ମହିଧର ପୁରରେ କାଳ ବୈଶାଖୀ ତାଣ୍ଡବ

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ବୁଧବାର ଅପରାହ୍ନରେ ଅନୁଗୋଳ ଜିଲ୍ଲା ମହୀଧରପୁର ଓ ଏହାର ଆଖପାଖ ଅଞ୍ଚଳରେ କାଳ ବୈଶାଖୀର କରାଳ ରୂପ ଦେଖିବାକୁ ମିଳିଛି।

ପ୍ରବଳ ପବନ ସାଙ୍ଗକୁ କୁଆ ପଥର ବର୍ଷା ଯୋଗୁଁ ସଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏକ ଘଣ୍ଟାର ବର୍ଷାରେ ରାସ୍ତା ଘାଟ, ଘର ଛାତ ସବୁ କୁଆ ପଥର ଧଳା ଚାଦରରେ ଘୋଡେଇ ହୋଇଯାଇଥିବା ଦେଖିବାକୁ ମିଳିଥିଲା।।

ଏହି ଅଦିନିଆ କୁଆପଥର ବର୍ଷା ଯୋଗୁଁ ଅଞ୍ଚଳ ରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ବିଶେଷ କରି ଚାଷୀ କୁଳ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ପନିପରିବା ଚାଷ ସହ ବାଡ଼ି ବଗିଚାରେ ଥିବା କଞ୍ଚା ଓ ଆମ୍ୱ ଓ ବଉଳ ସବୁ ଝଡି ପଡ଼ିଛି। କେତେକ ସ୍ଥାନରେ ବଡ଼ ବଡ଼ କୁଆ ପଥର ମାଡ଼ରେ ଅଜବେଷ୍ଟ ଘର ଗୁଡିକ ଫାଟି ଯାଇଥିବା ସୂଚନା ମିଳିଛି। ପ୍ରବଳ ବେଗରେ ପବନ ବୋହିବା ଫଳରେ ଗଛରେ ଡ଼ାଳ ଭାଙ୍ଗି ବିଦ୍ୟୁତ୍ ତାର ଉପରେ ପଡ଼ିବାରୁ ଅନେକ ସ୍ଥାନରେ ବିଦ୍ୟୁତ୍ ସେବା ବାଧାପ୍ରାପ୍ତ ହୋଇଛି। ଗ୍ରୀଷ୍ମର ପ୍ରକୋପରୁ ସାମାନ୍ୟ ଆଶ୍ୱସ୍ତି ମିଳିଥିଲେ ମଧ୍ୟ ଏହି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କୁ ଚିନ୍ତାରେ ପକାଇଛି।

ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଉଥିବା ବେଳେ ଆଗାମୀ କିଛି ଘଣ୍ଟା ପାଇଁ ସତର୍କ ରହିବାକୁ ସ୍ଥାନୀୟ ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି

Leave a Reply