ରାଜ୍ୟ ସରକାର ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଉନ୍ନତି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ କଣିହାଁ ବ୍ଲକ ରେଙ୍ଗାଲି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରତି ଅଣଦେଖା କରୁଥିବା ନେଇ ଅଞ୍ଚଳ ବାସି ଅସନ୍ତୋଷ ପ୍ରକାଶ କରିଛନ୍ତି।ପ୍ରଶାସନିକ ଅଧିକାରୀ ଠାରୁ ଆରମ୍ଭକରି ବିଭିନ୍ନ ରାଜନୈତିକ ଦଳ ନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁଁ ବର୍ଷ ବର୍ଷ ଧରି ଏହି ବିଦ୍ୟାଳୟ ଟି ଅବହେଳିତ ଅବସ୍ଥାରେ ପଡ଼ି ରହିଛି। ଉକ୍ତ ବିଦ୍ୟାଳୟରେ ରେଙ୍ଗାଳି ପ୍ରକଳ୍ପରେ କାମ କରୁଥିବା କର୍ମଚାରୀ ଓ ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀମାନେ ଅଧ୍ୟୟନ କରୁଥିଲେ। ସମୟ କ୍ରମେ ସ୍କୁଲରେ ଶିକ୍ଷକଙ୍କ ଅଭାବ ଯୋଗୁଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଲା। ବର୍ତ୍ତମାନ ସମସ୍ତ ପ୍ରକାରର ଭିତ୍ତିଭୂମି ଥାଇ ମଧ୍ୟ ଶିକ୍ଷକଙ୍କ ଅଭାବ ଯୋଗୁଁ ପାଠପଢା ବିପର୍ଯ୍ୟସ୍ତ ହୋଇଛି।
ଜଣେ ଶିକ୍ଷକଙ୍କ ଦ୍ୱାରା ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଚାଲିଛି। ସେହି ଶିକ୍ଷକ ଜଣକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀ ସମ୍ଭାଳିବା ଠାରୁ ଆରମ୍ଭ କରି ନିକଟରେ ଥିବା ରେଙ୍ଗାଳି ଯୁକ୍ତ ଦୁଇ ମହାବିଦ୍ୟାଳୟର ଅଧ୍ୟକ ଦାୟିତ୍ଵ ମଧ୍ୟ ସମ୍ବାଳୁଛନ୍ତି। ଏ ସଂପର୍କିତ ଖବର ଗତ ବର୍ଷ ଏକ ଖବର କାଗଜରେ ପ୍ରକାଶ ପରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ କ୍ରମେ ଅନୁଗୁଳ ଜିଲ୍ଲା ଅତିରିକ୍ତ ଶିକ୍ଷାଧିକାରୀ ରେଙ୍ଗାଳି ପ୍ରକଳ୍ପ ବିଦ୍ୟାଳୟକୁ ପରିଦର୍ଶନ ରେ ଆସିଥିଲେ। ଖୁବଶୀଘ୍ର ଶିକ୍ଷା ବିଭାଗ ଅଧିନକୁ ବିଦ୍ୟାଳୟ ଟି ଚାଲିଯିବ ବୋଲି କହିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ସରକାରଙ୍କ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ଶିକ୍ଷକଙ୍କ ଅଭାବ ଥିବାରୁ ବିଦ୍ୟାଳୟ ରୁ ମୁହଁ ଫେରାଇ ନେଇ କେତେକ ଛାତ୍ରଛାତ୍ରୀ ଅନ୍ୟ ବେସରକାରୀ ସ୍କୁଲରେ ପାଠ ପଢୁଥିବା ଦେଖିବାକୁ ମିଳିଛି
ଶିକ୍ଷକ ଅଭାବ ସମ୍ପର୍କରେ ବିଭିନ୍ନ ସ୍ୱେଚ୍ଛସେବୀ ଅନୁଷ୍ଠାନ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଜଳ ସମ୍ପଦ ବିଭାଗର ଅଧିକାରୀ ମିଳିତ ଭାବେ ପୂର୍ବତନ ଶିକ୍ଷକ ଓ ଜଳ ସମ୍ପଦ ବିଭାଗ ର ଅଧିକାରୀ ମିଳିତ ଭାବେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାବୀ ପତ୍ର ମଧ୍ୟମରେ ଅବଗତ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଯୁଗ୍ମ ଶିକ୍ଷା ନିର୍ଦ୍ଦେଶକ ପତ୍ର ସଂଖ୍ୟା ୯୬୬୧ତାରିଖ ୦୪,୦୪,୨୦୨୩ରେ ଜିଲ୍ଲା ଶିକ୍ଷା ବିଭାଗକୁ ପତ୍ର ପଠାଇବା ସହ ସ୍କୁଲ୍ ସଂପର୍କରେ ଅନୁଧ୍ୟାନ କରି ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଗୁଳ ଜିଲ୍ଲା ଶିକ୍ଷା ବିଭାଗର ଅଧିକାରୀ, କଣିହାଁ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ, ରେଙ୍ଗାଳି ଜଳ ସମ୍ପଦ ବିଭାଗର ଅଧିକ୍ଷଣଯନ୍ତ୍ରୀ ପ୍ରମୁଖ ମିଳିତ ଭାବେ ସ୍କୁଲ୍ ପରିଦର୍ଶନରେ ଆସି ତଦନ୍ତ କରିଥିଲେ। ହେଲେ ଆଜି ପର୍ଯ୍ୟନ୍ତ ଉକ୍ତ ବିଦ୍ୟାଳୟ କୁ ସରକାର ଶିକ୍ଷା ବିଭାଗ ଅଧିନକୁ ନେଲେ ନାହିଁ। ଫଳରେ ପିଲାଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହେଉଛି। ତେଣୁ ରେଙ୍ଗାଳି ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟକୁ ଶିକ୍ଷା ବିଭାଗ ହସ୍ତାନ୍ତର କରିବାକୁ ସାଧାରଣରେ ଦାବି ହେଉଛି।
