ଘଣ୍ଟପଡ଼ା ରେଳ ଓଭର ବ୍ରିଜର ଲୋକାର୍ପଣ

ଉଦଘାଟିତ ହୋଇଛି ବହୁ ପ୍ରତିକ୍ଷୀତ ଘଣ୍ଟପଡ଼ା ରେଳ ଓଭର ବ୍ରିଜ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ ତାଳଚେର – ଅନୁଗୁଳ ରୋଡରେ ନିର୍ମିତ ଏହି ଫ୍ଲାଏ ଓଭର ବ୍ରିଜର ଲୋକାର୍ପଣ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ତାଳଚେର ଓ ଅନୁଗୁଳ ଓଡ଼ିଶାର ଅଭିବୃଦ୍ଧି ଇଞ୍ଜିନ। ତାଳଚେର ଅନୁଗୁଳ ରୋଡ଼ ହେଉଛି ସ୍ଥାନୀୟ ଅଞ୍ଚଳର ଅର୍ଥନୈତିକ ମେରୁଦଣ୍ଡ। ଏହି ରୋଡ଼ କୋଇଲା ଖଣି, ଶିଳ୍ପାଞ୍ଚଳ, ଶିକ୍ଷାନୁଷ୍ଠାନ ଏବଂ ମେଡିକାଲକୁ ସଂଯୋଗ କରିଛି। ପୁର୍ବରୁ ହଣ୍ଡିଧୂଆଁ ନିକଟରେ ରେଳ ଫାଟକ ଯୋଗୁଁ ଲୋକଙ୍କୁ ୪୫ମିନିଟ୍ରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ୁଥିଲା। ମାଲବାହୀ ଟ୍ରେନର ଅଧିକ ଯାତାୟାତ ଯୋଗୁଁ ଏହି ଫାଟକ ପ୍ରାୟତଃ ବନ୍ଦ ରହୁଥିଲା, ଫଳରେ ଅଧିକ ସମୟ ଧରି ଟ୍ରାଫିକ ଜାମ୍ ସୃଷ୍ଟି ହେଉଥିଲା। ପ୍ରାୟ ୪୨.୭୩କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଫ୍ଲାଏ ଓଭର ମାଧ୍ୟମରେ ଅଞ୍ଚଳବାସିଙ୍କ ଦୀର୍ଘଦିନର ସମସ୍ୟା ଓ ପ୍ରତୀକ୍ଷାର ଅନ୍ତ ଘଟିଛି। ଏବେ ଏହି ଓଭର ବ୍ରିଜ ଫଳରେ ଯାତ୍ରା ଓ ସୁରକ୍ଷିତ ହେବା।

ଏହି ଅବସରରେ ଓଭର ବ୍ରିଜଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ପଲଲହଡା ବିଧାୟକ ଅଶୋକ ମହାନ୍ତି, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ଆରସିସିଏଫ୍ ସଞ୍ଜୟ କୁମାର ସ୍ବାଇଁ, ଉପଜିଲ୍ଲାପାଳ ସମୀର କୁମାର ଜେନା, ଏମସିଏଲର ସିଏମଡି ଉଦୟ ଏ କୋଏଲ, ଡିପି ଏମସିଏଲ କେଶବ ରାଓ, ନଗରପାଳ ପବିତ୍ର ଭୁଟିଆ, ନୋଡାଲ ଜିଏମ ଅଶୋକ କୁମାର ଧଳ ସମେତ ଏମସିଏଲ ବରିଷ୍ଠ ଅଧିକାରୀ ଏବଂ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ।

ସୂଚନା ଥାଉ କି ତାଳଚେର ଉପଖଣ୍ଡର ୮ଟି ଗ୍ରାମ ଅଂଚଳର ପ୍ରାୟ ୪୦ହଜାରରୁ ଅଧିକ ଜନସାଧାରଣ ଘଣ୍ଟପଡ଼ା, ହାଣ୍ଡିଧୂଆଁ, ତାଳଚେର ଟାଉନ, ନାଲକୋ, କୁଲାଡ, ଡେରା, aବଳରାମପ୍ରସାଦ ଓ ଜଗନ୍ନାଥପୁର ଭଳି ଅଂଚଳର ବାସିନ୍ଦା, ବିଶେଷ କରି ଶ୍ରମିକ, ଛାତ୍ରଛାତ୍ରୀ ଓ ରୋଗୀମାନେ ନିରନ୍ତର ଯାତାୟାତର ସୁବିଧା ପାଇ ପାରିବେ। ଏହି ଓଭର ବ୍ରିଜ କେବଳ ଦୂରତା କମାଇବା ନାହିଁ ବରଂ ଅଂଚଳର ଅର୍ଥିକ ବିକାଶକୁ ନୂତନ ଗତି ପ୍ରଦାନ କରିବା

Leave a Reply