ସ୍ଵାମୀ ଙ୍କ ଦ୍ଵିତୀୟ ବିଭାଗର ରେ ଥାନା ର ଦ୍ୱାରସ୍ଥ ହେଲେ ପତ୍ନୀ

ସ୍ବାମୀ ଦ୍ବିତିୟ ବିବାହ କରୁଥିବା ଅଭିଯୋଗ ଆଣି ଥାନାର ଦ୍ବାରସ୍ତ ହେଲେ ସ୍ତ୍ରୀ। ଏଭଳି ଅଭିଯୋଗ ଆଣିଛନ୍ତି ତାଳଚେର ଥାନା ଅନ୍ତର୍ଗତ ରେମୁଆଁ ଅଞ୍ଚଳରେ ଭଡ଼ାରେ ରହୁଥିବା ସ୍ମିତାଞ୍ଜଳୀ ସ୍ବାଇଁ। ତାଙ୍କ ସ୍ବାମୀ ଆଜି ଦ୍ବିତୀୟ ବିବାହ କରୁବାକୁ ଯାଉଥିବାର ଖବର ପାଇ ଥାନାର ଦ୍ବାରସ୍ଥ ହୋଇଛନ୍ତି। ସୂଚନା ଅନୁସାରେ, ତାଳଚରେ ଥାନା ବ୍ରଜନାଥପୁର ଗ୍ରାମର ଅରୁଣ କୁମାର ପ୍ରଧାନ ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ରାଣୀଗ୍ରାମର ସ୍ମିତାଞ୍ଜଳୀ ସ୍ବାଇଁଙ୍କୁ ଗତ ୨୦୨୩ ମସିହାରେ ଅନୁଗୁଳ ବୁଢ଼ୀ ଠାକୁରାଣୀ ମନ୍ଦିରରେ ବିବାହ କରିଥିଲେ। ପରେ ଉଭୟେ ରେମୁଆଁର ଭଡ଼ାଘରେ ରହି ଆସୁଥିଲେ।

ଗତ କିଛି ଦିନ ହେଲା ଅରୁଣ ରେମୁଆଁରେ ନରହି ନିଜ ଘର ବ୍ରଜନାଥପୁରକୁ ଯିବା ଆସିବା କରୁଥିଲେ। ଆଜି ସ୍ମିତାଞ୍ଜଳୀ ଦିନ ସମୟରେ ଅରୁଣଙ୍କ ୱାଟସଅପରେ ବିବାହ ରୋଷଣୀର ଷ୍ଟାଟସ ଦେଖିଥିଲେ। ପରେ ସେ ଅରୁଣଙ୍କୁ ବାରମ୍ବାର ଫୋନ କରିଥିଲେ ମଧ୍ୟ ଅରୁଣ ତାଙ୍କ ଫୋନ ଉଠାଇ ନଥିଲେ। ପରେ ଅରୁଣଙ୍କ ସମ୍ପର୍କୀୟଙ୍କୁ ପଚାରିବାରୁ ଜାଣିବାକୁ ପାଇଥିଲେ ଯେ, ସେ ଆଜି ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ସରକିଶୋରପାଳ ଗ୍ରାମରେ ବିବାହ କରିବାକୁ ରୋଷଣୀ ନେଇ ଯାଉଛନ୍ତି । ଯାହାକୁ ନେଇ ସେ ଆଜି ତାଳଚେର ଥାନାର ଦ୍ବାରସ୍ଥ ହୋଇଥିବା ଜଣା ପଡିଛି।

Leave a Reply