ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ସରକାରୀ କ୍ୱାର୍ଟର୍ସରେ ଉପଖଣ୍ଡ ଚିକିତ୍ସା ଅଧିକାରୀଙ୍କୁ କ୍ୱାର୍ଟର୍ସ ମିଳିଥିବା ବେଳେ ସେ ୩ମାସ ଧରି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ବ୍ୟାବିନରେ ରହୁ ଆସୁଥିଲେ। ଯାହାକୁ ନେଇ ଗତ ମାସରେ ଖବର କାଗଜରେ ପ୍ରକାଶ ପାଇଥିଲା।ଖବର ପ୍ରକାଶ ପାଇବ ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଏସଡିଏମଓଙ୍କୁ ତାଗିଦ କରିବା ସହିତ ତୁରନ୍ତ ରୋଗୀଙ୍କ କ୍ୟାବିନ୍ ଛାଡି ନିଜ କ୍ୱାର୍ଟର୍ସରେ ରହିବାକୁ ନିର୍ଦ୍ଦେଶ ଦେଇଥିଲେ।
ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ତରବରିଆ ଭାବେ ଏସଡିଏମଓ ତାଙ୍କ କ୍ୱାର୍ଟର୍ସରେ ନ ରହି ଅନ୍ୟ ଜଣେ ଡ଼ାକ୍ତରଙ୍କ କ୍ୱାର୍ଟର୍ସରେ ରହୁଥିବା ଜଣା ପଡିଛି।
ସେ ତାଙ୍କ କ୍ୱାର୍ଟର୍ସଙ୍କୁ ଜଣେ ଏଚଏଚଏମ କର୍ମଚାରୀଙ୍କୁ ରହିବାକୁ ଅନୁମତି ଦେଇଛନ୍ତି। ଅନ୍ୟ ପକ୍ଷରେ ବଳକା ରହିଥିବା କ୍ୱାର୍ଟର୍ସରେ କାହିଁକି ଅନ୍ୟ କର୍ମଚାରୀଙ୍କୁ ରହିବାକୁ ଅନୁମତି ଦେଉ ନାହାନ୍ତି ତାହାକୁ ନେଇ କର୍ମଚାରୀଙ୍କ ମହଲରେ ଅସନ୍ତୋଷ ଦେଖା ଦେଇଛି।
ଡାକ୍ତରଖାନାରେ ଜରୁରୀ କାଳୀନ ରୋଗୀ ସେବା ଯୋଗଉ ଥିବା ଷ୍ଟାପ ନର୍ସମାନଙ୍କୁ କ୍ୱାର୍ଟର୍ସ ମିଳୁ ନଥିବାରୁ ସେମାନେ ବାଧ୍ୟ ହୋଇ ଘରଭଡ଼ାରେ ରହୁଥିବା ଅଭିଯୋଗ ଆଣିଛନ୍ତି। ହସ୍ପିଟାଲରେ ବର୍ତମାନ ୮ଟି କ୍ୱାର୍ଟର୍ସ ଖାଲି ରହିଥିବା ଡ଼ାକ୍ତରଖାନା ପକ୍ଷ ରୁ ସୁଚନା ମିଳିଛି। ଏ ନେଇ ଏସଡିଏମଓ ଡାକ୍ତର ଗଙ୍ଗାଧର ବେହେରାଙ୍କୁ ପଚାରିବାରୁ ସେ କ୍ୱାର୍ଟର୍ସ ବାବଦରେ କିଛି କହି ପାରିବେ ନାହିଁ ବୋଲି ସିଧା ମନା କରି ଦେଇଥିଲେ।
