ଉଦଘାଟନ ପୂର୍ବରୁ ଭାଙ୍ଗିଦେଲେ ଫଳକ

ତାଳଚେର ବ୍ଲକ୍ କଙ୍କିଳୀ ମାଇନର କେନାଲର କଂକ୍ରିଟ କାର୍ଯ୍ୟର ଭୂମିପୂଜନ ଉତ୍ସବ ପୁର୍ବରୁ ଫଳକକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ପୁନଃ ଫଳକକୁ ନିର୍ମାଣ କରି ଗତକାଲି ଅପରାହ୍ନରେ ଉଦ୍ ଘାଟନ କରାଯାଇଛି।

ତେବେ ଦୃର୍ବୁତ୍ତମାନେ ଫଳକ କାହିଁକି ଭାଙ୍ଗିଲେ ତାହା ଅସ୍ପଷ୍ଟ ରହିଛି। ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,କଙ୍କିଳି ସରପଂଚ ଲିପ୍ସାରାଣୀ ପ୍ରଧାନଙ୍କ ଉପସ୍ଥିତି ଥିଲେ। ଜଳ ସମ୍ପଦ ବିଭାଗ ପକ୍ଷରୁ ୫କୋଟି ଟଙ୍କାର ବ୍ୟୟ ଅଟକଳରେ କେନାଲର କଂକ୍ରିଟ କାର୍ଯ୍ୟ କରାଯିବ। ଏହା କଙ୍କିଳି ପଂଚାୟତ ସତପାଟିଆ ଗ୍ରାମଠାରୁ ଆରମ୍ଭ ହୋଇ କାକୁଡ଼ି ଗ୍ରାମ ପର୍ଯ୍ୟନ୍ତ ଯିବ। ଏହା ଦ୍ବାରା ଆଖ ପାଖ ଅଞ୍ଚଳର ସମସ୍ତ ଚାଷୀ ଉପକୃତ ହୋଇ ପାରିବେ ବୋଲି କୁହାଯାଇଛି।

କେନାଲଟି ବହୁ ବର୍ଷ ପୁର୍ବରୁ ନିର୍ମାଣ ହୋଇଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ବିଭିନ୍ନ ସ୍ଥାନରେ ଭାଙ୍ଗି ଯାଇଥିଲା। ଫଳରେ ତଳ ମୁଣ୍ଡରେ ଥିବା ଚାଷ ଜମିକୁ ପାଣି ଠିକ୍ ଭାବେ ପହଞ୍ଚି ପାରୁନଥିଲା।

Leave a Reply