ବାଜିଲା ନାଲି ଦାଗ ଘର ଭଙ୍ଗା ପାଇଁ ପ୍ରସ୍ତୁତି

ତାଳଚେର ପୌରପରିଷଦରେ ଗତ ୪ଦିନ ହେଲା ସହର ରାସ୍ତାରୁ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି। ଗୁରୁବାର ପୌର ପରିଷଦ ପକ୍ଷରୁ ଜବର ଦଖଲ ଙ୍କ ଘର କାନ୍ଥରେ ନାଲି ଦାଗ ମରାଯାଇଛି। ଆଗାମୀ ଦିନରେ ନାଲି ଦାଗ ଅନୁସାରେ ଭାଙ୍ଗିବା ପ୍ରସ୍ତୁତି ଆରମ୍ଭ ହେବ।

ସୂଚନା ଥାଉକି ତାଳଚେର ସହରର ଫାଷ୍ଟଗେଟ୍ ଠାରୁ ହାଣ୍ଡିଧୂଆଁ ଛକ ପର୍ଯ୍ୟନ୍ତ ରହିଥିବା ଜନ ଗହଳି ପୂର୍ଣ୍ଣ ରାସ୍ତାକୁ ଜବର ଦଖଲ କରି ଘର ନିର୍ମାଣ କରିଛନ୍ତି। ଯାଦ୍ୱାରା ସଧାରଣ ଲୋକେ ଯାତାୟାତ ପାଇଁ ସମସ୍ୟା ଭୋଗ କରୁଥିଲେ। ପୌର ପରିଷଦ ପକ୍ଷରୁ ୬ଜନ ଆରଆଇ ନିୟୋଜିତ ହୋଇ ରାସ୍ତାର ଉଭୟ ପାର୍ଶ୍ଵକୁ ମାପଚୁପ କରି ଜବର ଦଖଲ ହୋଇଥିବା ଘରର କାନ୍ଥରେ ନାଲି ଦାଗ ଲଗାଇଛନ୍ତି।

ଆଗାମୀ ଦିନରେ ଉକ୍ତ ଦିନରେ ଉକ୍ତ କାନ୍ଥ ବା ଘରକୁ ଭାଙ୍ଗି ରାସ୍ତା ନିର୍ମାଣ କରାଯିବ ବୋଲି ପୌରପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ସାହା କହିଛନ୍ତି।

ନାଲି ଦାଗ ଦେଲା ବେଳେ ଫାଷ୍ଟଗେଟର କିଛି ବ୍ୟବସାୟୀ ଏବଂ ଘର ମାଲିକ ବିରୋଧ କରିଥିଲେ ମଧ୍ୟ ପୌରପରିଷଦ ଏହାକୁ ଖାତିର କରି ନଥିଲେ। ଉକ୍ତ କାର୍ଯ୍ୟରେ ପୌରପରିଷଦର ମୁଖ୍ୟ ସହାୟକ ଚିତ୍ତରଂଜନ ପ୍ରଧାନଙ୍କ ସହ ଅନ୍ୟ ସମସ୍ତ ପୌର କର୍ମଚାରୀ ଉପସ୍ଥିତ ଥିଲେ।

ଏହା ସହ ଫାଷ୍ଟଗେଟ୍ ଚିତ୍ରକୁଟ ମନ୍ଦିର ମୁଖଶାଳାକୁ ଜବରଦଖଲ କରିଥିବା ବ୍ୟବସାୟୀଙ୍କ ଘରକୁ ଉଛେଦ କରାଯିବ ବୋଲି ନଗରପାଳ ପବିତ୍ର ଭୂତିଆ କହିଛନ୍ତି।ଅପର ପକ୍ଷରେ ହାତତୋଟା ମୁଖ୍ୟ ରାସ୍ତାରେ ଜବରଦଖଲ କରି ଟାଟା ପାୱାର ପକ୍ଷରୁ ବସା ଯାଇଥିବା ଟ୍ରାନସ ଫର୍ମକୁ ଉଠାଇବାକୁ ସ୍ଥାନୀୟ ଲୋକମାନେ ଦାବୀ କରିଛନ୍ତି।ଏହି ଟ୍ରାନସ ଫର୍ମର ଦ୍ୱାରା ବିଭିନ୍ନ ସମୟରେ ଦୁର୍ଘଟଣା ଘାଟି ଟ୍ରାଫିକ ଜାମ୍ ହେଉଥିବା ଦେଖିବାକୁ ମିଳୁଛି

Leave a Reply