ଅନୁଗୁଳ ଜିଲ୍ଲାର ମିଠା କନ୍ଦମୂଳର ଚାହିଦା ବାହାର ରାଜ୍ୟରେ ବଢୁଥିବା ଦେଖିବାକୁ ମିଳିଛି। ଚାଷୀମାନେ ନିଜର ଉଦ୍ୟମ ପାଇଁ ଜିଲ୍ଲାରୁ ଟନ ଟନ୍ ଓଜନର କନ୍ଦମୂଳ ଉତ୍ପାଦନ ହେଉଛି। ଏହି ଚାଷ କରି ଚାଷୀ ମଧ୍ୟ ଲାଭବାନ ହେଉଥିବା ଜଣା ପଡିଛି। ଅନୁଗୁଳ ବ୍ଲକର ଟାଇଁସି ଓ କୋଠଭୂଇଁ ପଞ୍ଚାୟତର ୩୦୦ରୁ ଅଧିକ ଚାଷୀ କନ୍ଦମୂଳ ଚାଷ କରୁଛନ୍ତି।
ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟକୁ ଲାଗି ଟାଇଁସି ଓ କୋଠଭୂଇଁ ର ରହିଛି। କନ୍ଦମୂଳ ଚାଷ ପାଇଁ ଏହି ପଞ୍ଚାଯତର ମାଟି ବେଶ୍ ଅନୁକୂଳ। ତେବେ ଉଭୟ ପଂଚାୟତର ୧ଏକରରୁ ଅଧିକ ଜମିରେ କନ୍ଦମୂଳ ଚାଷ କରାଯାଉଛି। ଜୁନ୍, ଜୁଲାଇ ମାସରେ କନ୍ଦମୂଳ ଲଗାଯାଉଥିବା ବେଳେ ଡିସେମ୍ବର ମାସରେ ଅମଳ ହେଉଛି। ତେବେ ଜିଲ୍ଳାର ବିଭିନ୍ନ ସ୍ଥାନରେ କନ୍ଦମୂଳ ଚାଷ ହେଉଥିବା ବେଳେ ଟାଇଁସି ଓ କୋଠଭୂଇଁ ପଞ୍ଚାୟତରେ କେବଳ ୭୦ଭାଗ ଚାଷ ହେଉଥିବା କୁହାଯାଇଛି।
ତେବେ ଏହି ୨ପଞ୍ଚାୟତରୁ ପ୍ରାୟ ୫ଶହ ମେଟ୍ରିକ ଟନ କନ୍ଦମୂଳ ଉତ୍ପାଦିତ ହେଉଛି। ଏକ ଏକର ଜମିରୁ ପ୍ରାୟ ୮୦ କୁଇଣ୍ଟାଲ୍ କନ୍ଦମୂଳ ଅମଳ ହୋଇପାରୁଛି।ତେବେ ଏହି ମିଠା କନ୍ଦମୂଳ ଜିଲ୍ଲାର ଅବଶ୍ୟକତା ପୂରଣ କରୁଥିବାବେଳେ ଅନ୍ୟ ସ୍ଥାନକୁ ମଧ୍ଯ ରପ୍ତାନି ହେଉଛି।
ଅନୁଗୁଳରୁ କଟକ, ଭୁବନେଶ୍ୱର,ଖୋର୍ଦ୍ଧା,ପୁରୀକୁ କ୍ଵିଣ୍ଟାଲ କ୍ଵିଣ୍ଟାଲ କନ୍ଦମୂଳ ବିକ୍ରି ପାଇଁ ଟ୍ରେନରେ ଯାଉଛି। ବିଶେଷ କରି ଅଯୋଧ୍ୟାରେ ଅନୁଗୁଳର କନ୍ଦମୂଳ ଚାହିଦା ଅଧିକ ଥିବା ଜଣାପଡିଛି।
ସେହିପରି ବାହାର ରାଜ୍ୟର ବ୍ୟବସାୟୀ ଆସି ଉତ୍ତରପ୍ରଦେଶର ଅଯୋଧ୍ୟା, ଜୋନପୁର, ସୁଲତାନପୁର ଭଳି ସ୍ଥାନକୁ କନ୍ଦମୂଳ ଯାଉଛି। ବିଶେଷ କରି ଅଯୋଧ୍ୟାରେ ଅନୁଗୁଳର କନ୍ଦମୂଳ ଚାହିଦା ଅଧିକ ଥିବା ଚାଷୀମାନେ କହିଛନ୍ତି। ଏକ କିଲୋ ପ୍ରତି ୧୪ରୁ ୧୬ଟଙ୍କା ପର୍ଯ୍ୟନ୍ତ ଚାଷୀ ବେପାରୀ ମାନଙ୍କୁ ବିକ୍ରି କରିଥିବା ଦେଖିବାକୁ ମିଳିଛି।
ତେବେ ବାହାର ରାଜ୍ୟର ବ୍ୟବସାୟୀ ଚାଷୀଙ୍କ ଘର ନିକଟକୁ ଆସି ଟ୍ରକରେ କନ୍ଦମୂଳ ବୋହି ନେଉଥିବା ଦେଖିବାକୁ ମିଳିଛି। ପ୍ରାୟ ୫୦ରୁ ଅଧିକ ବର୍ଷ ହେବ ଏହି ଚାଷ ହେଉଥିବା ବେଳେ ଚାଷୀ ୧ଏକରରୁ ପ୍ରାୟ ୭୦ହଜାର ଲାଭ ପାଉଥିବା ଜଣାପଡିଛି। କନ୍ଦମୂଳ ଚାଷ ଏହି ଦୁଇ ପଞ୍ଚାୟତର ଚାଷୀଙ୍କ ପାଇଁ ମୁଖ୍ୟ ରୋଜଗାର ମାଧ୍ୟମ ପାଲଟିଛି।
