ତାଳଚେର ସଂଗ୍ରାମ ସମିତି ପକ୍ଷରୁ ଗୁରୁବାର ୬ ଦଫା ଦାବି ସମ୍ବଳିତ ଦାବିପତ୍ର ତାଳଚେର ଉପ ଜିଲ୍ଲାପାଳଙ୍କୁ। ପ୍ରଦାନ କରାଯାଇଛି। ଏଥିରେ ଉଲ୍ଲେଖ ରହିଛି ଯେ ତାଳଚେର ରୁ ପ୍ରତିଦିନ ଯାତାୟାତ କରୁଥିବା ମାଲବାହୀ ଟ୍ରେନ୍ ଗୁଡିକରେ କୋଇଲା ପରିବହନ ବେଳେ ପାଲ ଭିଡ଼ିବା ,ଏହି କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା,ତାଳଚେର ଷ୍ଟେସନ କୁ ଏକ୍ସପ୍ରେସ ପାସେଞ୍ଜର ଟ୍ରେନ ଚଳାଚଳ କରିବା , ତାଳଚେର ପୁରୀ ମେମୁ ଟ୍ରେନକୁ ଠିକ୍ ଟାଇମ୍ ରେ ଚଳାଚଳ କରିବାକୁ ଦାବି କରିଛନ୍ତି।
ଏଥି ସହିତ ହାଣ୍ଡିଧୁଆଁ, ବନ୍ତୋଲ ଏବଂ ଘଣ୍ଟପଡ଼ା ରେଲୱେ ଗେଟକୁ ଆଲୋକିକରଣ କରିବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି। ଦାବିପତ୍ର ପ୍ରଦାନ ବେଳେ ତାଳଚେର ସଂଗ୍ରାମ ସମିତିର ସଭାପତି ବିଭୂତି ସାହୁଙ୍କ ସହିତ ଶତାଧିକ ସମିତିର ସଦସ୍ୟ ଉପସ୍ଥିତ ଥିଲେ।
