ଅତିଷ୍ଠ କଲାଣି ପାଉଁଶ

ତାଳଚେର ଖଣି ଅଞ୍ଚଳର ଲୋକେ କୋଇଲା ଧୂଳି ଧୂଆଁ ଆସ୍ତରଣରେ ଅଣ ନିଃଶ୍ୱାସୀ ହେଉଥିବା ବେଳେ ବର୍ତ୍ତମାନ କାରଖାନାର ବର୍ଜ୍ୟ ପାଉଁଶ ଚିନ୍ତାର କାରଣ ପାଲଟିଛି। NTPC କଣିହାଁ ପାୱାର ପ୍ଲାଣ୍ଟ ରୁ ନିର୍ଗତ ହେଉଥିବା ପାଉଁଶ ଲୋକମାନଙ୍କୁ ଅତିଷ୍ଠ କରି ପକାଉଛି।

ସୂଚନା ଅନୁଯାୟୀ NTPC କଣିହାଁ ପାୱାର ପ୍ଲାଣ୍ଟ ରୁ ପ୍ରତିଦିନ ହଜାର ହଜାର ଟ୍ରକ୍ ପାଉଁଶ ବାହାରକୁ ଯାଉଛି। ଏହି ପାଉଁଶ କୁ ପରିବହନ କରୁଥିବା ଟ୍ରକ୍ ଗୁଡ଼ିକ ରାସ୍ତା କଡ଼ରେ ପାହାଡ ପରି ଗଦା କରି ଦେଉଛନ୍ତି।ଏପରିକି ଧାନ ବିଲ, ରାସ୍ତା କଡ,ଜଙ୍ଗଲରେ ମନଇଚ୍ଛା ପକାଉଛନ୍ତି।ଏହି ସମସ୍ତ କାମ ରାତି ଅଧିଆ ଚାଲିଛି। ପାଉଁଶ ପରିବହନ ଓ ଡ୍ରମ୍ପ ଆଇନ ସହ ପରିବେଶ,ମୋଟର ଯାନ,ଜଣ ଜୀବନ ଓ ବନ୍ୟଜନ୍ତୁ ସୁରକ୍ଷା ଆଇନର ଖୋଲା ଉଲ୍ଲଘଂନ କରି ପାଉଁଶ ପ୍ରଦୂଷଣ ରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ଅଭିଯୋଗ ହେଉଛି।ଏନେଇ ତାଳଚେର ଜନସାଧାରଣ ବାରମ୍ବାର ତାଳଚେର ତହସିଲଦାର,ତାଳଚେର ଉପଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।NTPC କଣିହାଁ ପାୱାର ପ୍ଲାଣ୍ଟ ରୁ କୋଇଲା ଜଳିଲା ପରେ ଯେଉଁ ରସାୟନଯୁକ୍ତ ପାଉଁଶ ବାହାରିଥାଏ ତାହାକୁ ଏକ ନିର୍ଦ୍ଦିଷ୍ଟ ନୀତିନିୟମ ବା ସରକାରୀ ମାର୍ଗଦର୍ଶିକାରେ ଅନୁମତି ଥିବା ସ୍ଥାନରେ ସୁରକ୍ଷିତ ପ୍ରକ୍ରିୟା ଗଦା କରାଯାଇଥାଏ।

ବିଶେଷ କରି ଜଣ ବସତି ଓ ଚାଷ ଜମି ଠାରୁ ବହୁଡୁରରେ ପ୍ରଶାସନ ଅନୁମତି ପ୍ରଦାନ କରିଥିବା ସ୍ଥାନରେ ଏହି ପାଉଁଶ ପକା ଯିବାର ନିୟମ ରହିଛି।କିନ୍ତୁ କମ୍ପାନୀ ଓ ପାଉଁଶ ପରିବହନ କାରୀ ସଂସ୍ଥା ବା ଠିକାଦାର ମନଇଚ୍ଛା କ୍ଷମତା ଠାରୁ ଅଧିକ ପାଉଁଶ ଆଣି ବିଭିନ୍ନ ସ୍ଥାନରେ ଗଦା କରୁଛନ୍ତି।ପାଉଁଶ ପାଇଁ ତାଳଚେର ଏବେ ବିଷ ବଳୟ ରେ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ଏନେଇ ସ୍ଥାନୀୟ ପ୍ରଶାସନ ଓ ପ୍ରଦୂଷଣ ବିଭାଗ ପକ୍ଷରୁ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେନେଇ ଅଞ୍ଚଳ ବାସି ଅପେକ୍ଷା କରିଛନ୍ତି

Leave a Reply