ବଳରାମ କୋଇଲା ଖଣିରୁ ବେଧଡକ କୋଇଲା ଚୋରି

ତାଳଚେର ବଳରାମ କୋଇଲା ଖଣିରେ କୋଇଲା ଚୋରା ଚାଲାଣ ବେଳେ ଗତ କାଲି ଏକ ଟ୍ରକକୁ ଖଣିର ଲୋଡ଼ିଂ ଅଧିକାରୀ ଧରିଥିବାର ଜଣା ପିଡିଛି।

ସୁଚନା ମୁତାବକ ଖଣିର ଲୋଡିଂ ଅଧିକାରୀ ଟ୍ରକ୍ ଯାଞ୍ଚ କରୁଥିବା ବେଳେ ଏକ ଟ୍ରକ୍ (ଓଡି ୧୪ ଡବ୍ଲୁ ୬୦୧୮) ର ଲୋଡ଼ିଙ୍ଗ ଯାଞ୍ଚ ନଥାଇ କୋଇଲା ଲୋଡିଙ୍ଗ ହେଉଥିଲା। ଲୋଡ଼ିଙ୍ଗ ଅଧିକାରୀ ସ୍ଲିପ ମାଗିବାରୁ ଚାଳକ ଟ୍ରକଟିକୁ ସେଠାରେ ଛାଡି ଦୌଡ଼ି ପଳାଇଥିଲେ। ଏନେଇ ଅଧିକାରୀଙ୍କ ସନ୍ଦେହ ବଢିଥିଲା।

ପରେ ଉକ୍ତ ଟ୍ରକ ବାବଦରେ ଖଣିର ଏଣ୍ଟ୍ରି ପଏଣ୍ଟ ଯାଞ୍ଚ ହୋଇଥିଲା।ସେଠାରେ ଟ୍ରକ୍ କୌଣସି କାଗଜ ପତ୍ର ନନେଇ ଖଣି ଭିତରକୁ ପ୍ରବେଶ କରିଥିଲା। ଯାହାକୁ ନେଇ ଖଣିର ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ପରେ ଉକ୍ତ ଟ୍ରକ ମାଲିକଙ୍କ ସ୍ବାମୀ କୋଇଲା ଲୋଡ ଦେଇଥିବା ଜଣା ପଡିଥିଲା। ପରେ ବଳରାମ କୋଇଲା ଖଣିର ଖଣି ପରିଚାଳକ ଙ୍କ ଠାରୁ ଆରମ୍ଭ କରି ଖଣି ପ୍ରକଳ୍ପ ଅଧିକାରୀଙ୍କ ପର୍ଯ୍ୟନ୍ତ ଖବର ପହଞ୍ଚିଥିଲା।

ଘଟଣାସ୍ଥଳରେ ଖଣିର ଅଧିକାରୀ ପହଞ୍ଚି ଏହାର ଯାଞ୍ଚ କରିଥଲେ। ଏହି କୋଇଲା ଚୋରି ଘଟଣାରେ ଖଣି କର୍ମଚାରୀ ତଥା ସର୍ଫେସ ମାଇନର ଅପରେଟରଙ୍କର ସଂପୃକ୍ତି ଥିବା ଜଣା ପଡିଥିଲା। ସେ କିଭଳି ଖଣି ଭିତରେ କାମ ନକରି ଖଣି ଉପରେ ତାଙ୍କ ସମ୍ପର୍କୀୟଙ୍କ ଟ୍ରକରେ ଲୋଡ଼ର ଅପରେଟର ଭାବେ ଲୋଡ ଦେଇଥିଲେ ତାହାକୁ ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି।

ଏହି କୋଇଲା ଚୋରା ଚାଲାଣ ଆଜି ନୁହେଁ ଏଭଳି ଘଟଣା ବର୍ଷ ତମାମ ଚାଲିଥିବା ଆଜିର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି। ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତାହାର ତଦନ୍ତ କରାଯିବ ବୋଲି ଖଣିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଘଟଣାକୁ ନେଇ କିଛି ଟ୍ରକ୍ ମାଲିକ ଖଣି ବନ୍ଦ ଆନ୍ଦୋଳନ କରିଥଲେ। ଫଳରେ ଘଟଣସ୍ଥଳରେ ଗୋପାଳପ୍ରସାଦ ଥାନା ଅଧିକାରୀ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିବା ଜଣା ପଡ଼ିଛି।

Leave a Reply