ବାଲ୍ୟ ବିବାହ ସମ୍ପର୍କରେ ସଚେତନତା ଶୋଭାଯାତ୍ରା

ଆଇନସେବା ପ୍ରାଧିକରଣ ଓ ଆଶା ୟୁନିଟ୍ ତରଫରୁ ବାଲ୍ୟ ବିବାହର ପ୍ରଭାବ ଓ ତାର ପ୍ରତିକାର ସଂକ୍ରାନ୍ତରେ ଏକ ସଚେତନତା ଶୋଭାଯାତ୍ରା କଣିହାଁ ବ୍ଲକ୍ର ରେଙ୍ଗାଳିଠାରେ ଅନୁଷ୍ଠିତ ହୋଇଯାଇଛି।

ତାଳଚେର ଅତିରିକ୍ତ ଜିଲ୍ଲା ଏବଂ ଦୌରଜଜ୍ ତଥା ତାଲୁକ ଆଇନସେବା ପ୍ରାଧିକରଣ କରଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଓଡେଶା ଭବନଠାରେ ଏହି ଶିବିର ଓ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

ଝିଅକୁ ୧୮ବର୍ଷ ଓ ପୁଅକୁ ୨୧ବର୍ଷ ପୂର୍ବରୁ ବାହାଘର ପାଇଁ ସ୍ବୀକୃତି ନଦେବା ଓ ତା ସମ୍ବନ୍ଧୀୟ ଆଇନ ବିଷୟରେ ଅବଗତ କରିଥିଲେ। ଅତିରିକ୍ତ ବରିଷ୍ଠ ବିଚାରପତି ତାଳଚେର ମଧୁସ୍ମିତା ଜେନା, ଉପଖଣ୍ଡ ସ୍ତରୀୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ସୁଶାନ୍ତ କୁମାର ନାୟକ, ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ଦଣ୍ଡାଧିକାରୀ କୃଷ୍ଣା ସୁବୁଦ୍ଧି, ବରିଷ୍ଠ ଆଇନଜିବି ରାମଚନ୍ଦ୍ର ସ୍ୱାଇଁ, ବାଉରୀବନ୍ଧୁ ବେଜ୍, ପରମା ବିଳାସ, ଧନେଶ୍ଵର ମହାନ୍ତି ପ୍ରମୁଖ ଯୋଗ ଦେଇ ୨୦୦୬ ଶିଶୁ ବିଭାହ ନିରୋଧ ଆଇନ କଡ଼ାକଡ଼ି ଭାବେ ପାଳନ କରିବା ଓ ଏହି ସମ୍ବନ୍ଧୀୟ କୌଣସି ସୁଚନା ପାଇଁ ୧୦୯୮ ଦେୟ ମୁକ୍ତ ନମ୍ବରରେ ଯୋଗାଯୋଗ କରିବାକୁ ସୁଚନା ଦିଆଯାଇଥିଲା।

ଏକ ସଚେତନତା ଶୋଭାଯାତ୍ରା ରେଙ୍ଗାଳି କଲୋନୀ ଇଲାକା ପରିକ୍ରମା କରି ଲୋକଙ୍କୁ ସଚେତନ କରିଥିଲେ। ରେଙ୍ଗାଳି ଅଞ୍ଚଳର ସମସ୍ତ ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ ଓ ଏମବିକେ ଓ ଶତାଧିକ ବ୍ୟକ୍ତି କାର୍ଯକ୍ରମରେ ଯୋଗ ଦେଇଥିଲେ।

Leave a Reply