ତାଲ – ତାଳଚେର ସାଂସ୍କୃତିକ ଉତ୍ସବ ଉଦଘାଟିତ

ସାଂସ୍କୃତିକ ଅନୁଷ୍ଠାନ ତାଲ୍ – ତାଳଚେର ପକ୍ଷରୁ ତିନିଦିନିଆ ସାଂସ୍କୃତିକ ଉତ୍ସବ ରବିବାର ଉଦଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଫେସର ସରୋଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ତାଳଚେର କଲେଜର ଅଧ୍ୟକ୍ଷ ମେଜର ସୁବ୍ରତ ଦାସ ଯୋଗ ଦେଇ ଅଞ୍ଚଳର ଲୁକ୍କାୟିତ ପ୍ରତିଭା ଲୋକଲୋଚନକୁ ଆଣିବାରେ ଅନୁଷ୍ଠାନର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ। ପ୍ରଥମ ଦିନରେ ଚିତ୍ରାଙ୍କନ ପ୍ରତିଯୋଗିତା ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା।

ଦେଉଳବେଡ଼ା ସରସ୍ଵତୀ ଶିଶୁ ମନ୍ଦିରରେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ କୁମାର ମିଶ୍ରଙ୍କ ସମେତ କର୍ମକର୍ତ୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ।

Leave a Reply