ଜମିଲା ଜିରୋ ନାଇଟ ସେଲିବ୍ରେସନ

ହାଡ଼ ଭଙ୍ଗା ଶୀତ ବି ଫିକା ପଡିଲା ଜିରୋ ନାଇଟ ସେଳିବ୍ରେସନ ଉତ୍ସାହ ଆଗରେ। ଘଣ୍ଟା କଣ୍ଟା ଠିକ୍ ୧୨ଟା ଛୁଇଁବା ମାତ୍ରେ ଆରମ୍ଭ ହେଲା ସେଲିବ୍ରେସନ୍। କେଉଁଠି ବାଣ ଫୁଟିଲା ତ ଆଉ କେଉଁଠି ବାଜିଲା ଡିଜେ। ସାହିରୁ ଆରମ୍ଭ କରି ବ୍ଲକ.. ହୋଟେଲରେ ସବୁଠି ଶୁଣିବାକୁ ମିଳିଲା ହାପି ନିୟୁ ଇୟର ୨୦୨୬। ସନ୍ଧ୍ୟାରୁ ରାତି ୧୨ଟା ପର୍ଯ୍ୟନ୍ତ ସହର ମତୁଆଲା ହୋଇଥିଲା।ଯୁବକ,ଯୁବତୀ, ମହିଳା,କୁନି କୁନି ପିଲା ମାତିଥିଲେ ସେଲିବ୍ରେସନରେ। ଏମିତି ଥିଲା ଅନୁଗୁଳ ସହରରେ zero ନାଇଟ ସେଲିବ୍ରେସନ।

ଦିନବେଳୁ ଆରମ୍ଭ ହୋଇଥିଲା ପ୍ରସ୍ତୁତି।ସମସ୍ତଙ୍କ ଭିତରେ ନୂଆବର୍ଷ ସେଳିବ୍ରେସନର ଉତ୍ସାହ। ସନ୍ଧ୍ୟାରୁ ବିଭିନ୍ନ ପାର୍କ, କ୍ଲବ୍ ଓ ହୋଟେଲ କମ୍ପୁଥିଲା ଡ଼ିଜେ ଧୁନ ରେ। ରାତି ୧୨ଟା ହେବା ମାତ୍ରେ ପରସ୍ପରକୁ ଜଣାଇଥିଲେ ନବବର୍ଷର ଶୁଭେଛା। ସହରର ବିଭିନ୍ନ ସ୍ଥାନରେ ହେଉଥିବା ଜିରୋ ନାଇଟ ସେଲିବ୍ରେସନରେ ଯୁବପିଢି ସାମିଲ ହୋଇ ଭରପୂର ମଜା ଉଠାଇ ଥିଲେ। ବିଭିନ୍ନ ହୋଟେଲ,କ୍ଲବ୍ ଓ ସାହିରେ ପ୍ରବଳ ଭିଡ଼ ଥିଲା।ସହରରେ ବହୁ ହୋଟେଲରେ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ୨୦୨୬କୁ ସ୍ଵାଗତ କରିବାକୁ ପୂର୍ବ ପ୍ରସ୍ତୁତି ସହ ସାଜସଜ୍ଜା ହୋଇଥିଲା।

ଦିନବେଳା ସହରର ସମସ୍ତ ଫୁଲ ଦୋକାନରେ ଭିଡ଼ ଦେଖିବାକୁ ମିଳିଥିଲା। ନୂଆବର୍ଷକୁ ସ୍ଵାଗତ କରିବା ପାଇଁ ହୋଟେଲ୍ ଠାରୁ ସପିଙ୍ଗ ମଲ, ବଡ଼ ବଡ଼ ଦୋକାନ ରଙ୍ଗୀନ ଆଲୋକରେ ସଜେଇ ହୋଇଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ସହର ସାରା ପୁଲିସ୍ ପେଟ୍ରୋଲିଂ କୁ ଜୋରଦାର କରିଥିଲା। ରାତିସାରା ଯାଞ୍ଚ କଡାକଡି କରାଯାଇଥିଲା। ନୂଆବର୍ଷ ଗୁରୁବାର ପଡୁଥିବାରୁ ବୁଧବାର ଭୋଜିଭାତ ଜାଣିଥିଲା।

Leave a Reply