ନାଲକୋ ଏସଏସଭିଏମର ବାର୍ଷିକ ଉତ୍ସବ

ନାଲକୋ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୪୦ତମ ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ ବିଶ୍ୱଜିତ ତ୍ରିପାଠୀଙ୍କ ତତ୍ତ୍ଵାବଧାନରେ ଏବଂ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ତଥା ନାଲକୋର ସିଜିଏମ୍ ଶୁଭେନ୍ଦୁ ଘୋଷ ମୁଖ୍ୟ ଅତିଥି ଓ ବିଶିଷ୍ଟ ଶିକ୍ଷାବିତ୍ ଡ କିଶୋର କୁମାର ମହାନ୍ତି ମୁଖ୍ୟବକ୍ତା ଭାବରେ ଯୋଗ ଦେଇ ମନୁଷ୍ୟ ଜୀବନରେ ଗୁଣ ସୂତ୍ରର ପ୍ରଭାବ ଓ ଜ୍ଞାନ ଅହାରଣ ସଂପର୍କରେ ଆଲୋକପାତ କରିଥଲେ।

ସିଜିଏମ୍ ପ୍ରଣବ କୁମାର ଦାସ, ବିଦ୍ୟା ଭାରତୀ ପୁର୍ବ କ୍ଷେତ୍ର ଯୁଗ୍ମ ସମ୍ପାଦକ ହେମନ୍ତ କୁମାର ପାଣିଗ୍ରାହୀ, ଶିଜିଏମ୍ ହିମାଂଶୁ କୁମାର ପ୍ରଧାନ, ସତ୍ୟବାଦୀ ମିଶ୍ର, ଏଚଏସ ପଣ୍ଡା, ଜିଏମ୍ ପିକେ ସାହୁ, ଏକେ ସ୍ୱାଇଁ, ସରୋଜ କୁମାର ପ୍ରଧାନ, ପ୍ରାକ୍ତନ ଅଧ୍ୟକ୍ଷା ସସ୍ମିତା ମହାନ୍ତି, ଡିପିଏସର ଅଧ୍ୟକ୍ଷା ପିକେ ଶର୍ମା ଓ ସିଜିଏମ ବିଶି ମହାରଣା ପ୍ରମୁଖ ମଞ୍ଚାସୀନ ଥିଲେ।

ବିଦ୍ୟାଳୟର ସମ୍ପାଦକ ସୁଧାକର ପାଳ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ମେଧାବୃତ୍ତି ହାସଲ କରିଥିବା ଛାତ୍ରଛାତ୍ରୀ, ସ୍କୁଲ ଟପ୍ପର, ପରୀକ୍ଷାରେ ଏ -୧ ଗ୍ରେଡ଼ ପାଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଚଳିତ ବର୍ଷ ଓଏସ୍ ପାଇଥିବା ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସୁମିତ୍ କୁମାର ସେଠଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ୨୦୨୬ରେ ଅବସର ନେବାକୁ ଥିବା ୧୧ଜଣ ସ୍କୁଲର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶିକ୍ଷକ ଅନିଲ କୁମାର ବିଶ୍ବାଳଙ୍କ ରଚିତ କବିତା ସଂକଳନ ‘ ସାନଭିକା ‘ ଲୋକାର୍ପିତ ହୋଇଥିଲା।

ଛାତ୍ରଛାତ୍ରୀଙ୍କ ଦ୍ବାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହାକୁ ଶିକ୍ଷୟତ୍ରୀ ସୁଜାତା ସାହୁ, ସୀତାକାନ୍ତ ମିଶ୍ର ଓ ଈଶ୍ୱର ଚନ୍ଦ୍ର ସାହୁ ସଂଯୋଜନା କରିଥିଲେ । ବରିଷ୍ଠ ଶିକ୍ଷୟତ୍ରୀ ଅହିଂସା ପ୍ରିୟଦର୍ଶିନୀ ସେନାପତି, ଅନିଲ ବିଶ୍ବାଳ, ଦେବରାଜ ମୂଳିଆ ପ୍ରମୁଖ ସହଯୋଗ କରିଥିଲେ। ବରିଷ୍ଠ ଶିକ୍ଷକ ବିଚିତ୍ରା ନନ୍ଦ ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ବଶିଷ୍ଠ ଶିକ୍ଷକ ସୁଶାନ୍ତ ତ୍ରିପାଠୀ, ସୁରେନ୍ଦ୍ର ପାଢ଼ୀ, ଗଦାଧର ପାଣିଗ୍ରାହୀଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ କାର୍ଯକ୍ରମ ପରିଚାଳନାରେ ସମ୍ପୂର୍ଣ ସହଯୋଗ କରିଥିଲେ।

Leave a Reply