ ଯେ କେବଳ ବିଦ୍ୟୁତ୍ ଉତ୍ପାଦନ ଖସିଛି ତାହା ନୁହେଁ। ତଳ ମୁଣ୍ଡ ରେ ଏହି ପାଣି ବ୍ୟବହାର କରୁଥିବା ଲୋକେ ମଧ୍ୟ ଜଳ ସଙ୍କଟ ର ଶିକାର ହେଉଛନ୍ତି। ସୂଚନା ମୁତାବକ ଅନୁଗୁଳ ଜିଲ୍ଲା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣ ହୋଇଥିବା ରେଙ୍ଗାଳି ନଦୀବନ୍ଧ ଯୋଜନା ରେ କେନାଲ, ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବସ୍ଥା ରହିଛି। ମୁଖ୍ୟତଃ ଏହି ପାଣି ବ୍ୟବହାର କରି ohpc 250 ମେଗା ୱାଟ ବିଜୁଳି ଉତ୍ପାଦନ କରିଥାଏ। କିନ୍ତୁ ଉପର ମୁଣ୍ଡ ରେ ବର୍ଷା ର ଅଭାବ ଓ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପାଇଁ ବିଜୁଳି ଉତ୍ପାଦନ ବାଧା ପ୍ରାପ୍ତ ହୋଇଛି। ରେଙ୍ଗାଳି ଜଳ ଭଣ୍ଡାର ର ସର୍ବାଧିକ ଜଳଧାରଣ କ୍ଷମତା 128.5 ଓ ସର୍ବନିମ୍ନ 109 ମିଟର ରହିଛି।

ଏହା ଭିତରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ବର୍ତ୍ତମାନ ବର୍ତ୍ତମାନ ଜଳସ୍ତର 110.11 ରହିଛି। ଯାହାକି ବହୁତ୍ କମ୍ କହିଲେ ଅତ୍ୟୁକ୍ତି ହେବ ନାହିଁ। Ohpc କର୍ତ୍ତୃପକ୍ଷ ଙ୍କ କହିବା ଅନୁଯାୟୀ ବିଦ୍ୟୁତ୍ ଉତ୍ପାଦନ ପାଇଁ ସର୍ବନିମ୍ନ ହେବା ପାଇଁ ଆଉ 1 ମିଟର ରୁ ବି କମ୍ ରହିଛି। ଫଳରେ ବିଦ୍ୟୁତ୍ ଉତ୍ପାଦନ ବାଧାପ୍ରାପ୍ତ ହେବା ସହ କମ ଜଳ ସ୍ଥର ରେ ଟରବାଇନ ଗୁଡ଼ିକ ଚାଲିଲେ ସେଗୁଡିକ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି। ଏଥି ସହିତ ଗେଟ ବର୍ଷ ଏହି ସମୟରେ ଆଦୌ ଜଳ ସଙ୍କଟ ନଥିଲା। କାରଣ ଗତ ଜୁନ୍ ମାସ 17 ତାରିଖ ବେଳକୁ ନଦୀ ବନ୍ଧ ର ଜଳ ସ୍ଥର ବଢ଼ି ସାରିଥିଲା। ଦୈନିକ 5 ଟି ଟରବାଇନ ଚାଲିଲେ 50 ମେଗାୱାଟ ହିସାବ ରେ 250 ମେଗା ୱାଟ ବିଜୁଳି ଉତ୍ପାଦନ ହବା କଥା। କିନ୍ତୁ ବର୍ତ୍ତମାନ ଏହା ସମ୍ଭବ ହେଉନାହିଁ। କିନ୍ତୁ ଗ୍ରୀଷ୍ମ ଋତୁ ରେ ଅଧିକ ବିଦ୍ୟୁତ୍ ର ଆବଶ୍ୟକ ରହୁଥିବାରୁ ସରକାରୀ ଅର୍ଡର ଅନୁଯାୟୀ ନିମ୍ନ ଜଳ ସ୍ଥଳ ରେ ବିଦ୍ୟୁତ୍ ଉତ୍ପାଦନ କରିବାକୁ ପଡୁଛି। ଫଳରେ ଦୈନିକ ଅତି ବେଶୀ ରେ 2 ଘଣ୍ଟା ରୁ 3 ଘଣ୍ଟା ଟରବାଇନ ଚାଲିବା ସମ୍ଭବ ହୋଇପାରୁଛି। ଆଉ ସେହି ସମୟ ଭିତରେ ମାତ୍ର 100 ମେଗା ୱାଟ ବିଜୁଳି ବାହାରିବା ସମ୍ଭବ ହୋଇ ପାରୁଛି।

ଏଥି ସହିତ ତଳ ମୁଣ୍ଡ ରେ ଥିବା ଜଣା ସାଧାରଣ ମଧ୍ୟ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏ ନେଇ ଡ୍ୟାମ ର ମୁଖ୍ୟ ଯନ୍ତ୍ରୀ ଙ୍କ କହିବାନୁଯାୟୀ ଗତ ବର୍ଷ ତୁଳନାରେ ରେ ଏ ବର୍ଷ ସମାନ ସ୍ଥିତି ପ୍ରାୟ ରହିଛି। ଫରକ୍ ଏତିକି ଯେ ଗତ ବର୍ଷ ଏ ସମୟରେ ବର୍ଷା ହୋଇ ସାରିଥିଲା ଓ ଜଳ ସ୍ଥର ମଧ୍ୟ ବୃଦ୍ଧି ପାଇବାରେ ଲାଗିଥିଲା। ଗତ ବର୍ଷ ଏ ସମୟରେ 110.7 ଥିଲା ଓ ଏବେ ଏହା 110.11 ରହିଛି। ତେବେ ଏ ନେଇ ସେ ohpc କର୍ତ୍ତୃପକ୍ଷ ଙ୍କ ସହ ବିସ୍ତୃତ ଆଲୋଚନା କରିବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

Leave a Reply