ଅନୁଗୁଳରେ ଥାରାଉଛି କୋହଲା ପାଗ

ରାତି ପାହିଲା ହେଲେ ଦିଶିଲେନି ସୂର୍ଯ୍ୟ। ଢାଙ୍କି ଦେଇଥିଲା କୁହୁଡିର ଚାଦର। ପୂର୍ବାହ୍ନ ୧୧ଯାଏଁ ବାଟଘାଟ ଠଉରାଇବା କଷ୍ଟକର ହୋଇଗଲା।ଦିନରେ ବି ଲାଇଟ ଲଗାଇ ଚାଲିଲା ଗାଡ଼ି ମଟର। ଘନ କୁହୁଡି ଯୋଗୁଁ ବର୍ଷର ଶେଷ ଦିନ ଆଜି ଏମିତି ଥିଲା ଅନୁଗୁଳ ସହର ର ଚିତ୍ର। କେବଳ କୁହୁଡି କଷ୍ଟ ଦେଲାନି ଦିନସାରା କୋହଲା ପାଗ ଥାରାଇଲା। ବିନା ଶୀତବସ୍ତ୍ରରେ ଘରୁ ବାହାରକୁ ବାହାରି ହେଲାନି

ଶୀତ ଲହରୀ ଲାଗି ରହିଥିବା ବେଳେ ଅନୁଗୁଳରେ ଘନ କୁହୁଡି ଦେଖିବାକୁ ମିଳିଛି। ଗତ ଦୁଇ ଦିନ ସକାଳୁ କୁହୁଡି ଦେଖିବାକୁ ମିଳିଥିଲା ସତ କିନ୍ତୁ ବର୍ଷର ଶେଷ ଦିନ ଥିଲା ସବୁଠୁ ନିଆରା। ସକାଳ କେତେବେଳେ ହେଲା କିଛି ଜାଣି ହେଲାନି। ନିଦ ଭାଙ୍ଗିବା ବେଳକୁ ଚାରି ଆଦେ ଖାଲି କୁହୁଡ଼ି ଆଉ କୁହୁଡ଼ି। କୁହୁଡିକୁ ଭେଦି ମର୍ଣିଂ ୱାର୍କ କରିବା ବେଳେ ପୋଷାକ ଓ ଶରୀର ଓଦା ହୋଇଯାଉଥିବା ଦେଖିବାକୁ ମିଳିଥିଲା।ସବୁଠୁ ବେସୀ ହଇରାଣର ସାମ୍ନା କରିଥଲେ ରାସ୍ତାର ଯାତାୟାତ କରୁଥିବା ଗାଡ଼ି ମଟର। ଦିନ ୧୧ଟା ପର୍ଯ୍ୟନ୍ତ ଗାଡ଼ି ଗୁଡ଼ିକ ଲାଇଟ ଲଗାଇ ଯାତାୟାତ କରିଥିଲେ। କୁହୁଡି ପ୍ରଭାବରେ ୨୦ମିଟରରୁ ଅଧିକ ଦୁରତାରେ କିଛି ବି ଦିଶୁନଥିଲା।

ସାଢ଼େ ୧୧ଟା ବେଳକୁ କମିଥିଲା କୁହୁଡିର ପ୍ରଭାବ। ୧୨ଟା ବେଳକୁ ଦୃଶ୍ୟମାନ ହୋଇଥିଲା ସୁର୍ଯ୍ୟ। ସକାଳର କୁହୁଡ଼ିରେ ଗାଡ଼ି ଚଳାଚଳରେ ସମସ୍ୟ ଉପୁଜିଥିଲେ ହିଁ ଏହାର ଭରପୂର ମଜା ନେଇଥିଲେ ଯୁବଗୋଷ୍ଠୀ। ପାର୍କ, ଷ୍ଟାଡିୟମ୍ ଓ ଚା ଖଟିରେ ଯୁବଗୋଷ୍ଠୀ ଦୀର୍ଘ ସମୟ ଧରି ଭିଡ଼ ଜମାଇଥିଲେ। ଦିନ ସାରା କୋହଲା ପାଗ ଜନଜୀବନକୁ ପ୍ରଭାବିତ କରିଥିଲା।

Leave a Reply