ମୃତ୍ୟୁ ତାଲିକା ଖୋଜୁଛି ପ୍ରଶାସନ

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରାଯାଉଛି।ତେବେ ଟାର୍ଗେଟ ଆସୁ ନଥିବାରୁ ନୂଆ ହିତାଧିକାରୀଙ୍କର ମୃତ୍ୟୁ ହେଲେ ସେହି ସ୍ଥାନରେ ଆବେଦନ କରି ଯୋଗ୍ୟ ହିତାଧିକାରୀମାନେ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଇଛି।

ବଅଁରପାଳ ବ୍ଲକରେ ୩୫ପଂଚାୟତର ୪୧୮୯ଜଣ ହିତାଧିକାରୀ ଆବେଦନ କରି ଭତ୍ତା ପାଇବାକୁ ଚାହିଁ ବସିଛନ୍ତି। ପଂଚାୟତରୁ ବ୍ଲକ କାର୍ଯ୍ୟାଳୟ କୁ ଦୌଡ଼ୁଛନ୍ତି। ଟାର୍ଗେଟ ଆସିଲେ ମିଳିବ। ଆଉ କାହାର ମୃତ୍ୟୁ ହେଲେ ତାଙ୍କ ବଦଳରେ ଭତ୍ତା ମିଳିବ। ସରକାରୀ ବାବୁଙ୍କଠାରୁ ଏଭଳି କଥା ଶୁଣି ହିତାଧିକାରୀଙ୍କ ବୟସ ୬୦ଟପିଲାଣି।କିଛି ହିତାଧିକାରୀଙ୍କ ବୟସ ୮୦ବି ପାର ହେଲାଣି।

ଏମାନଙ୍କୁ ଭତ୍ତା କେବେ ମିଳିବ ସେନେଇ ସରକାରୀ ଭାବେ ସ୍ପଷ୍ଟ କରାଯାଉ ନାହିଁ। ଅପରପକ୍ଷେ ରାଜନେତା ଓ ପ୍ରଭାବଶାଳୀଙ୍କ ହସ୍ତକ୍ଷେପ ଫଳରେ ଯୋଗ୍ୟ ହିତାଧିକାରୀମାନେ ଭତ୍ତା ପାଉନାହାନ୍ତି। ସେମାନଙ୍କ ଦ୍ୱାରା ସୁପାରିସ ହିତାଧିକାରୀଙ୍କୁ ସରକାରୀ ବାବୁମାନେ ଯୋଜନାରେ ସାମିଲ କରି ଭତ୍ତା ପ୍ରଦାନ କରିଥିବା ମଧ୍ୟ ଅଭିଯୋଗ ହୋଇ ଆସୁଛି। ବଅଁରପାଳ ବ୍ଲକରେ ଥିବା ମଧୁବାବୁ ପେନସନ ଯୋଜନାରେ ୬୬୪୧ଜଣ ଭତ୍ତା ପାଉଛନ୍ତି। ବର୍ଷ ବର୍ଷ ଧରି ୪୧୮୮ଜଣ ହିତାଧିକାରୀ ଆବେଦନ କରି ସୁଦ୍ଧା କାହାରିକୁ ଭତ୍ତା ମିଳିନାହିଁ। ୮୦ବର୍ଷ ରୁ ଅଧିକ ୧୫୦ଜଣ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବାକୁ ଆବେଦନ କରିଛନ୍ତି।

ସେମାନଙ୍କ ମଧ୍ୟରୁ କାହାରିକୁ ଭତ୍ତା ମିଳିନଥିବା ଜଣା ପଡିଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକିୟା ଜଣାପଡିନାହିଁ। ସାମାଜିକ ସୁରକ୍ଷା ପାଇଁ ସରକାର ଯୋଜନା ପରେ ଯୋଜନା କରି ଚାଲିଛନ୍ତି। ବଅଁରପାଳ ବ୍ଲକରେ ବର୍ଷ ବର୍ଷ ଧରି ଆବେଦନ କରି ଭତ୍ତା ପାଇବାକୁ ଚାହିଁ ବସିଥିବା ହିତାଧିକାରୀଙ୍କ ଦୁଃଖ ସରକାର କେବେ ଶୁଣିଛନ୍ତି ତାହା ସମୟ କହିବା।

Leave a Reply