ତାଳଚେର ପୁସ୍ତକ ମେଳା ପ୍ରସ୍ତୁତି ବୈଠକ

୨୩ତମ ତାଳଚେର ପୁସ୍ତକ ମେଳା ଆୟୋଜନ କରାଯିବା ନେଇ ଶୁକ୍ରବାର ଏକ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।ପୁସ୍ତକମେଳା କମିଟିର ସଭାପତି ଉପଜିଲ୍ଲାପାଳ ସମୀର କୁମାର ଜେନା ବୈଠକରେ ଅଧ୍ୟକ୍ଷତା କରି ପୁସ୍ତକ ମେଳାକୁ ଅଧିକ ସରସ ସୁନ୍ଦର କରିବା ସହିତ ତାଳଚେର ପୁସ୍ତକ ମେଳାର ଯେଉଁ ପରମ୍ପରା ରହିଛି ତାହାକୁ ବଜାୟ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଚଳିତ ବର୍ଷ ଲବ୍ଧ ପ୍ରତିଷ୍ଠିତ ଲେଖକ, ଗାଳ୍ପିକ, କବି ଏବଂ ଅଧ୍ୟାତ୍ମିକ ବ୍ୟକ୍ତି ବିଶେଷଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯିବାକୁ ଉପ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଗତବର୍ଷ ପରି ପୁସ୍ତକ ମେଳା ଦେଉଳବେଡ଼ା କୋଲୀୟରି ସ୍ଥିତ ଦୁର୍ଗା ପୂଜା ମଣ୍ଡପ ପଡ଼ିଆରେ ଚଳିତ ମାସ ୨୩ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସ୍ଥିର କରାଯାଇଛି।

କମିଟିର ସାଧାରଣ ସଂପାଦକ ଦେବୀ ମିଶ୍ର ପ୍ରାରମ୍ଭିକ ସୁଚନା ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ବିରଜା ଶଙ୍କର ଓ କୋଷାଧ୍ୟକ ଇଂ ରମେଶ ବେହେରା ବିଗତ ବର୍ଷର ବିବରଣୀ ସହ ଆୟବ୍ୟୟ ସଂପର୍କରେ ସୁଚନା ଦେଇଥିଲେ। ଉପସଭାପତି ଡ ରଶ୍ମିରଞ୍ଜନ ମିଶ୍ର ଧନ୍ୟବାଦ୍ ଦେଇଥିଲେ। ଉପସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ, ପୂର୍ବତନ ନଗରପାଳ କେଶବ ଭୁତିଆ, ଯୁଗ୍ମ ସମ୍ପାଦକ ବିଜୟ କୁମାର ଦେବତା, ସମୀକ୍ଷକ ପ୍ରକାଶ ମହାରଣା, ତପନ କୁମାର ମହାରଣା, ସମାଜସେବୀ କ୍ଷୀରୋଦ ସାହୁ, ରଣଜିତ୍ ସାହୁ, ପ୍ରୀୟମାଧବ ଦାସ, ଭାଗ୍ୟରଥି ମହାପାତ୍ର ପ୍ରମୁଖଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟ ମାନେ ବୈଠକରେ ଯୋଗ ଦେଇଥିଲେ।

Leave a Reply