ଅନୁଗୁଳ ବନଖଣ୍ଡରେ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆକ୍ରମଣରେ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ଯାଉଛି। ଦୁଇ ଦିନ ପୁର୍ବରୁ ହାତୀ ଆକ୍ରମଣରେ ଗୋଟିଏ ଗାଈ ର ମୃତ୍ୟୁ ହୋଇଥିବା ବେଳେ ଜଣେ ଯୁବକ ଆହାତ ହୋଇଥିଲେ। ବୁଧବାର ସକାଳେ ପୁଣି ପୁଣି ଏକ ଅଘଟଣ ଘଟିଛି। ହାତୀ ଆକ୍ରମଣରେ ଜଣେ ମହିଳା ଙ୍କ ମୃତ୍ୟୁ ହୋଇଛି।
ସୂଚନା ମୁତାବକ ଅନୁଗୁଳ ବନାଞ୍ଚଳ ସରଧପୁର ଗାଁର ଗୁଲୁ ସାହୁ ଙ୍କର ସକାଳୁ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି। ସେ ଗାଁ ନିକଟରେ ଥିବା ନାଳକୁ ଗାଧେଇବାକୁ ଯାଇଥିବା ବେଳେ ଗୋଟିକିଆ ଦନ୍ତା ହାବୁଡ଼ରେ ରେ ପଡ଼ିଥିଲେ। ଦନ୍ତା ତାକୁ ଶୁଣ୍ଢରେ କଚାଡ଼ି ଦଳି ଦେଇ ଫୋପାଡି ଦେଇଥିଲା।ପରେ ତାଙ୍କୁ ଦଳି ଦେବାରୁ ଘଟଣା ସ୍ଥଳରେ ହିଁ ଗୁଲ ଙ୍କ ମୃତ୍ୟୁ ହୋଇଥିଲା। ଘଟଣା ସମ୍ପର୍କ ରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକ ସେଠାରେ ପହଞ୍ଚିଥିଲେ। ହାତୀ ଆକ୍ରମଣରେ ବାରମ୍ବାର ଲୋକଙ୍କ ଜୀବନ ଯାଉଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା।
ଶହ ଶହ ଲୋକ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦାବୀ ନେଇ ପ୍ରତିବାଦ କରିଥିଲେ। ଅନୁଗୋଳ ବନାଞ୍ଚଳ ଅଧିକାରୀ ଉଦ୍ଧବ ବେହେରା, ବନପାଳ ରଞ୍ଜନ ପ୍ରଧାନ ପ୍ରମୁଖ ସରଧାପୁରରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ଅନୁକମ୍ପା ବାବଦରେ ମୃତ ମହିଳାଙ୍କ ପରିବାରକୁ ୧୦ଲକ୍ଷ ଟଙ୍କା କ୍ଷତି ପୂରଣ ରାଶି ଯଥାଶୀଘ୍ର ଯୋଗାଇ ଦିଆଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ଲୋକମାନେ ମୃତ ଦେହ ଛାଡିଥିଲେ।ସଦର ଥାନା ପୁଲିସ୍ ମୃତ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରିଥିଲେ।
ଅନ୍ୟ ପକ୍ଷରେ ମାରଣା ଦନ୍ତା କୁ ସ୍ଥାନାନ୍ତର ପାଇଁ ଅନୁଗୁଳ ବନ ବିଭାଗ ଯୋଜନା କରିଥିବା ବେଳେ ସେନେଇ ଅନିଶ୍ଚିତତା ଦେଖା ଦେଇଛି। ଅନୁଗୁଳ ବନଖଣ୍ଡରେ ୩ମାରଣା ଦନ୍ତା ବିଟି ୧, ଏଟି ୩ ଓ ଏଟି ୨୭କୁ ଚିହ୍ନଟ କରାଯାଇଥିଲା। ଉକ୍ତ ଦନ୍ତା କୁ ଅନ୍ୟ ଜିଲ୍ଳାକୁ ସ୍ଥାନାନ୍ତର ପାଇଁ ଅନୁଗୁଳ ଡି ଏଫ୍ ଓ ବିଭାଗୀୟ ଉପରିସ୍ଥ ଅଧିକାରୀଙ୍କୁ ଚିଥିର୍ଲେଖିଥିଲେ। ସେପଟେ ପ୍ରାଥମିକ ପର୍ଯାୟରେ ଗୋଟିଏ ଦାନ୍ତକୁ ସ୍ଥାନାନ୍ତର କରିବାକୁ ଆଦେଶ ଆସିଥିଲା।
ଫଳରେ ଏଟି ୨୭ ନମ୍ବର ଦନ୍ତା କୁ ଐରାବତ ଗାଡ଼ିରେ ମୟୂରଭଞ୍ଜକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ସେଠାରେ ଏହି ହାତୀକୁ ଦେଖି ଲୋକମାନେ ପ୍ରତିବାଦ କରିଥିଲେ। ଫଳରେ ଦୁଇ ଦିନ ଧରି ଦନ୍ତାକୁ ୬ ଟି ବନାଞ୍ଚଳ ଅଞ୍ଚଳରେ ଐରାବତ ଗାଡ଼ିରେ ନେଇ ଧରି ବୁଲୁଥିଲେ। ତେବେ ଅନ୍ୟ ଦୁଇ ଦନ୍ତା କୁ ନେଇ ବନାଞ୍ଚଳ କେବେ ସ୍ଥାନାନ୍ତର ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ ଆସିବା ପରେ ହାତୀ ସ୍ଥାନାନ୍ତର ହେବାକୁ ନେଇ ସ୍ପଟ୍ କରାଯାଇପାରିବ ବୋଲି ଅନୁଗୁଳ ବନାଞ୍ଚଳ ଡି ଏଫ୍ ଓ ନୀତିଶ କୁମାର ପ୍ରକାଶ କରିଛନ୍ତି।
