ଦିନରାତି ଜମୁଛି ନିଶାଡିଙ୍କ ଆଡ୍ଡା। ଖୋଲା ଆକାଶରେ ଉଡୁଛି ଧୂଆଁ, ଫିଙ୍ଗା ଯାଉଛି ମଦ ବୋତଲ। ପରିସ୍ଥିତି ଏମିତି ହେଲାଣି ଯେ, ସେହି ରାସ୍ତା ଦେକି ଯାତାୟତ କରିବାକୁ ଭୟ କରୁଛନ୍ତି ଲୋକେ। ନିଶାଡିଙ୍କ ଉତ୍ପାତ ଅସହ୍ୟ ହେବା ସହିତ ସୌଭାଗ୍ୟ ସାଗର ଏବେ ଅସାମାଜିକଙ୍କ କବଜାରେ ହୋଇସାରିଲାଣି। ଏ ସମ୍ପର୍କରେ ବାରମ୍ବାର ୱାର୍ଡବାସି ଅଭିଯୋଗ କରୁଥିଲେ ମଧ୍ୟ ପୋଲିସ ନିଷ୍କ୍ରିୟ ହୋଇଯାଇଛି।
ସୁଚନା ମୁତାବକ ତାଳଚେର ପୌରପରିଷଦ ୱାର୍ଡ ନମ୍ବର ୫,୬,୭,୮,୯, ୧୦ ଓ ୧୧ ଜନସାଧାରଣ ଏହି ପୋଖରୀ ଉପରେ ନିର୍ଭର କରିଥାନ୍ତି। ପୌରପାଳିକା ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚରେ ପେଭର ବ୍ଲକ ହୋଇ ଚାରିପାଖ ରାସ୍ତାର ସୌନ୍ଦର୍ଯ୍ୟକରଣ ହୋଇଛି। ହେଲେ ଏହି ସୌନ୍ଦର୍ଯ୍ୟକୁ ଲୋକମାନେ ଲୋକମାନେ ଉପଭୋଗ କରି ପାରିଲେ ନାହିଁ। ପୋଖରୀ ପାର୍ଶ୍ୱରେ ବୁଲିବା ତ ଦୂରର କଥା, ଏଠାକୁ ଯିବାକୁ ଭୟ କରୁଛନ୍ତି। କାରଣ ପୋଖରୀ କୂଳ ଏବେ ନିଶାଡିଙ୍କ କବଜାରେ ରହିଛି।ଦିନରେ ବି ଲୋକ ଏଠାରେ ଅସୁରକ୍ଷିତ ମଣୁଛନ୍ତି। ଦିନସାରା ଏଠୀ ନିଶା କାରବାର ଚାଲିଛି। ଜନଗହଳି ପୂର୍ଣ୍ଣ ଏହି ଅଞ୍ଚଳରେ ଧୂଆଁ ଯେମିତି ଉଡୁଛି, ମଦର ଆସର ବି ଜମୁଛି। ସବୁଠାରୁ ବଡ଼ କଥା ହେଲା ଏହି ପୋଖରୀ କୂଳରେ ଦୁଇଟି ଅଙ୍ଗନୱାଡ଼ି ଓ ଗୋଟିଏ ଶିଶୁ ଉଦ୍ୟାନ ରହିଛି।ଉକ୍ତ କେନ୍ଦ୍ରକୁ ଅବେ କୋମଳମୋତି ଶିଶୁ ଯିବାକୁ ଅମଙ୍ଗ ହେଉଛନ୍ତି।
ଏଭଳି ସ୍ଥାନରେ ଏଭଳି କାର୍ଯ୍ୟ କଳାପ ଶୋଭନୀୟ ନୁହେଁ। ହେଲେ ସୌଭାଗ୍ୟ ସାଗର ଦୁର୍ଭାଗ୍ୟ ଯୋଗୁଁ ଏଠାରେ ଅସାମାଜିକ ବ୍ୟକ୍ତି ନିଶା ସେବନ କରୁଛନ୍ତି। ଗତବର୍ଷ ନିଶାଡିଙ୍କ ଦୌରାତ୍ୟଂ ଏତେ ବଢିଥିଲା ଯେ ୱାର୍ଡବାସି ଥାନାରେ ଅଭିଯୋଗ କରିଥିଲେ। ମାତ୍ର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଯାହାକୁ ନେଇ ୱାର୍ଡବାସି ଅନୁଗୁଳ ଏସପିଙ୍କୁ ଏ ବାବଦରେ ଅଭିଯୋଗ କରିଥିଲେ।ପରେ ଜିଲ୍ଲା ପୋଲିସ ପକ୍ଷରୁ ଏକ ଟିମ୍ ସୌଭାଗ୍ୟ ସାଗର ଅଂଚଳରେ ସନ୍ଧ୍ୟା ବେଳେ ଚଢାଉ କରି ବ୍ରାଉନ ସୁଗାର କାରବାର କରୁଥିବା ୩ଜଣଙ୍କୁ ମାଡ଼ି ବସିଥିଲା। ପରେ କିଛି ମାସ ତାଳଚେର ପୁଲିସ ସନ୍ଧ୍ୟାବେଳେ ପେଟ୍ରୋଲିଂଗ କରିଥିଲା।କିନ୍ତୁ ପ୍ରାୟ ବର୍ଷେ ହେଲା ଏହି ଅଞ୍ଚଳରେ ପେଟ୍ରୋଲିଙ୍ଗ ହେଉ ନଥିବାରୁ ନିଶାଡିଙ୍କ ଦୌରତ୍ମ୍ୟ ବଢ଼ିବାରେ ଲାଗିଛି।ଯାହାକି ତାଳଚେର ପୋଲିସ ସବୁ ଜାଣି ଚୁପ୍ ରହିବା ଏବଂ କୌଣସି ପଦକ୍ଷେପ ଗ୍ରହଣ ନକରିବା କେଉଁଠି ନା କେଉଁଠି ଆସାମାଜିକଙ୍କୁ ଏହା ସୁହାଉଛି ବୋଲି ୯ନମ୍ବର ୱାର୍ଡ଼ର ରମାକାନ୍ତ ବେହେରା କହିଛନ୍ତି।
ସେହିଭଳି ୧୦ନମ୍ବର ୱାର୍ଡର କାର୍ତ୍ତିକ ମହାପାତ୍ରେ କହିଛନ୍ତି ଯେ ଏହି ପୋଖରୀ ଅଞ୍ଚଳରେ ନିଶାଡିଙ୍କ କାରନାମା ନେଇ ବାରମ୍ବାର ପୋଲିସ ପ୍ରଶାସନକୁ ଅଭିଯୋଗ କରି ଥକି ଲେଣି।ହେଲେ ପେଟ୍ରୋଲିଂ କି କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏଥର ଜଣ ଶୁଣାଣୀ ଅଭିଯୋଗରେ ଅଭିଯୋଗ କରିବି ବୋଲି ସେ କହିଛନ୍ତି
