ଠାକୁରଙ୍କୁ ଦାନ କଲେ ଆଶୀର୍ବାଦ ନେଲେ

ଇଂରାଜି ନବବର୍ଷ ପାଳନ ନେଇ ଉତ୍ସବ ମୁଖର ତାଳଚେର। ଗତକାଲି ସକାଳୁ ବିଭିନ୍ନ ମନ୍ଦିରରେ ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା। ଲୋକମାନେ ଠାକୁରଙ୍କ ଦର୍ଶନ କରିବା ସହିତ ନୂଆବର୍ଷ କିପରି ଭଲରେ କଟିବ ସେ ନେଇ ପ୍ରାର୍ଥନା। ତେବେ ଗୁରୁବାର ନୂଆବର୍ଷ ପଡ଼ିଥିବାରୁ ଭୋଜିଭାତ ଫିକା ପଡିଯାଇଥିଲା। ତଥାପି ତାଳଚେରର କିଛି ନଦୀ ପଠା ସହିତ ବିଭିନ୍ନ ସ୍ଥାନରେ ଲୋକମାନେ ବଣ ଭୋଜି କରିଥିବା ଦେଖାଯାଇଥିଲା। ଅନ୍ୟ ପକ୍ଷରେ ବିଭିନ୍ନ କାର୍ଯ୍ୟଳୟ ଖୋଲା ରହିଥିବାରୁ କାର୍ଯ୍ୟରତ କର୍ମଚାରୀମାନେ ଦିନରେ ଭୋଜିଭାତ କରିପାରି ନଥିଲେ।

ହିଙ୍ଗୁଳା ମନ୍ଦିରରେ ଲମ୍ବା ଧାଡ଼ି – ୨୦୨୬ର ପ୍ରଥମ ଦିନରେ ଗୁରୁବାର ତାଳଚେର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ କରିବା ସହିତ ବେଢ଼ା ପରିକ୍ରମା କରିଥିଲେ। ଏଥି ସହିତ ମା ଙ୍କ ମନ୍ଦିର ପାର୍ଶ୍ୱରେ ଥିବା ଅନ୍ୟ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଗୁରୁବାର ଭୋର ମା ଙ୍କ ମନ୍ଦିର ପରିସରରେ ଦର୍ଶନ କରିବା ପାଇଁ ହଜାର ହଜାର ଭକ୍ତ ଧାଡ଼ି ଲମ୍ବାଇ ଠିଆ ହୋଇ ଦର୍ଶନ କରିଥିଲେ। ମା ଙ୍କ ଦର୍ଶନ ପାଇଁ ୫୦ହଜାରରୁ ଅଧିକ ଭକ୍ତ ମା ଙ୍କ ଦର୍ଶନ କରିଥିବା ମା ଙ୍କ ମନ୍ଦିରr ମୁଖ୍ୟ ପୂଜକ କିଶୋର ଚନ୍ଦ୍ର ଦେହୁରୀ କହିଛନ୍ତି। ଭକ୍ତଙ୍କ ଭିଡ଼ ଦେଖି ଗୁରୁବାର ଗୋପାଳ ପ୍ରସାଦ ଥାନା ପକ୍ଷରୁ ବ୍ୟପକ ପୁଲିସ ମୁତୟନ କରାଯାଇଥିଲା।

ଅବଢ଼ା ପାଇଁ ଭିଡ଼ – ନୂଆବର୍ଷର ପ୍ରଥମ ଦିନର ଅଭଡ଼ା ପାଇଁ ଗୁରୁବାର ସକାଳୁ ଭିଡ଼ ଜମାଇଥିଲେ ଶ୍ରଦ୍ଧାଳୁ।ସକାଳ ସାଢେ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଅବଢ଼ା ପ୍ରସାଦ ପାଇବାକୁ ଭକ୍ତମାନେ ବିଭିନ୍ନ ମନ୍ଦିରରେ ଭିଡ଼ ଜମାଇ ଥିଲେ। ଭକ୍ତମାନଙ୍କ ଠାରୁ କୌଣସି ଅର୍ଥ ଗ୍ରହଣ କରାଯାଇ ନଥିଲା। ମା ଙ୍କ ଅଭଡ଼ାକୁ ଭକ୍ତମାନେ ବହୁ ଆନନ୍ଦରେ ସେବନ କରିଥିଲେ। ସେହିଭଳି ସହରର ହନୁମାନ ମନ୍ଦିର, ସାଇ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଜଗନ୍ନାଥ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ଥିଲା। ସେହିଭଳି ତାଳଚେର ସହରରେ ଥିବା ଜଗନ୍ନାଥ ମନ୍ଦିର, ପଶ୍ଚିମେଶ୍ୱର ମନ୍ଦିର, ହନୁମାନ ମନ୍ଦିର, ସାଇ ମନ୍ଦିର, ଆଖଣ୍ଡଳିମଣି ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ସହରରେ ଥିବା ବିଭିନ୍ନ ଶିବ ମନ୍ଦିର ଗୁଡିକରେ ମଧ୍ୟ ଭିଡ ନଥିଲା।

Leave a Reply