ରାସନ୍ କାର୍ଡ ଟାର୍ଗେଟ ପୂରଣ ହୋଇନି। ସ୍ଥିତି ଏବେ ଏମିତି ଯେ ଯେକୌଣସି ଯୋଗ୍ୟ ଲୋକ ରାସନ୍ କାର୍ଡ ପାଇଁ ଆବେଦନ କଲେ କାର୍ଡ ପାଇଯିବେ। ଅନୁଗୁଳ ଜିଲ୍ଲାରେ ଆହୁରି ପ୍ରାୟ ୩୮ ହଜାର କାର୍ଡ ବଳକା ଥିବାରୁ ଯୋଗ୍ୟ ହିତାଧିକାରୀ କାର୍ଡ ପାଇବାରେ ବିଶେଷ ସମସ୍ୟା ହେବନି। ରାସନ୍ କାର୍ଡ ଗୁଡିକ ଇ – କେୱାସି ହେବା ପରେ ବହୁ ଅଯୋଗ୍ୟ ହିତାଧୀକାରୀ ତାଲିକାରୁ କରିଥିଲେ।
ଅନୁଗୁଳ ଜିଲ୍ଲାରେ ପ୍ରାୟ ୨୦ହଜାର ହିତାଧିକାରୀଙ୍କ ନାମ ତାଲିକାରୁ କରିଛି। ଏଥିରୁ ପ୍ରାୟ ୧୫ହଜାର ମୃତ ହିତାଧିକାରୀ ରହିଥିବା ବେଳେ ବାକି ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ।ଆଗରୁ ବହୁ ଧନୀ ଲୋକ ମାଗଣା ରାସନ୍ ଉଠାଉଥିଲେ।
ପୁଣି ମରି ଯାଇଥିବା ଲୋକଙ୍କ ନାମ ତାଲିକାରୁ କାଟୁ ନଥିଲେ ଘର ଲୋକ। ରାସନ ପାଇବାର ଲୋଭ ପାଇଁ ହିତାଧିକାୀ ସଂଖ୍ୟା ବଢ଼ି ବଢ଼ି ଚାଲିଥିଲା।ହେଲେ ଇ – କେୱାସି ହେବା ପରେ ଏହି ଅଯୋଗ୍ୟ ଲୋକଙ୍କ ନା ତାଲିକାରୁ ବାଦ୍ ଦେଇଛନ୍ତି ସରକାର୍। ଏଣୁ ଅନୁଗୁଳ ଜିଲ୍ଲାରେ ରାସନ୍ ପାଉଥିବା ଲୋକଙ୍କ ସଂଖ୍ୟା କମିଛି। ଇ କେୱାଇସି ସମ୍ପୂର୍ଣ୍ଣ ହେବା ପରେ ଆହୁରି କିଛି ହିତାଧିକାରୀ କଟିବା ନିଶ୍ଚିନ୍ତ।
ଯୋଗାଣ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ଏବେ ଅନୁଗୁଳ ଜିଲ୍ଲାରେ ୨,୮୫, ୨୧୬ଜଣ ରାସନ୍ ପାଉଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩୯୨୦ଜଣ ହିତାଧିକାରୀ ରହିଛନ୍ତି। ଗୋଟିଏ ପଟେ ସରକାର ରାସନ୍ କାର୍ଡ ପାଇଁ ନୁଆ ଟାର୍ଗେଟ ଦେଇଥିଲା ବେଳେ ପୁରୁଣା ଅଯୋଗ୍ୟ ହିତାଧିକାରୀ କଟିଛନ୍ତି।
ଏଣୁ ଅନୁଗୁଳ ଜିଲ୍ଲାରେ ଟାର୍ଗେଟ ଅନୁସାରେ ଲୋକମାନେ ରାସନ କାର୍ଡ ପାଇ ନାହାନ୍ତି। ଅନୁଗୁଳ ଜିଲ୍ଲାରେ ଏବେ ବି ପ୍ରାୟ ୩୮ ହଜାର ଲୋକ ଖାଦ୍ୟ ସୁରକ୍ଷା ଆଇନରେ ଅନ୍ତର୍ଭୁକ୍ତ ହୋଇପାରିବେ। କିନ୍ତୁ ଏହି ଅନୁସାରେ ଆବେଦନ ଆସୁନି। କାର୍ଡ ପାଇଁ ଆବେଦନ କରିଥିବା ପାଖାପାଖି ସାଢେ଼ ୫ହଜାର ପରିବାରକୁ ଖାଦ୍ୟ ସୁରକ୍ଷା ଯୋଜନା ଯୋଡ଼ା ଯାଇଛି। ଫଳରେ ପ୍ରାୟ ସାଢ଼େ ୧୦ ହଜାର ନୂଆ ହିତାଧିକାରୀ ରାସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଗତ ଏପ୍ରିଲ୍ ମାସ ପର ଠାରୁ ଏମାନେ ରାସନ୍ ପାଉଛନ୍ତି। ଏହା ବାଦ ପ୍ରାୟ ୧୫ହଜାର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବାକୁ ଆବେଦନ କରିଛନ୍ତି। ଏହାର ଅନୁଧ୍ୟାନ କରାଯାଉଛି। କ୍ଷେତ୍ର ଅନୁଧ୍ୟାନ ପରେ ସେମାନେ ଯୋଗ୍ୟ ହୋଇଥିଲେ ସେମାନଙ୍କ ନାମରେ ରାସନ୍ କାର୍ଡ ମିଳିବ ବୋଲି ଜଣାପଡିଛି।
ଏନେଇ ଅନୁଗୁଳ ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି ଏ ଭିତରେ ଅନୁଗୁଳରେ ନୁଆ ଲୋକ ରାସନ୍ କାର୍ଡ ପାଇବାରେ କିଛି ସମସ୍ୟା ନାହିଁ। ଆମ ପାଖରେ ଟାର୍ଗେଟ ଥିବାରୁ ଯେ କୌଣସି ଯୋଗ୍ୟ ହିତାଧିକାରୀ ଆବେଦନ କଲେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ କରାଯାଇ ପାରିବ। ନୂଆ କାର୍ଡ ପାଇଁ ଯେତିକି ଆବେଦନ ଆସୁଛି ତାର ଅନୁଧ୍ୟାନ କରି ଯୋଗ୍ୟ ଲୋକଙ୍କୁ ତାଲିକାରେ ସାମିଲ କରାଯିବ ବୋଲି ଶ୍ରୀ କହିଛନ୍ତି
