ତାଳଚେର ବ୍ଲକ କର୍ଣ୍ଣପୁର ପଞ୍ଚାୟତର ମନରେଗା କାମରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି। ଏପରିକି କୋଇଲା ଖଣି ଅଧିଗ୍ରହଣ କରିଥିବା ଜମିରେ ମନରେଗା କାମ କରି ଲକ୍ଷାଧିକ ଟଙ୍କା ହଡ଼ପ କରାଯାଇଥିବା ଜଣାପଡିଛି। ଉକ୍ତ ପଞ୍ଚାୟତ ସହ ନାତିଡି ଗାଁର ଜମିକୁ ଏମସିଏଲ ଭୂତଳ କୋଇଲା ଖଣି ନଟରାଜ କମ୍ପାନୀ ଦୀର୍ଘ ୨୦ବର୍ଷ ହେଲା ଅଧିଗ୍ରହଣ କରିଥିଲା। ହେଲେ ନଟରାଜ କମ୍ପାନୀ ଦ୍ବାରା ଆରମ୍ଭ ହୋଇଥିବା ଭୂତଳ କୋଇଲା ଖଣି କାମ ବର୍ତମାନ ବନ୍ଦ ରହିଛି। ସେଠାରୁ ମାତ୍ର ୫୦ମିଟର ଦୂରରେ ହୋଇଛି ମନରେଗାକାମ।
ନାତିଡି ଗାଁର ଫୁଟବଲ ପଡିଆ ଠାରୁ କାଉଚିଆ ଖୋଳ ପୋଖରୀ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ ପାଇଁ ମନରେଗା ୱାର୍କ କୋର୍ଡ ୨୪୨୧୦୦୧୦୧୭/ଆରସି/୧୦୬୦୯୭୫୨ ଆର୍ଥିକ ବର୍ଷ ୨୦୨୪-୨ ୫ମସିହାରେ ରହିଛି। ଏଠାରେ ୫ଲକ୍ଷ ଟଙ୍କାର କାମ କରାଯିବ ବୋଲି ଦର୍ଶାଯାଇଛି। ମାତ୍ର ଏହି ମନରେଗା କାମରେ ଶ୍ରମିକ ପରିବର୍ତ୍ତେ ଜେଶିବି ମେସିନରେ କାମ କରାଯାଉଥିବା ଗାଁର ବନ ବିହାରୀ ରାଉତ ଅଭିଯୋଗ କରିଛନ୍ତି।ଏଥି ସହିତ ମିଥ୍ୟା ବିଲ୍ କରି ରାସ୍ତା କାମରେ ୩୦ଜଣ ଶ୍ରମିକଙ୍କୁ ୧୫ଶହ ୬୧ଦିନର ୩ଲକ୍ଷ ୯୬ହଜାର ୩୮ଟଙ୍କା ଶ୍ରମଦାନ କରାଯାଇ ବଳକା ରହିଥିବା ୩୦ହଜାର ୨୫ଟଙ୍କା ବର୍ତମାନ ସୁଦ୍ଧା ପ୍ରଦାନ କରାଯାଇ ନଥିବା କର୍ଣ୍ଣପୁର ପଞ୍ଚାୟତ ପକ୍ଷରୁ ସୁଚନା ମିଳିଛି।
ଅପର ପକ୍ଷରେ ଜଙ୍ଗଲ ବିଭାଗର ବିନା ଅନୁମତିରେ ଅନେକ ଶାଳ ଗଛ କାଟି ଦେଇଥିବା ବେଳେ ନଟରାଜ ଖଣି କର୍ତୁପକ୍ଷଙ୍କ ଠାରୁ ରାସ୍ତା ନିର୍ମାଣ ପାଇଁ କୌଣସି ଅନୁମତିରେ ଅନେକ ଶାଳ ଗଛ କାଟି ଦେଇଥିବା ବେଳେ ନଟରାଜ ଖଣି କର୍ତ୍ତୃପକ୍ଷଙ୍କ ଠାରୁ ରାସ୍ତା ନିର୍ମାଣ ପାଇଁ କୌଣସି ଅନୁମତି ନିଆଯାଇନଥିବା ଜଣାପଡିଛି। ଖଣି ଅଂଚଳରେ ବ୍ଲକ ପକ୍ଷରୁ ଏଭଳି ମନମୁଖୀ କାର୍ଯ୍ୟକୁ ବ୍ଲକର ଖଣି ଅଧିଗ୍ରହଣ କରିଥିବା ଗାଁ ଗୁଡ଼ିକର ପ୍ରତିନିଧି ମଧ୍ୟ ସପୋର୍ଟ କରାଯାଉଥିବା ଜଣାପଡିଛି। ତେବେ କର୍ଣ୍ଣପୁର ପଞ୍ଚାୟତରେ ଏଭଳି କାମ ଆଗରୁ କରାଯାଇ ତାହାର ମଧ୍ୟ ବିଲ୍ କରାଯିବ ବୋଲି ଜଣାପଡିଛି।
ଏନେଇ କର୍ଣ୍ଣପୁର ପଞ୍ଚାୟତର ଏଡିଇଓ ସାଚ୍ଚିଦାନନ୍ଦ ଦାସ କହିଛନ୍ତି ଯେ ନାତିଡି ଗାଁର ଫୁଟବଲ ପଡିଆ ଠାରୁ କାଉଚିଆ ଖୋଳ ପୋଖରୀ ପର୍ଯ୍ୟନ୍ତ ମାଟି ରାସ୍ତା ନିର୍ମାଣ କାମ ଜେସିବି ମଧ୍ୟମରେ ହୋଇନାହିଁ। ଏହା ଶ୍ରମିକଙ୍କ ଦ୍ୱାରା କରାଯାଇଛି। ଯେଉଁଠି ଅଧିକ ମାଟି ଲାଗିଲା ସେଠାରେ ମେସିନ ଲଗାଯାଇଥିବା ପ୍ରକାଶ କରିବା ସହ ଜଙ୍ଗଲରେ ଥିବା ପୋଖରୀକୁ ଯାତାୟାତ ପାଇଁ ଏହି ରାସ୍ତା କାମ କରାଯାଉଅଛି ବୋଲି ଶ୍ରୀ ଦାସ କହିଛନ୍ତି।
