ବୋନସ ଏରିଅର ଦାବିରେ ଧାରଣା: ରାତି ଅଧରେ ୧୫ଦିନର ମହଲତ

ତାଳଚେର ପବିତ୍ର ମୋହନ ପ୍ରଧାନ ସରକାରୀ ଡ଼ାକ୍ତରଖାନାରେ ଠିକା କର୍ମଚାରୀଙ୍କୁ ଠିକାସଂସ୍ଥା ଉର୍ମିଳା ବୋନସ ସହିତ ଏରିଅର ଦେଉ ନଥିବାରୁ ସୋମବାର ପିମ୍ପିଜି ୱର୍କ୍ସ ଉନିୟନ ପକ୍ଷରୁ ଧାରଣାରେ ବସିଥିଲେ। ଗତକାଲି ବିଳମ୍ବିତ ରାତିରେ ଜଗନ୍ନାଥ ଖଣି କର୍ତ୍ତୃପକ୍ଷ ଆନ୍ଦୋଳନକାରୀଙ୍କ ପାଖରେ ପହଞ୍ଚି ଆସନ୍ତା ୧୫ଦିନ ମଧ୍ୟରେ ସେମାନଙ୍କ ଦାବିକୁ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେବା ପରେ ସମସ୍ତ ସ୍ବାସ୍ଥ୍ୟ କର୍ମଚାରିମାନେ ଆନ୍ଦୋଳନରୁ ଓହରିଥିଲେ।

ସୂଚନା ମୁତାବକ ବୋନସ ସହିତ ଏରିଅର ଦିଆଯାଉ ନଥିବା ନେଇ ପିଏମପିଜି ୱର୍କସ ୟୁନିୟନ ପକ୍ଷରୁ ପୁର୍ବରୁ ଅନେକ ଥର ଅଭିଯୋଗ ହୋଇଛି। ଏନେଇ ସଂଘ ତାଳଚେର ଉପଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି। ଫଳରେ ଉପ ଜିଲ୍ଲାପାଳ, ଠିକା ସଂସ୍ଥା ଉର୍ମିଳା ଏବଂ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା। ଖୁବଶିଘ୍ର କର୍ମଚାରୀଙ୍କୁ ବୋନସ ସହିତ ଏରିଅର ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା।ଫଳରେ କର୍ମଚାରୀମାନେ ଆନ୍ଦୋଳନକୁ ସ୍ଥଗିତ ରଖିଥିଲେ। ଇତି ମଧ୍ୟରେ ପ୍ରାୟ ୧ବର୍ଷ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଲୋକଙ୍କୁ ବୋନସ ସହିତ ଏରିଅର ମିଳିପାରିଲା ନାହିଁ। ଏ ନେଇ ପୁଣି ତାଳଚେର ଉପଜିଲ୍ଲାପାଳଙ୍କ ସମେତ ଖଣି କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଥିଲା। ଏହାର କୌଣସି ସମାଧାନ ନହେବାରୁ ସମସ୍ତ କର୍ମଚାରୀ ଓ ୱାର୍କସ ୟୁନିଅନ ପକ୍ଷରୁ ସୋମବାର ଅହୋରାତ୍ର ଧାରଣା ଦିଆଯାଇଥିଲା

Leave a Reply