ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଯାତ୍ରା ଆଉ ମାତ୍ର ୧୩ ଦିନ ରହିଛି। ଚଳିତ ବର୍ଷ ମା ଙ୍କ ଯାତ୍ରା ପ୍ରସାଶନ ପକ୍ଷରୁ ଅନୁଷ୍ଠିତ ହେବାକୁ ଯାଉଥିବା ସହିତ ଚଳିତ ବର୍ଷ ଉପଜିଲ୍ଲାପାଳଙ୍କ ବଦଳି ହୋଇଯାଇଛି। ଯାହାକୁ ନେଇ ମନ୍ଦିର ଉନ୍ନତି କରଣ ମନ୍ଥର ଗତିରେ ଚାଲିଛି।ଏପରିକି ଯାତ୍ରା ମାତ୍ର ୧୩ ଦିନ ରହିଥିବାବେଳେ ବର୍ତମାନ ସୁଦ୍ଧା ମା ଙ୍କ ମନ୍ଦିର ସମ୍ମୁଖରେ ସୌଂଦର୍ୟ କରଣ ପାଇଁ ରହିଥିବା ଆଲୋକ ବ୍ୟବସ୍ଥାର ମରାମତି ହୋଇପାରିନାହିଁ।
ସାଂସ୍କୃତିକ ମଣ୍ଡପ ଏବଂ ଯାତ୍ରା ପଡ଼ିଆରେ ରହିଥିବା ସୋଲାର ଲାଇଟ୍ ଏବଂ ବିଦ୍ୟୁତ୍ ଲାଇଟ୍ ଗୁଡ଼ିକ ବି ସଜଡ଼ା ଯାଇନାହିଁ। ଆଲୋକି କରଣ ବ୍ୟବସ୍ଥା ସଜାଡିବା ଦାୟିତ୍ୱ ହିଙ୍ଗୁଳା କୋଇଲା ଖଣି କର୍ମଚାରିଙ୍କ ଦାୟିତ୍ୱ ଥିବା ବେଳେ ସେମାନେ ଠିକ୍ ଭାବେ କାମ ନକରି କେବଳ କାମ ବାହାନାରେ ପ୍ରତିଦିନ ମନ୍ଦିର ପରିସର ବୁଲି ଯାଉଥିବା ମନ୍ଦିର ପରିଚାଳନା କମିଟିର କେତେକ ପୂର୍ବତନ ସଦସ୍ୟ କହିଛନ୍ତି।
ମା ହିଙ୍ଗୁଳାଙ୍କ ଯାତ୍ରା ଆସନ୍ତା ୩୧ ତାରିଖ ଠାରୁ ଆରମ୍ଭ ହେବ। ଏହି ଯାତ୍ରା ୯ଦିନ ଧରି ହେବାକୁ ଥିବାବେଳେ ଚଳିତ ବର୍ଷ ୨୨ତମ ଲୋକ ମହୋତ୍ସବ ଅନୁଷ୍ଠିତ ହେବ।ଯାତ୍ରା ଓ ଲୋକ ମହୋତ୍ସବକୁ ଦୃଷ୍ଟିରେ ରଖି ତୁରନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ସାରିବାକୁ ଦାବୀ ହୋଇଛି।
