ଟ୍ରକ ମାଲିକଙ୍କ ଜୀବନ ଜୀବିକା ସଙ୍କଟରେ ବିଧାନ ସଭାରେ ପ୍ରଶ୍ନ ଉଠାଇଲେ ବିଧାୟକ

ତାଳଚେର ଅଞ୍ଚଳର ଟ୍ରକ ମାଲିକଙ୍କ ଜୀବନ ଜୀବିକା ଏବେ ସଂକଟରେ। ଏହି ପ୍ରସଙ୍ଗରେ ତୃତୀୟ ବାର ବିଧାନ ସଭାରେ ପ୍ରଶ୍ନ ଉଠାଇଛନ୍ତି ତାଳଚେର ବିଧାୟକ। ରୋଜଗାର ନଥିବା ବେକାର ଯୁବକମାନେ ଏବେ ଋଣରେ ଟ୍ରକ୍ କିଣି ପରିବହନ କାର୍ଯ୍ୟରେ ଲଗାଇ ଗୁଜୁରାଣ ମେଣ୍ଟାଉ ଥିଲା। ବର୍ତମାନ ପର୍ଯ୍ୟପ୍ତ ପରିମାଣର କୋଇଲା ପରିବହନ ପାଇଁ ସୁଯୋଗ ମିଳୁ ନଥିବାରୁ ଟ୍ରକ ମାଲିକଙ୍କ ପାଇଁ ସମସ୍ୟା ସୃଷ୍ଟି ହୋଇଛି।


ତାଳଚେରରେ ପ୍ରାୟ ୮ହଜାରରୁ ଅଧିକ ଟ୍ରକ କୋଇଲା ପରିବହନରୁ ବଞ୍ଚିତ ହେଉଥିବା ଶ୍ରୀ ବିଧାୟକ କହିଛନ୍ତି। ଓଡିଶାର ସମସ୍ତ ଶିଳ୍ପାନୁଷ୍ଠାନରେ ଟ୍ରକ ଯୋଗେ କୋଇଲା ପରିବହନ ହୋଇଛି। ହେଲେ ତାଳଚେରରେ ଏକ ବର୍ଷ ହେବ ଟ୍ରକ ଯୋଗେ କୋଇଲା ପରିବହନ ବନ୍ଦ୍ ରହିଛି।ଏଥି ଯୋଗୁଁ ଟ୍ରକ୍ ମାଲିକମାନେ ଠିକ୍ ସମୟରେ ଗାଡ଼ିର କିସ୍ତି ପରିଶୋଧ କରିପାରୁ ନାହାନ୍ତି।ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଶ୍ରୀ ବିଧାୟକ ଅନୁରୋଧ କରିଛନ୍ତି

Leave a Reply