ତାଳଚେର ବ୍ଲକ୍ ବ୍ରଜନାଥପୁର ପଞ୍ଚାଯତ ଯୁବକ ଯୁବତୀ ନିଯୁକ୍ତି ଦାବିରେ ତାଳଚେର ଭୁବନେଶ୍ଵରୀ ଏବଂ ଅନନ୍ତ କୋଇଲା ଖଣିରେ କୋଇଲା ପରିବହନ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଥିବା ଜଣାପଡିଛି।
ବ୍ରଜନାଥ ପୁର ପଞ୍ଚାଯତର ସମିତି ସଭ୍ୟା ଅନୁମାନ ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇ ଓହରି ଯାଇଛନ୍ତି।
ଏନେଇ ପୂର୍ବରୁ ଉପଜିଲ୍ଲାପାଳଙ୍କ ଜରିଆରେ ବୈଠକ ହୋଇ ନିଯୁକ୍ତି ହୋଇଥିଲା।ହେଲେ ଏହାକୁ ଠିକା ସଂସ୍ଥା ଅବମାନନା କରୁଥିବା ନେଇ ମଙ୍ଗଳବାର ପୁଣି ଆନ୍ଦୋଳନ କରିଛନ୍ତି ଠିକା ସଂସ୍ଥା ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ସମିତି ସଭ୍ୟା ଶ୍ରୀମତୀ ପ୍ରଧାନ କହିଛନ୍ତି। ତାଳଚେର ପୁଲିସ ଏବଂ ଡେପୁଟି କଲେକ୍ଟର ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ କୌଣସି କଥାକୁ କର୍ଣ୍ଣପାତ କରି ନଥିଲେ। ଫଳରେ ପୁଲିସ୍ ପ୍ରାୟ ୫୦ରୁ ଅଧିକ ଆନ୍ଦୋଳନକାରିଙ୍କୁ ଗିରଫ କରିଥିବା ଜଣାପଡିଛି।
