ତାଳଚେର ସହର ଦେଇ ଯାଇଥିବା ରେଙ୍ଗାଳି ରାଇଟ କେନାଲ ଏବେ ତାଳଚେର ସହରବାସୀଙ୍କ ପାଇଁ ଡଷ୍ଟବିନ୍ ପାଲଟିଛି।ସୂଚନା ମୁତାବକ ତାଳଚେର ସହର ପୌରପାଳିକାର ୨୧ଟି ୱାର୍ଡ ରହିଛି।ସେଥି ମଧ୍ୟରୁ ୧୦,୧୧,୧୨,୧୩ଓ୧୮ ନମ୍ବର ୱାର୍ଡ଼ ପାର୍ଶ୍ୱ ଦେଇ ରେଙ୍ଗାଳି ରାଇଟ କେନାଲ ଯାଇଛି।
କେନାଲ ନିର୍ମାଣ ହେବ ଦିନଠାରୁ ସଫାସୁତୁରା ହେଉନଥିବାରୁ ସହରବାସୀ ଏବେ ତାକୁ ଡଷ୍ଟବିନ୍ ଭାବେ ବ୍ୟବହାର କରୁଛନ୍ତି। ସହରରୁ ରେମୁଆଁ ଛକରୁ ଆରମ୍ଭ କରି ଅଙ୍ଗରୁଆ ଛକ ପର୍ଯ୍ୟନ୍ତ ପ୍ରାୟ ତିନି କିଲୋମିଟର୍ ଏହି କେନାଲର ଉଭୟ ପାର୍ଶ୍ଵରେ ଅନେକ କୋଠା ରହିଛି। ଉଭୟ ପାର୍ଶ୍ବରେ ନିର୍ମାଣ ହୋଇଥିବା କୋଠା ଗୁଡ଼ିକର ଆବର୍ଜନା ଓ ଶୌଚାଳୟ ପାଣି ସିଧା ସଳଖ ପାଇପରେ କେନାଲରେ ପଡୁଛି।ଯାହା ଫଳରେ କେନାଲ ଦୁର୍ଗନ୍ଧମୟ ସୃଷ୍ଟି କରୁଛି।
ବର୍ତମାନ ଚାଷ ଅମଳ ଚାଲିଥିବାରୁ ରେଙ୍ଗାଳି କର୍ତ୍ତୃପକ୍ଷ କେନାଲରେ ପାଣି ଛାଡିବା ବନ୍ଦ୍ କରିଦେଇଛନ୍ତି। କେନାଲରେ ଯାହା ବି ପାଣି ଅଛି ସେଥିରେ ଲୋକମାନେ ଗାଧେଇବା ସହ ନିତ୍ଯ ବ୍ୟବହାର କାମରେ ଲଗାଉଛନ୍ତି।ଅପରେ ପକ୍ଷରେ ଉପର ଅଞ୍ଚଳରେପୌର ପରିଷଦ ପକ୍ଷର ଡ୍ରେନ ନିର୍ମାଣ କରାଯାଉ ନଥିବାରୁ ସହରବାସୀ ବାଧ୍ୟ ହୋଇ ଉକ୍ତ କେନାଲକୁ ଶୌଚାଳୟ ଓ ଆବର୍ଜନା ପାଣି ଛାଡୁଛନ୍ତି। ଟାଉନ ପ୍ଲାନିଂ ବିଭାଗ ପକ୍ଷରୁ ସରଜମିନ ତଦନ୍ତ ନକରି ଘର ନିର୍ମାଣ ପାଇଁ ଏନଓସି ପ୍ରଦାନ କରା ଯାଉଥିବା ଅଭିଯୋଗ ହୋଇଛି।
ପାଣି ନିଷ୍କାସନ ହେଉଥିବା ରାସ୍ତାରେ କୋଠା ନିର୍ମାଣ କରି ଅବରୋଧ କରାଯାଉଛି। କେନାଲକୁ ଶୌଚାଳୟ ଓ ଆବର୍ଜନା ପାଣି ପାଇପ୍ ଯୋଗେ ଛାଡୁଥିବା ଘର ମାଲିକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି
