ଅନୁଗୁଳରେ ହେବ ଗ୍ରାମାଞ୍ଚଳ ଫୁଟବଲ୍

ଗ୍ରାମାଞ୍ଚଳ ସ୍ତରରେ ଫୁଟବଲ୍ ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ଗ୍ରାମାଞ୍ଚଳ ଫୁଟବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୩୨ଟି ଦଳ ଭାଗ ନେବେ। ଏଥିପାଇଁ ଗତକାଲି ଏକ ପ୍ରସ୍ତୁତି ବୈଠକ ଉପଖଣ୍ଡ କ୍ରୀଡ଼ା ସଂସଦ କାର୍ଯ୍ୟଳୟରେ ଅନୁଷ୍ଠିତ ହୋଇଛି।

ପ୍ରତିଯୋଗିତା ସଂପର୍କରେ ଏଥିରେ ସବିଶେଷ ଆଲୋଚନା କରାଯାଇଥିଲା। ଏଥିରେ ବସନ୍ତ ଦାସ, ରମେଶ ଚନ୍ଦ୍ର ସାହୁ, ଯୁଧିଷ୍ଟିର ସେଠ, ରୁଚିର ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗିତା ସଂପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ସଭାପତି ଭାବେ ପବନ କୁମାର ସାହୁ, ସମ୍ପାଦକ ଭାବେ ଶୁଭ୍ରାଂଶୁ ଶେଖର ସାହୁ ଓ କୋଷାଧ୍ୟକ୍ଷ ଭାବେ ବିନିତ କୁମାର ସାହୁଙ୍କ ଚୟନ କରାଯାଇଥିଲା।

Leave a Reply